ଏସିଆ କପ୍‌ ମ୍ୟାଚ୍‌ରେ ଭାରତର ଦମଦାର ବିଜୟ, ଧୂଳି ଚାଟିଲା ପାକିସ୍ତାନ

ଦୁବାଇ: T20 ବିଶ୍ୱକପ୍‌ର ବଦଲା ନେଲା ଭାରତ । ପାକିସ୍ତାନକୁ ଧୂଳି ଚଟାଇ ପୁଣି ନିଜ ନାଁରେ କଲା ରେକର୍ଡ । ପାକିସ୍ତାନ ବିପକ୍ଷରେ ଭାରତ ହାସଲ କଲା ଦମଦାର ବିଜୟ । ଗତକାଲି ଦୁବାଇରେ ଖେଳାଯାଇଥିବା ଏସିଆ  କପ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ଗତକାଲିର ମ୍ୟାଚ୍ ଆରମ୍ଭରୁ ଶେଷ ଯାଏ ରୋମାଞ୍ଚରେ ଭରପୁର ଥିଲା । ପରସ୍ଥିତି ଏପରି ହୋଇଥିଲା କି ଶେଷ ଓଭରରେ ମ୍ୟାଚ୍‌ର ଫଳାଫଳ ସାମ୍ନାକୁ ଆସିଥିଲା […]

match

match

Niharika Rout
  • Published: Monday, 29 August 2022
  • Updated: 29 August 2022, 11:17 AM IST

Sports

Latest News

ଦୁବାଇ: T20 ବିଶ୍ୱକପ୍‌ର ବଦଲା ନେଲା ଭାରତ । ପାକିସ୍ତାନକୁ ଧୂଳି ଚଟାଇ ପୁଣି ନିଜ ନାଁରେ କଲା ରେକର୍ଡ । ପାକିସ୍ତାନ ବିପକ୍ଷରେ ଭାରତ ହାସଲ କଲା ଦମଦାର ବିଜୟ ।

ଗତକାଲି ଦୁବାଇରେ ଖେଳାଯାଇଥିବା ଏସିଆ  କପ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ଗତକାଲିର ମ୍ୟାଚ୍ ଆରମ୍ଭରୁ ଶେଷ ଯାଏ ରୋମାଞ୍ଚରେ ଭରପୁର ଥିଲା । ପରସ୍ଥିତି ଏପରି ହୋଇଥିଲା କି ଶେଷ ଓଭରରେ ମ୍ୟାଚ୍‌ର ଫଳାଫଳ ସାମ୍ନାକୁ ଆସିଥିଲା ।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଟିମ୍ ଭାରତ ସମ୍ମୁଖରେ ୧୪୮ ରନ୍‌ରେ ଟାର୍ଗେଟ ରଖିଥିଲା । ଏହାର ପିଛା କରୁଥିବା ଟିମ୍ ଇଣ୍ଡିଆ ମାତ୍ର ଗୋଟିଏ ରନ୍‌ରେ ନିଜ ପ୍ରଥମ ୱିକେଟ ହରାଇଥିଲା । ଏହାପରେ କ୍ୟାପଟେନ୍ ରୋହିତ ଶର୍ମା ଓ ମୋଷ୍ଟ ଫେଭରେଟ୍ ବିରାଟ କୋହଲିଙ୍କ ଦମଦାର ପାର୍ଟନରସିପ୍ ଟିମ୍‌କୁ ଅଧା ଟାର୍ଗେଟ ଯାଏଁ ପହଞ୍ଚାଇଥିଲା । ତେବେ ଜାଡେଜା ଓ ସୂର୍ଯ୍ୟକୁମାରଙ୍କ ୱିକେଟ୍ ମ୍ୟାଚ୍‌ର ସସପେନ୍ସକୁ ଅଧିକ ବଢ଼ାଇଥିଲା ।

ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛକା ମ୍ୟାଚ୍‌କୁ ଭାରତ ନାଁରେ କରିଛି । ହାର୍ଦ୍ଦିକ ମାତ୍ର ୧୭ ବଲ୍‌ରେ ୩୩ ରନ୍‌ର ଇନିଂସ୍ ଖେଳି ଟିମ୍‌କୁ  ବିଜୟର ସ୍ୱାଦ ଚଖାଇଛନ୍ତି । ଗତକାଲିର ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାନ୍ ଅଫ୍ ଦ୍ ମ୍ୟାଚ୍‌ରେ ସମ୍ମାନିତ କରାଯାଇଛି। ଏହାକୁ ମିଶାଇଲେ ଭାରତ ଏସିଆ  କପ୍‌ରେ ମୋଟ୍ ୯ଟି ମ୍ୟାଚ୍‌ରୁ ପାକିସ୍ତାନକୁ ୭ ଥର ମାତ୍ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos