ଅଣ୍ଡର୍‌-୧୬ ଫୁଟ୍‌ବଲ୍‌: ଶକ୍ତିଶାଳୀ ୟେମେନ୍‌କୁ ୩-୦ରେ ହରାଇଲା ଭାରତ

ଜୋର୍ଡାନ୍‌: ଜୋର୍ଡାନ୍‌ରେ ଚାଲିଥିବା ଅଣ୍ଡର୍‌-୧୬ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ଦବ୍‌ଦବା ଜାରି ରହିଛି। ଜୋର୍ଡାନ ଓ ଇରାକ୍‌ ପରେ ୟେମେନ୍‌କୁ ହରାଇଛି ଭାରତୀୟ ଟିମ୍। ଏହି ୫ ଦେଶୀୟ ଡବ୍ଲ୍ୟୁଏଏଫ୍‌ଏଫ୍‌ ଅଣ୍ଡର୍‌-୧୬ ଚାମ୍ପିଅନ୍‌ସିପ୍‌ରେ ଶକ୍ତିଶାଳୀ ୟେମେନ୍‌କୁ ଭାରତ ୩-୦ ଗୋଲ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ସେଣ୍ଟ୍ରାଲ୍‌ ଡିଫେଣ୍ଡର୍‌ ହରପ୍ରିତ୍‌ ସିଂହ ପ୍ରଥମ ଗୋଲ୍‌ କରିଥିଲେ। ୪୭ତମ ମିନିଟ୍‌ରେ ରିଜ୍‌ ଡେମେଲୋ ଦ୍ୱିତୀୟ ଗୋଲ୍‌ ଦେଇଥିଲେ। ଏହାର ଏକ ମିନିଟ୍‌ ପରେ ରୋହିତ ଦାନୁ ତୃତୀୟ […]

india

Ordigital Desk
  • Published: Wednesday, 08 August 2018
  • , Updated: 08 August 2018, 11:21 AM IST

ଜୋର୍ଡାନ୍‌: ଜୋର୍ଡାନ୍‌ରେ ଚାଲିଥିବା ଅଣ୍ଡର୍‌-୧୬ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ଦବ୍‌ଦବା ଜାରି ରହିଛି। ଜୋର୍ଡାନ ଓ ଇରାକ୍‌ ପରେ ୟେମେନ୍‌କୁ ହରାଇଛି ଭାରତୀୟ ଟିମ୍।

ଏହି ୫ ଦେଶୀୟ ଡବ୍ଲ୍ୟୁଏଏଫ୍‌ଏଫ୍‌ ଅଣ୍ଡର୍‌-୧୬ ଚାମ୍ପିଅନ୍‌ସିପ୍‌ରେ ଶକ୍ତିଶାଳୀ ୟେମେନ୍‌କୁ ଭାରତ ୩-୦ ଗୋଲ୍‌ରେ ପରାସ୍ତ କରିଛି।

ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ସେଣ୍ଟ୍ରାଲ୍‌ ଡିଫେଣ୍ଡର୍‌ ହରପ୍ରିତ୍‌ ସିଂହ ପ୍ରଥମ ଗୋଲ୍‌ କରିଥିଲେ। ୪୭ତମ ମିନିଟ୍‌ରେ ରିଜ୍‌ ଡେମେଲୋ ଦ୍ୱିତୀୟ ଗୋଲ୍‌ ଦେଇଥିଲେ। ଏହାର ଏକ ମିନିଟ୍‌ ପରେ ରୋହିତ ଦାନୁ ତୃତୀୟ ଗୋଲ୍‌ ଦେଇଥିଲେ।

ସୂଚନାଯୋଗ୍ୟ, ଏହି ଚାମ୍ପିଅନ୍‌ସିପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଜୋର୍ଡାନ୍‌କୁ ୪-୦ ଗୋଲ୍‌ରେ ପରାସ୍ତ କରିଥିଲା। ଏହାପରେ ଜାପାନ୍‌ ସହ ହୋଇଥିବା ମ୍ୟାଚ୍‌ରେ ୧-୨ ଗୋଲ୍‌ରେ ପରାସ୍ତ ହୋଇଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ଇରାକ୍‌କୁ ୧-୦ରେ ହରାଇ ପୁଣି ବିଜୟ ଟ୍ରାକ୍‌କୁ ଫେରିଥିଲା।

Related story