୩୩୭ରନରେ ଦିଲ୍ଲୀ ଟେଷ୍ଟ୍ ହାରିଲା ଦ. ଆଫ୍ରିକା, ୩-୦ରେ ସିରିଜ୍ ଜିତିଲା ଭାରତ

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମରେ ଅନୁଷ୍ଠିତ ଗାନ୍ଧି-ମଣ୍ଡେଲା ଟେଷ୍ଟ୍ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୩୩୭ ରନରେ ପରାସ୍ତ କରିଛି। ଏହା ସହିତ ଭାରତ ଏହି ସିରିଜକୁ ୩-୦ରେ ଜିତି ନେଇଛି। ରବିଚନ୍ଦ୍ରନ ଅଶ୍ୱିନ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପାଇଥିବା ବେଳେ ଆଜିଙ୍କ୍ୟ ରାହାଣେ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ହୋଇଛନ୍ତି। ଭାରତୀୟ ଦଳ ପ୍ରଥମ ଇନିଂସରେ ୩୩୪ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ଦଳ […]

indiateam

indiateam

Rakesh Mallick
  • Published: Monday, 07 December 2015
  • Updated: 07 December 2015, 10:10 AM IST

Sports

Latest News

aswineeନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମରେ ଅନୁଷ୍ଠିତ ଗାନ୍ଧି-ମଣ୍ଡେଲା ଟେଷ୍ଟ୍ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୩୩୭ ରନରେ ପରାସ୍ତ କରିଛି। ଏହା ସହିତ ଭାରତ ଏହି ସିରିଜକୁ ୩-୦ରେ ଜିତି ନେଇଛି। ରବିଚନ୍ଦ୍ରନ ଅଶ୍ୱିନ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପାଇଥିବା ବେଳେ ଆଜିଙ୍କ୍ୟ ରାହାଣେ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ହୋଇଛନ୍ତି।

ଭାରତୀୟ ଦଳ ପ୍ରଥମ ଇନିଂସରେ ୩୩୪ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଇନିଂସରେ ମାତ୍ର ୧୨୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ସେହିପରି ଦ୍ୱିତୀୟ ଇନିଂସରେ ଭାରତ ୫ ୱିକେଟରେ ୨୬୭ ରନ୍ କରି ପାଳି ଘୋଷଣା କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୪୮୧ ରନର ବିଜୟ ଲକ୍ଷ୍ୟ ରହିଥିଲା। କିନ୍ତୁ ପୂରା ଟିମ୍ ମାତ୍ର ୧୪୩ ରନରେ ଅଲଆଉଟ୍ ହୋଇଯାଇଥିଲା।

ଆଜି ଭ୍ରମଣକାରୀ ଦଳ ୭୨ରନରୁ ଖେଳ ଆରମ୍ଭ କରିଥିଲା। ଗତକାଲି ୨ଟି ୱିକେଟ୍ ହରାଇ ଦଳ ଏହି ରନ୍ ସଂଗ୍ରହ କରିଥିଲା। ଗତକାଲିଠାରୁ ଅପରାଜିତ ଥିବା ହାସିମ ଅମଲା ମାତ୍ର ୨୫  ରନ୍ କରି ଜାଡେଜାଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। ସେ ଆଉଟ୍ ହେଲା ବେଳକୁ ଦଳୀୟ ସ୍କୋର ମାତ୍ର ୭୬ରେ ପହଞ୍ଚିଥିଲା। ସେ ଆଉଟ୍ ହୋଇଯିବା ପରେ ଏବି ଡିଭିଲିୟର୍ସ ଓ ଡୁ ପ୍ଲିସିସ୍ ଖେଳକୁ ଆଗେଇ ନେଇଥିଲେ। ଏଦୁହେଁ ବହୁ ସମୟ ଧରି ଭାରତୀୟ ବୋଲରଙ୍କ ସହିତ ସଂଘର୍ଷ କରିଥିଲେ। କିନ୍ତୁ ସ୍କୋର କରିବାକୁ ଦୁହେଁ ସଫଳ ହୋଇ ନ ଥିଲେ। ଡିଭିଲିୟର୍ସ ୨୯୭ ବଲରୁ ୪୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଡୁପ୍ଲିସିସ୍ ୯୭ଟି ବଲରୁ ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିଲେ। ଜେପି ଡୁମିନି ଶୂନରେ ଆଉଟ୍ ହୋଇଥିଲେ। ସେ ଅଶ୍ୱିନଙ୍କ ଶିକାର ବନି ଥିଲେ। ଡାନେ ବିଳାସ ୧୩ ରନ୍, କାଇଲେ ଆକୋଟ୍ ଶୂନ, ଡାନେ ପିଏଟ୍ ୧, ମୋର୍କେଲ୍ ୨ ରନ୍ କରି ଆଉଟ୍ ହୋଇଥିଲେ।

ଭାରତ ପକ୍ଷରୁ ଅଶ୍ୱିନ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଉମେଶ ଯାଦବ ୩ଟି ଓ ରବୀନ୍ଦ୍ର ଜାଡେଜା ୨ଟି ୱିକେଟ୍ ହାସଲ କରିଛନ୍ତି।

ଏହି ମ୍ୟାଚର ଉଭୟ ଇନିଂସରେ ଆଜିଙ୍କ୍ୟ ରାହାଣେ ଶତକ ମାରିଥିଲେ। ସେ ପ୍ରଥମ ଇନିଂସରେ ୧୨୭ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୦୦ ରନ୍ କରି ନଟଆଉଟ୍ ରହିଥିଲେ। ସେହିପରି ରବିଚନ୍ଦ୍ରନ ଅଶ୍ୱିନ୍ ଓ ଜାଡ଼େଜା ଏହି ମ୍ୟାଚରେ ୭ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଅଶ୍ୱିନ୍ ପ୍ରଥମ ଇନିଂସରେ ୨ଟି ଓ ଦ୍ୱିତୀୟ ଇନିଂସରେ ୫ଟି ୱିକେଟ୍ ନେଇଥିବା ବେଳେ ଜାଡ଼େଜା ପ୍ରଥମ ଇନିଂସରେ ୫ଟି ଓ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos