ଦମ୍‌ ଦେଖାଇଲା ଭାରତ, ବାଂଲାଦେଶକୁ ୧୭ ରନ୍‌ରେ ହରାଇଲା

କଲମ୍ୱୋ: ଶ୍ରୀଲଙ୍କାରେ ଖେଳା ଯାଉଥିବା “ନିଦହାସ୍ ତ୍ରିରାଷ୍ଟ୍ରୀୟ ଟି-୨୦” ଟୁର୍ଣ୍ଣାମେଣ୍ଟରେ ଆଜିର ମ୍ୟାଚରେ ଭାରତ ୧୭ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅଧିନାୟକ ରୋହିତ ଶର୍ମା। ତାଙ୍କର ୮୯ ରନ୍‌ ବଳରେ ଭାରତ ୧୭୬ ରନ୍‌ କରିଥିଲା। ମାତ୍ର ବାଂଲାଦେଶ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା। ବାଂଲାଦେଶ ଟସ୍‌ ଜିତି ଭାରତକୁ […]

india

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 10:51 PM IST

କଲମ୍ୱୋ: ଶ୍ରୀଲଙ୍କାରେ ଖେଳା ଯାଉଥିବା “ନିଦହାସ୍ ତ୍ରିରାଷ୍ଟ୍ରୀୟ ଟି-୨୦” ଟୁର୍ଣ୍ଣାମେଣ୍ଟରେ ଆଜିର ମ୍ୟାଚରେ ଭାରତ ୧୭ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅଧିନାୟକ ରୋହିତ ଶର୍ମା। ତାଙ୍କର ୮୯ ରନ୍‌ ବଳରେ ଭାରତ ୧୭୬ ରନ୍‌ କରିଥିଲା। ମାତ୍ର ବାଂଲାଦେଶ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା।

ବାଂଲାଦେଶ ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ଦେଇଥିଲା। ଭାରତ ପକ୍ଷରୁ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶିଖର ଧାୱନ। ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ। ରୁବେଲ୍‌ ହୁସେନ୍‌ଙ୍କ ବଲ୍‌ରେ ଶିଖର ୩୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ପରେ ସୁରେଶ ରୈନା ୪୭ ଓ ରୋହିତ୍‌ ୮୯ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଦିନେଶ କାର୍ତ୍ତିକ ୨ ରନ୍‌ କରି ନଟ୍‌ ଆଉଟ୍‌ ଅଛନ୍ତି। ବାଂଲାଦେଶ ପକ୍ଷରୁ ରୁବେଲ୍‌ ୨ଟି ୱିକେଟ୍‌ ନେଇଥିବା ବେଳେ ଅନ୍ୟ କୌଣସି ବୋଲର ସଫଳ ହୋଇନଥିଲେ।

୧୭୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ବାଂଲା ଟିମ୍‌। ମୁଶାଫିକର ରହିମଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ। ଭାରତ ପକ୍ଷରୁ ୱାସିଂଟନ୍‌ ସୁନ୍ଦର ୩, ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର ଓ ଚେହେଲ ଗୋଟିଏ ଲେଖାଏଁ ୱିକେଟ୍‌ କରିଥିଲେ।

Related story