ଆନ୍ତର୍ଜାତିକ କ୍ରିକେଟରେ ୫୦ ତମ ଶତକ ମାରିଲେ କୋହଲି

କୋଲକାତା: ଆନ୍ତର୍ଜାତିକ କ୍ରିକେଟରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ୫୦ ତମ ଶତକ ହାସଲ କରିଛନ୍ତି। କୋଲକତାରେ ଖେଳାଯାଇଥିବା ଶ୍ରୀଲଙ୍କ ବିପକ୍ଷ ଟେଷ୍ଟ ମ୍ୟାଚର ଅନ୍ତିମ ଦିନରେ କୋହଲି ୧୦୪ ରନ୍‌ରେ ଅପରାଜିତ ରହି ଏହି ବିରଳ କିର୍ତ୍ତୀମାନ ସୃଷ୍ଟି କରିଛନ୍ତି। ଟେଷ୍ଟ ମ୍ୟାଚରେ କୋହଲିଙ୍କ ଏହା ଥିଲା ୧୮ତମ ଶତକ। ପୂର୍ବରୁ ସେ ଦିନିକିଆରେ ୩୨ଟି ଶତକ ମାରିସାରିଛନ୍ତି। ଭାରତୀୟ ଦଳ ଲଗାତର ଓ୍ୱିକେଟ ହରାଇ ସଙ୍କଟରେ ପଡିଥିବା ବେଳେ କୋହଲି ସ୍ଥିତି […]

indian-cricket-team-captain-virat-kohli

indian-cricket-team-captain-virat-kohli

Rakesh Mallick
  • Published: Monday, 20 November 2017
  • Updated: 20 November 2017, 10:01 PM IST

Sports

Latest News

କୋଲକାତା: ଆନ୍ତର୍ଜାତିକ କ୍ରିକେଟରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ୫୦ ତମ ଶତକ ହାସଲ କରିଛନ୍ତି। କୋଲକତାରେ ଖେଳାଯାଇଥିବା ଶ୍ରୀଲଙ୍କ ବିପକ୍ଷ ଟେଷ୍ଟ ମ୍ୟାଚର ଅନ୍ତିମ ଦିନରେ କୋହଲି ୧୦୪ ରନ୍‌ରେ ଅପରାଜିତ ରହି ଏହି ବିରଳ କିର୍ତ୍ତୀମାନ ସୃଷ୍ଟି କରିଛନ୍ତି। ଟେଷ୍ଟ ମ୍ୟାଚରେ କୋହଲିଙ୍କ ଏହା ଥିଲା ୧୮ତମ ଶତକ। ପୂର୍ବରୁ ସେ ଦିନିକିଆରେ ୩୨ଟି ଶତକ ମାରିସାରିଛନ୍ତି। ଭାରତୀୟ ଦଳ ଲଗାତର ଓ୍ୱିକେଟ ହରାଇ ସଙ୍କଟରେ ପଡିଥିବା ବେଳେ କୋହଲି ସ୍ଥିତି ସମ୍ଭାଳିଥିଲେ। ତାଙ୍କ ଶତକ ସହାୟତାରେ ଭାରତ ଦ୍ୱିତୀୟ ଇନିଂସରେ ୮ ଓ୍ୱିକେଟରେ ୩୫୨ ରନ୍ କରିଥିଲେ। କୋହଲିଙ୍କ ଶେଷ ଟେଷ୍ଟ ଶତକ ମଧ୍ୟ ଶ୍ରୀଲଙ୍କା ଟିମ୍ ବିରୋଧରେ ରହିଛି। ଗତ ଜୁଲାଇରେ ଭାରତର ଶ୍ରୀଲଙ୍କା ଗସ୍ତରେ କୋହଲି ଶତକ ଜମାଇଥିଲେ। ୨୦୧୬ରେ କୋହଲି ୪ଟି ଡବଲ ଶତକ ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos