କୋଲକାତା: ଅନ୍ତର୍ଜାତୀୟ ତୀରନ୍ଦାଜୀ ସଂଘରୁ ସସପେଣ୍ଡ ହୋଇଥିବା ଭାରତୀୟ ତୀରନ୍ଦାଜ ଏଠାରେ ଏସିଆନ୍ ଚାମ୍ପିୟନଶିପର ରିକର୍ଭ ବର୍ଗରେ ବ୍ରୋଞ୍ଜ ପଦକ ଜିତିବା ସହ କମ୍ପାଉଣ୍ଡର ମିକ୍ସଡ ଇଭେଣ୍ଟରେ ମଧ୍ୟ ଅତିକମରେ ରୌପ୍ୟ ପଦକ ପକ୍କା କରିଛି। ଭାରତୀୟ ମହାସଂଘର ସସପେଣ୍ଡ କାରଣରୁ ନିରପେକ୍ଷ ଧ୍ୱଜା ଅଧୀନରେ ଭାଗ ନେଉଥିବା ଭାରତୀୟ ତୀରନ୍ଦାଜ ରିକର୍ଭର ମିକ୍ସଡ୍ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି।
ଅତନୁ ଦାସ ଓ ଦୀପିକା କୁମାରୀଙ୍କ ମିକ୍ସଡ୍ ଭାରତୀୟ ଯୋଡ଼ି ଚୀନର ୟିଚାଇ ଝେଙ୍ଗ ଓ ଶାଓଜୁଆନ୍ ୱେଇଙ୍କ ଯୋଡ଼ିକୁ ୬-୨ରେ ହରାଇଛନ୍ତି। କମ୍ପାଉଣ୍ଡ୍ ବର୍ଗରେ ଅଭିଷେକ ବର୍ମା ଓ ଜ୍ୟୋତି ସୁରେଖା ଭେନ୍ନାମଙ୍କ ଭାରତୀୟ ଯୋଡ଼ି କୋରିଆ ଯୋଡ଼ିଙ୍କୁ ୧୫୯-୧୫୪ରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।
ବୁଧବାର ଖେଳାଯିବାକୁଥିବା ଫାଇନାଲରେ ଭାରତୀୟ ଯୋଡ଼ିଙ୍କ ସାମ୍ନା ଚାଇନିଜ୍ ତାଇପେଇ ଯୋଡ଼ି ସହ ହେବ। ଟିମ୍ ମୁକାବିଲା ବୁଧବାରଠାରୁ ଆରମ୍ଭ ହେବ। ଭାରତୀୟ ମହିଳା ତୀରନ୍ଦାଜ ଗୁରୁବାର କ୍ୱାଲିଫିକେସନ ରାଉଣ୍ଡରେ ଅଲିମ୍ପିକ୍ କୋଟା ହାସଲ କରିବାକୁ ପ୍ରୟାସ କରିବୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାସ୍ତାରେ ଖେଳୁଥିଲା ଛୋଟ ଛୁଆ, ଚଢ଼ିଗଲା କ୍ୟାବ୍
ରାସ୍ତାରେ ଖେଳୁଥିଲା ଛୋଟ ଛୁଆ । ଏହି ସମୟରେ ଘଟିଲା ଅଘଟଣ। ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାବ୍ ପିଲାଟି ଉପରେ ଚଢ଼ିଗଲା।
National
ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂହ ଦେଶର ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା।
National
ବିଗିଡ଼ିଲା ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା, ଏମ୍ସରେ ହେଲେ ଭର୍ତ୍ତି
ଏବେ ସେଠାରେ ତାଙ୍କର ଚିକିତ୍ସା ସ୍ୱତନ୍ତ୍ର ଡାକ୍ତରୀ ଟିମ ପକ୍ଷରୁ କରାଯାଉଛି। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
National
ଦରମା ଥିଲା ୧୩ ହଜାର, କିନ୍ତୁ ଠକି ନେଲା ୨୧ କୋଟି: ଗର୍ଲଫ୍ରେଣ୍ଡକୁ ଦେଇଥିଲା 4BHK ଫ୍ଲାଟ
ପୁଲିସ୍ କହିଛି ଯେ ଏହି ଟଙ୍କାରେ ୧.୨ କୋଟି ବଳରେ ଗୋଟିଏ BMW, ୧.୩ କୋଟି ଟଙ୍କାରେ ଗୋଟିଏ ଏସ୍ୟୁଭି ଓ ୩୨ ଲକ୍ଷ ଟଙ୍କା ବଳରେ ଗୋଟିଏ BMW ବାଇକ କିଣା ଯାଇଥିଲା।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।