୨-୦ରେ ଜିମ୍ବାୱେ ବିପକ୍ଷ ସିରିଜ୍‌ ଜିତିଲା ଭାରତ

ହାରାରେ: ହାରାରେ ସ୍ପୋର୍ଟ୍ସ କ୍ଲବରେ ଆଜି ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୮ ୱିକେଟରେ ଜିତି ନେଇଛି ଭାରତ। ପ୍ରଥମ ଦିନିକିଆରେ ଭାରତ ଜିମ୍ବାୱେକୁ ୯ ୱିକେଟରେ ହରାଇଥିଲା। ଆଜିର ମ୍ୟାଚ୍‌ ଜିତି ଭାରତ ୨-୦ରେ ସିରିଜ୍‌ ଜିତି ନେଇଛି। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ଭାରତଠାରୁ ଆମନ୍ତ୍ରଣ ପାଇ ଜିମ୍ବାୱେ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ଭାରତର ବୋଲିଂ ଆଗରେ ବେଶୀ ସମୟ ଟିକି ପାରି ନ ଥିଲା। […]

india won

Rakesh Mallick
  • Published: Monday, 13 June 2016
  • , Updated: 13 June 2016, 07:59 PM IST

ହାରାରେ: ହାରାରେ ସ୍ପୋର୍ଟ୍ସ କ୍ଲବରେ ଆଜି ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୮ ୱିକେଟରେ ଜିତି ନେଇଛି ଭାରତ। ପ୍ରଥମ ଦିନିକିଆରେ ଭାରତ ଜିମ୍ବାୱେକୁ ୯ ୱିକେଟରେ ହରାଇଥିଲା। ଆଜିର ମ୍ୟାଚ୍‌ ଜିତି ଭାରତ ୨-୦ରେ ସିରିଜ୍‌ ଜିତି ନେଇଛି।

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ଭାରତଠାରୁ ଆମନ୍ତ୍ରଣ ପାଇ ଜିମ୍ବାୱେ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ଭାରତର ବୋଲିଂ ଆଗରେ ବେଶୀ ସମୟ ଟିକି ପାରି ନ ଥିଲା। ଦଳ  ୩୪.୩ ଓଭରରେ ୧୨୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଭୁଷି ଶିବାନ୍ଦା ୬୯ ବଲରୁ ୫୩ ରନ୍‌, ଛାମୁ ଛିଭାଭା ୨୬ ବଲରୁ ୨୧ ରନ୍‌ ଓ ଶିଖର ରାଜ ୪୧ ବଲରୁ ୧୬ ରନ୍‌ କରିଥିଲେ। ବାକି ୮ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ନପାରି ପ୍ୟାଭିଲିୟନକୁ ଫେରି ଯାଇଥିଲେ।

ଭାରତ ପକ୍ଷରୁ ଯଜୁବେନ୍ଦ୍ର ଚହଲ୍‌ ୩ଟି, ବରିନ୍ଦ୍ରର ଶ୍ରାନ୍‌ ଓ ଧୱଲ କୁଲକର୍ଣ୍ଣୀ ୨ଟି ଲେଖାଏଁ ଏବଂ ଜସ୍‌ପ୍ରିସ୍‌ ବୁମ୍ରା ଓ ଅକ୍ଷର ପଟେଲ୍‌ ଗୋଟିଏ ଲେଖାଁଏ ୱିକେଟ ନେଇଛନ୍ତି।

୧୨୨ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲେଇଥିବା ଭାରତ ୨୬.୫ରେ ୨ ୱିକେଟ ହରାଇ ୧୨୯ ରନ୍‌ କରି ନେଇଥିଲା। ଦଳ ପକ୍ଷରୁ ଲୋକେଶ ରାହୁଲ ୫୦ ବଲରୁ ୩୩ ରନ୍‌, କରୁଣ ନାୟାର ୬୮ ବଲରୁ ୩୯ ରନ୍‌ ଓ ଅମ୍ଭାତି ରାୟିଡୁ ୪୪ ବଲରୁ ଅପରାଜିତ ୪୧ ରନ୍‌ କରିଥିବା ବେଳେ ମନିଷ ପାଣ୍ଡେ ୧ ବଲରୁ ୪ ରନ୍‌ କରି ଅପରାଜିତ ରହିଥିଲେ।

୩ ୱିକେଟ ନେଇଥିବା ଯଜୁବେନ୍ଦ୍ର ଚହଲଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ଦିଆଯାଇଛି।

Related story