ପୁଣି ଭାରତ ଜିତିଲା, ପାକିସ୍ତାନ ପରେ ଆର୍ଜେଣ୍ଟିନାକୁ ଧୂଳି ଚଟାଇଲା

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ଲଗାତର ଦ୍ୱିତୀୟ ବିଜୟ।  ଆଜି ଅଲିମ୍ପିକ ଚାମ୍ପିଅନ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ପରାସ୍ତ କରିଛି ଭାରତ।  ମ୍ୟାଚ୍ ଆରମ୍ଭରୁ ହିଁ ପ୍ରାଧାନ୍ୟ ବିସ୍ତାର କରି ରଖିଥିଲା ଭାରତୀୟ ଟିମ୍‌।  ମ୍ୟାଚର ୧୭ ତମ ମିନିଟ୍‌ରେ ହରମନପ୍ରୀତ ସିଂ ଓ ୨୮ ତମ ମିନିଟରେ ମନଦୀପ ସିଂହ ଗୋଲ୍‌ କରିଥିଲେ। ଆର୍ଜେଣ୍ଟିନା ପକ୍ଷରୁ ମାତିଆସ ପାରେଡେସ୍ ୩୦ତମ ମିନିଟ୍‌ରେ ଏକ ଗୋଲ କରିବାକୁ ସକ୍ଷମ ହୋଇଥିଲେ। ଭାରତ ଏହାର ପୂର୍ବ ମ୍ୟାଚରେ […]

hockey

hockey

Rakesh Mallick
  • Published: Sunday, 24 June 2018
  • Updated: 24 June 2018, 06:38 PM IST

Sports

Latest News

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ଲଗାତର ଦ୍ୱିତୀୟ ବିଜୟ।  ଆଜି ଅଲିମ୍ପିକ ଚାମ୍ପିଅନ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ପରାସ୍ତ କରିଛି ଭାରତ।  ମ୍ୟାଚ୍ ଆରମ୍ଭରୁ ହିଁ ପ୍ରାଧାନ୍ୟ ବିସ୍ତାର କରି ରଖିଥିଲା ଭାରତୀୟ ଟିମ୍‌।  ମ୍ୟାଚର ୧୭ ତମ ମିନିଟ୍‌ରେ ହରମନପ୍ରୀତ ସିଂ ଓ ୨୮ ତମ ମିନିଟରେ ମନଦୀପ ସିଂହ ଗୋଲ୍‌ କରିଥିଲେ। ଆର୍ଜେଣ୍ଟିନା ପକ୍ଷରୁ ମାତିଆସ ପାରେଡେସ୍ ୩୦ତମ ମିନିଟ୍‌ରେ ଏକ ଗୋଲ କରିବାକୁ ସକ୍ଷମ ହୋଇଥିଲେ।

ଭାରତ ଏହାର ପୂର୍ବ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୦ ଗୋଲରେ ଅତି ଶୋଚନୀୟ ଭାବରେ ପରାସ୍ତ କରିଥିଲା।  ଆଜିର ବିଜୟ ସହ ଭାରତ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି।

ନେଦରଲାଣ୍ଡର ବ୍ରେଦାରେ ଚଳିତ ପୁରୁଷ ହକି ଚାମ୍ପିଅନ୍ସ ଟ୍ରଫି ଖେଳା ଯାଉଛି। ଜୁନ୍ ୨୩ ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ ଜୁଲାଇ ୧ ତାରିଖରେ ଶେଷ ହେବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos