ହାତରେ କଳା ପଟି ବାନ୍ଧି ମଇଦାନକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ ଟିମ୍ ରବିବାର କାନ୍ଧରେ କଳାପଟି ବାନ୍ଧି ଖେଳିବାକୁ ଓହ୍ଲାଇଛନ୍ତି। ଏଥିସହ ଟିମ୍ ଇଣ୍ଡିଆ ପୂର୍ବତନ ଅଲରାଉଣ୍ଡର ବାପୁ ନାଡକର୍ଣ୍ଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି, ଯାହାଙ୍କର ଚଳିତ ସପ୍ତାହରେ ପରଲୋକ ହୋଇଥିଲା। ଶୁକ୍ରବାର ନାଡକର୍ଣ୍ଣି ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ୍ ଏବଂ ବାମହାତୀ ସ୍ପିନର ନାଡକର୍ଣ୍ଣି ଭାରତ ପକ୍ଷରୁ ୪୧ ଟେଷ୍ଟ ଖେଳି ୧୪୧୪ ରନ୍ କରିଛନ୍ତି। ଏହା ସହ ସେ କ୍ୟାରିୟରର […]

INDIA

Ranjit Kumar Jena
  • Published: Sunday, 19 January 2020
  • , Updated: 19 January 2020, 06:18 PM IST

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ ଟିମ୍ ରବିବାର କାନ୍ଧରେ କଳାପଟି ବାନ୍ଧି ଖେଳିବାକୁ ଓହ୍ଲାଇଛନ୍ତି। ଏଥିସହ ଟିମ୍ ଇଣ୍ଡିଆ ପୂର୍ବତନ ଅଲରାଉଣ୍ଡର ବାପୁ ନାଡକର୍ଣ୍ଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି, ଯାହାଙ୍କର ଚଳିତ ସପ୍ତାହରେ ପରଲୋକ ହୋଇଥିଲା। ଶୁକ୍ରବାର ନାଡକର୍ଣ୍ଣି ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ବାମହାତୀ ବ୍ୟାଟ୍ସମ୍ୟାନ୍ ଏବଂ ବାମହାତୀ ସ୍ପିନର ନାଡକର୍ଣ୍ଣି ଭାରତ ପକ୍ଷରୁ ୪୧ ଟେଷ୍ଟ ଖେଳି ୧୪୧୪ ରନ୍ କରିଛନ୍ତି। ଏହା ସହ ସେ କ୍ୟାରିୟରର ଶ୍ରେଷ୍ଠ ଫିଗର ୬/୪୩ ସହ ମୋଟ ୮୮ ୱିକେଟ୍ ନେଇଛନ୍ତି। ନାଡକର୍ଣ୍ଣି ମୁମ୍ବାଇର ଅନ୍ୟତମ କିମ୍ବଦନ୍ତୀ କ୍ରିକେଟର୍ ଭାବେ ପରିଚିତ ଥିଲେ ଏବଂ ସେ ୧୯୧ ପ୍ରଥମଶ୍ରେଣୀ ମ୍ୟାଚରେ ୫୦୦ ୱିକେଟ୍ ଏବଂ ୮୮୮୦ ରନ୍ କରିଛନ୍ତି।

ନାସିକରେ ଜନ୍ମିତ ନାଡକର୍ଣ୍ଣି ୧୯୫୫ରେ ଦିଲ୍ଲୀରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ ମନସୁର ଅଲୀ ଖାନ୍ ପଟୌଦୀଙ୍କ ନେତୃତ୍ୱରେ ୧୯୬୮ରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ନିଜର ଶେଷ ଟେଷ୍ଟ ଖେଳିଥିଲେ। ତାଙ୍କ ନାମରେ ଅଷ୍ଟ୍ରେଲିଆ ବିପକ୍ଷ ମାଡ୍ରାସ୍ (ବର୍ତ୍ତମାନ ଚେନ୍ନାଇ)ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଲଗାତାର ୨୧ ମେଡେନ୍ ଓଭର ପକାଇବାର ରେକର୍ଡ ରହିଛି, ଯାହା ସେ ୧୯୬୪ରେ କରିଥିଲେ।

Related story