ଦ୍ୱିତୀୟ ଦିନିକିଆରେ ଭାରତର ସଂଘର୍ଷ ପୂର୍ଣ୍ଣ ବିଜୟ:୫ ଟିକିଆ ମ୍ୟାଚ୍‌ରେ ଭାରତ ୨-୦ରେ ଆଗୁଆ

ପାଲେକେଲ:ଶ୍ରୀଲଙ୍କା ବିପକ୍ଷରେ ଭାରତର ନାଟକୀୟ ବିଜୟ। ନବମ ସ୍ଥାନରେ ପଡ଼ିଆକୁ ଓହ୍ଲାଇଥିବା ଭୁବନେଶ୍ୱର କୁମାରଙ୍କ ଅର୍ଦ୍ଧଶତକ ବଳରେ ପାଲେକେଲ ଠାରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆକୁ ଭାରତ ଜିତି ନେଇଛି। ଏହା ଭୁବନେଶ୍ଵର କୁମାରଙ୍କ ପ୍ରଥମ ଦିନିକିଆ ଅର୍ଦ୍ଧଶତକ। ୨୩୧ ରନର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ପ୍ରଥମରୁ ଭଲ ଆରମ୍ଭ କରିଥିଲା। କିନ୍ତୁ ଶ୍ରୀଲଙ୍କାର ଅଫସ୍ପିନର ଅକିଲା ଧନଞ୍ଜୟଙ୍କ ଘାତକ ବୋଲିଂରେ ଭାରତୀୟ ମିଡିଲ ଅର୍ଡର ଭାଙ୍ଗି ଯାଇଥିଲା। ୧୦୯ ରନରେ ପ୍ରଥମ ୱିକେଟ […]

BHUBANEWARA KUMAR KUMAR

BHUBANEWARA KUMAR KUMAR

Rakesh Mallick
  • Published: Friday, 25 August 2017
  • Updated: 25 August 2017, 09:51 AM IST

ପାଲେକେଲ:ଶ୍ରୀଲଙ୍କା ବିପକ୍ଷରେ ଭାରତର ନାଟକୀୟ ବିଜୟ। ନବମ ସ୍ଥାନରେ ପଡ଼ିଆକୁ ଓହ୍ଲାଇଥିବା ଭୁବନେଶ୍ୱର କୁମାରଙ୍କ ଅର୍ଦ୍ଧଶତକ ବଳରେ ପାଲେକେଲ ଠାରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆକୁ ଭାରତ ଜିତି ନେଇଛି। ଏହା ଭୁବନେଶ୍ଵର କୁମାରଙ୍କ ପ୍ରଥମ ଦିନିକିଆ ଅର୍ଦ୍ଧଶତକ। ୨୩୧ ରନର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ପ୍ରଥମରୁ ଭଲ ଆରମ୍ଭ କରିଥିଲା। କିନ୍ତୁ ଶ୍ରୀଲଙ୍କାର ଅଫସ୍ପିନର ଅକିଲା ଧନଞ୍ଜୟଙ୍କ ଘାତକ ବୋଲିଂରେ ଭାରତୀୟ ମିଡିଲ ଅର୍ଡର ଭାଙ୍ଗି ଯାଇଥିଲା। ୧୦୯ ରନରେ ପ୍ରଥମ ୱିକେଟ ହରାଇବା ପରେ ମାତ୍ର ୨୨ ରନରେ ଟିମ ଇଣ୍ଡିଆ ୬ଟି ୱିକେଟ ହରାଇଥିଲା। ତେବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଓ ଭୁବନେଶ୍ୱର କୁମାରଙ୍କ ଅର୍ଦ୍ଧଶତକ ବଳରେ ଭାରତ ନାଟକୀୟ ବିଜୟ ହାସଲ କରିଛି । ଧୋନୀ ଓ ଭୁବନେଶ୍ୱର କୁମାର ୮ମ ୱିକେଟ ଯୋଡ଼ିରେ ଅପରାଜିତ ଶତକୀୟ ଇଂନିସ ଖେଳିଥିଲେ। ଭୁବନେଶ୍ଵର କୁମାର ୫୩ ରନ କରିଥିବା ବେଳେ ଧୋନୀ ୪୫ ରନ କରିଥିଲେ।

ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୨୩୬ ରନ କରିଥିଲା। ତେବେ ବର୍ଷା ବାଧାପ୍ରପ୍ତ ମ୍ୟାଚରେ ଡିଏଲ ନିୟମ ଅନୁଯାୟୀ ଭାରତକୁ ୪୭ ଓଭରେ ୨୩୧ ରନର ଟାର୍ଗେଟ ଦିଆଯାଇଥିଲା।  ଅଫସ୍ପିନର ଅକିଲା ଧନଞ୍ଜୟ ୧୦ ଓଭରରେ ୬ଟି ୱିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

ଆହୁରି ପଢ଼ନ୍ତୁ- ଦ୍ୱିତୀୟ ଦିନିକିଆରେ ଭାରତର ସଂଘର୍ଷ ପୂର୍ଣ୍ଣ ବିଜୟ: ୫ଟିକିଆ ମ୍ୟାଚ୍‌ରେ ଭାରତ ୨-୦ରେ ଆଗୁଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos