ମ୍ୟାଚ୍ ଚାଲୁଥିବା ବେଳେ ଚାଲିଗଲା କ୍ରିକେଟରଙ୍କ ଜୀବନ

ଅଗରତାଲା: କ୍ରିକେଟ୍ ମଇଦାନରେ ଅନେକ ଖେଳାଳିଙ୍କ ଜୀବନ ଚାଲିଯାଇଛି। ଠିକ୍ ଏଭଳି କିଛି ଘଟିଛି ତ୍ରିପୁରାର ରାଜଧାନୀ ଅଗରତାଲାରେ। ମିଡିଆ ରିପୋର୍ଟ ଅନୁଯାୟୀ, ତ୍ରିପୁରା ଅଣ୍ଡର୍‌-୨୩ ଟିମର ଖେଳାଳି ମିଥୁନ୍ ଦେବବର୍ମାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଛି। ଦେବବର୍ମାଙ୍କୁ ମ୍ୟାଚ୍ ବେଳେ ହୃଦଘାତ ହୋଇଥିଲା ଏବଂ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଅଗରତାଲାର ମହାରାଜା ବୀର ବିକ୍ରମ କ୍ରିକେଟ୍ ଷ୍ଟାଡିୟମରେ ଏକ ପ୍ରାକ୍ଟିସ୍ ମ୍ୟାଚ୍ ଚାଲିଥିଲା, ଯେଉଁଥିରେ ମିଥୁନ୍ ମଧ୍ୟ ଖେଳୁଥିଲେ। ମିଥୁନ୍ […]

player-dies

player-dies

Ranjit Kumar Jena
  • Published: Wednesday, 04 December 2019
  • Updated: 04 December 2019, 09:16 PM IST

Sports

Latest News

ଅଗରତାଲା: କ୍ରିକେଟ୍ ମଇଦାନରେ ଅନେକ ଖେଳାଳିଙ୍କ ଜୀବନ ଚାଲିଯାଇଛି। ଠିକ୍ ଏଭଳି କିଛି ଘଟିଛି ତ୍ରିପୁରାର ରାଜଧାନୀ ଅଗରତାଲାରେ। ମିଡିଆ ରିପୋର୍ଟ ଅନୁଯାୟୀ, ତ୍ରିପୁରା ଅଣ୍ଡର୍‌-୨୩ ଟିମର ଖେଳାଳି ମିଥୁନ୍ ଦେବବର୍ମାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଛି। ଦେବବର୍ମାଙ୍କୁ ମ୍ୟାଚ୍ ବେଳେ ହୃଦଘାତ ହୋଇଥିଲା ଏବଂ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା।

ମଙ୍ଗଳବାର ଅଗରତାଲାର ମହାରାଜା ବୀର ବିକ୍ରମ କ୍ରିକେଟ୍ ଷ୍ଟାଡିୟମରେ ଏକ ପ୍ରାକ୍ଟିସ୍ ମ୍ୟାଚ୍ ଚାଲିଥିଲା, ଯେଉଁଥିରେ ମିଥୁନ୍ ମଧ୍ୟ ଖେଳୁଥିଲେ। ମିଥୁନ୍ ଫିଲ୍ଡିଂ କରୁଥିବା ବେଳେ ହଠାତ୍ ତଳେ ପଡ଼ି ଯାଇଥିଲେ। ମିଥୁନଙ୍କୁ ଅଚେତ୍ ଅବସ୍ଥାରେ ଦେଖି ସାଥୀ ଖେଳାଳିମାନେ ତାଙ୍କୁ ଉଠାଇ ସ୍ଥାନୀୟ ଇନ୍ଦିରା ଗାନ୍ଧି ମେମୋରିଆଲ୍ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ହୃଦଘାତ କାରଣରୁ ମିଥୁନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ଏହା ପରେ ତାଙ୍କ ମୃତ ଶରୀରକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଯାଇଥିଲା। ମିଥୁନଙ୍କ ମୃତ୍ୟୁର ଖବର ଶୁଣି ତ୍ରିପୁରା କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ମାଣିକ ଶାହ ହସ୍ପିଟାଲ୍ ପହଞ୍ଚିଥିଲେ। ଆଉ କିଛି ନାମୀ କ୍ରିକେଟର ମଧ୍ୟ ଏଭଳି ଘଟଣାରେ ସ୍ତବ୍ଧ ହୋଇଛନ୍ତି।

କ୍ରିକେଟ୍ ମଇଦାନରେ ହୃଦଘାତରେ ମୃତ୍ୟୁବରଣ କରିବା କିଛି ନୂଆ କଥା ନୁହେଁ। ଚଳିତ ବର୍ଷ ଗୋଆର ପୂର୍ବତନ ରଣଜୀ କ୍ରିକେଟର୍ ରାଜେଶ ଘୋଡଗେଙ୍କର ଏକ କ୍ଲବ୍ ମ୍ୟାଚ୍ ବେଳେ ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିଲା। ନବି ମୁମ୍ବାଇରେ ଏକ ଟୁର୍ଣ୍ଣାମେଣ୍ଟରେ ସନ୍ଦୀପ ଚନ୍ଦ୍ରକାନ୍ତ ମହାତ୍ରେଙ୍କର ମାତ୍ର ୩୬ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଥିଲା। ଗତବର୍ଷ ଭୋପାଳରେ ମଧ୍ୟ ଜଣେ ରେଲୱେ କ୍ରିକେଟରଙ୍କର ଏଭଳି ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos