ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ମ୍ୟାଚ୍ରେ ଭାରତର ବିଜୟ ଧାରା ଜାରି ରହିଛି। ଦଳ ଲଗାତର ତୃତୀୟଥର ପାଇଁ ବିଜୟ ହୋଇଛି। ଏହି ବିଜୟ ସହିତ କ୍ୱାର୍ଟର ଫାଇନାଲରେ ଭାରତର ସ୍ଥାନ ପକ୍କା ହୋଇଛି। ଶେଷ ଲିଗ୍ ମ୍ୟାଚରେ ଜିମ୍ବାୱେକୁ ୧୦ ଓ୍ୱିକେଟରେ ପରାସ୍ତ କରିଛି ଦଳ। ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଜିମ୍ବାୱେ। ଅନୁକୁଳ ସୁଧାକରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ଜିମ୍ବାୱେ ମାତ୍ର ୧୫୪ ରନରେ ଅଲଆଉଟ ହୋଇଯାଇଥିଲା।
୧୫୫ ରନ୍ରେ ବିଜୟ ଲକ୍ଷ୍ୟ ପିଛା କରି ଟିମ୍ ଇଣ୍ଡିଆ କୌଣସି ଓ୍ୱିକେଟ ନ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଟିମ ଇଣ୍ଡିଆ ପକ୍ଷରୁ ଓପନର ହାରଭିକ ଦେଶାଇ ଓ ଶୁଭମ ଗିଲ୍ ଅପରାଜିତ ୫୬ ଓ ୯୦ ରନ କରିଥିଲେ। ଭାରତ ଏପର୍ଯ୍ୟନ୍ତ ଗ୍ରୁପର ସବୁ ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।