କ୍ରିକେଟ୍‌ ଫେଲ୍‌, ହକି ପାସ୍‌: ଶେଷରେ ଜାତୀୟ ଖେଳ ରଖିଲା ଭାରତର ସମ୍ମାନ

ଭାରତୀୟ କ୍ରିକେଟ୍‌ ଟିମ୍‌ ପାକିସ୍ତାନ ଠାରୁ ଲଜ୍ଜାଜନକ ପରାଜୟ କରିଥିବା ବେଳେ ହକିରେ କିନ୍ତୁ ଭାରତ ସମ୍ମାନ ରଖିଛି। ଇଂଲଣ୍ଡରେ ଚାଲିଥିବା ହକି ୱାର୍ଲଡ୍‌ ଲିଗ୍‌ ଚାମ୍ପିୟନସିପ୍‌ ସେମିଫାଇନାଲ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୭-୧ ଗୋଲରେ ପରାସ୍ତ କରିଛି। ପାକିସ୍ତାନ ବିପକ୍ଷରେ ଭାରତର ଏହା ସବୁଠୁ ବଡ ବିଜୟ। ଏହି ବିଜୟ ସହ ଭାରତୀୟ ହକି ଟିମ୍‌ ଏହି ପ୍ରତିଯୋଗିତାରେ ଲଗାତର ତୃତୀୟ ବିଜୟ ହାସଲ କରିଛି। ଏହାପୂର୍ବରୁ ଭାରତ, କାନାଡା ଓ ସ୍କଟ୍‌ଲ୍ୟାଣ୍ଡ ଠାରୁ ବିଜୟ […]

hockey

Rakesh Mallick
  • Published: Sunday, 18 June 2017
  • , Updated: 18 June 2017, 10:26 PM IST

ଭାରତୀୟ କ୍ରିକେଟ୍‌ ଟିମ୍‌ ପାକିସ୍ତାନ ଠାରୁ ଲଜ୍ଜାଜନକ ପରାଜୟ କରିଥିବା ବେଳେ ହକିରେ କିନ୍ତୁ ଭାରତ ସମ୍ମାନ ରଖିଛି। ଇଂଲଣ୍ଡରେ ଚାଲିଥିବା ହକି ୱାର୍ଲଡ୍‌ ଲିଗ୍‌ ଚାମ୍ପିୟନସିପ୍‌ ସେମିଫାଇନାଲ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୭-୧ ଗୋଲରେ ପରାସ୍ତ କରିଛି। ପାକିସ୍ତାନ ବିପକ୍ଷରେ ଭାରତର ଏହା ସବୁଠୁ ବଡ ବିଜୟ। ଏହି ବିଜୟ ସହ ଭାରତୀୟ ହକି ଟିମ୍‌ ଏହି ପ୍ରତିଯୋଗିତାରେ ଲଗାତର ତୃତୀୟ ବିଜୟ ହାସଲ କରିଛି। ଏହାପୂର୍ବରୁ ଭାରତ, କାନାଡା ଓ ସ୍କଟ୍‌ଲ୍ୟାଣ୍ଡ ଠାରୁ ବିଜୟ ହାସଲ କରିସାରିଛି। ହକିର ଏହି ବିଜୟ କ୍ରୀଡା ପ୍ରେମୀଙ୍କୁ ନିଶ୍ଚିତ ଖୁସି କରିଛି। କାରଣ ଏହି ଇଂଲଣ୍ଡରେ ଚାମ୍ପିୟନ୍ସଟ୍ରଫି କ୍ରିକେଟ୍‌ରେ ପାକିସ୍ତାନ ଠାରୁ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଛି।

Related story