ବିବାହ ପୂର୍ବରୁ କ’ଣ କରୁଥିଲେ ଧୋନି, ରାଇନା, ରୋହିତ, ହରଭଜନ ଓ ଦିନେଶଙ୍କ ପତ୍ନୀ

ଆମ ଦେଶର କ୍ରିକେଟରମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଖେଳ ତ କେତେବେଳେ ବ୍ୟକ୍ତିଗତ ଜୀବନ ପାଲଟିଥାଏ ଚର୍ଚ୍ଚାର ବିଷୟ। ସେମାନଙ୍କ ଜୀବନରେ କ’ଣ ଘଟୁଛି କ’ଣ ନାହିଁ ତାହା ସମସ୍ତେ ଜାଣିବା ପାଇଁ ଚାହାଁନ୍ତି। ସେ ପ୍ରେମ ହେଉ ବା ବିବାହ, ତାଙ୍କ ପସନ୍ଦ ବା ନାପସନ୍ଦ ସବୁ ବିଷୟରେ ଜାଣିବା ପାଇଁ ଖେଳପ୍ରେମୀମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ଖେଳ ଦୁନିଆରେ କ୍ରିକେଟରମାନେ ଯେତେ ଫେମସ୍ ତାଙ୍କ ପତ୍ନୀମାନେ ମଧ୍ୟ ସେତିକି ଫେମସ୍। ଅନେକ ସମୟରେ […]

wifes-of-cricketers

wifes-of-cricketers

Rakesh Mallick
  • Published: Monday, 17 July 2017
  • Updated: 17 July 2017, 06:06 PM IST

Sports

Latest News

ଆମ ଦେଶର କ୍ରିକେଟରମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଖେଳ ତ କେତେବେଳେ ବ୍ୟକ୍ତିଗତ ଜୀବନ ପାଲଟିଥାଏ ଚର୍ଚ୍ଚାର ବିଷୟ। ସେମାନଙ୍କ ଜୀବନରେ କ’ଣ ଘଟୁଛି କ’ଣ ନାହିଁ ତାହା ସମସ୍ତେ ଜାଣିବା ପାଇଁ ଚାହାଁନ୍ତି। ସେ ପ୍ରେମ ହେଉ ବା ବିବାହ, ତାଙ୍କ ପସନ୍ଦ ବା ନାପସନ୍ଦ ସବୁ ବିଷୟରେ ଜାଣିବା ପାଇଁ ଖେଳପ୍ରେମୀମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ଖେଳ ଦୁନିଆରେ କ୍ରିକେଟରମାନେ ଯେତେ ଫେମସ୍ ତାଙ୍କ ପତ୍ନୀମାନେ ମଧ୍ୟ ସେତିକି ଫେମସ୍। ଅନେକ ସମୟରେ ଷ୍ଟାଡିୟମରେ କ୍ରିକେଟରମାନଙ୍କ ସହ ତାଙ୍କ ପତ୍ନୀମାନେ ମଧ୍ୟ ନଜର ଆସିଥାନ୍ତି। ହେଲେ ଆପଣ ଜାଣନ୍ତି କି, ବିବାହ ପୂର୍ବରୁ ଏହି କ୍ରିକେଟର ମାନଙ୍କ ପତ୍ନୀମାନେ କ’ଣ କାମ କରୁଥିଲେ? ଆସନ୍ତୁ ଜାଣିବା ଏ ସମ୍ପର୍କରେ।

ସାକ୍ଷୀ ସିଂହ ଧୋନି: ମହେନ୍ଦ୍ର ସିଂହ ଧୋନିଙ୍କ ସ୍ତ୍ରୀ ସାକ୍ଷୀ ସିଂହ ଧୋନି। ବିବାହ ପୂର୍ବରୁ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟ କାମ କରୁଥିଲେ । ଯେତେବେଳେ ଧୋନିଙ୍କ ସହ ତାଙ୍କର ଦେଖା ହୋଇଥିଲା ସେତେବେଳେ ସେ କୋଲକାତାର ତାଜ୍ ବଙ୍ଗାଲ୍ ହୋଟେଲରେ ଟ୍ରେନି ହିସାବରେ କାମ କରୁଥିଲେ। ଏହାପରେ ଦୁହେଁ ପରସ୍ପରକୁ ଜାଣିଲେ ଏବଂ କିଛିଦିନ ପ୍ରେମ ସମ୍ପର୍କରେ ରହିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନେ ବର୍ତ୍ତମାନ ଜିଭା ନାମକ ଏକ କନ୍ୟା ସନ୍ତାନର ବାପା ମାଆ ।

ରିତିକା ସଜଦେହ ଶର୍ମା: ଭାରତୀୟ କ୍ରିକେଟ ଦଳର ଦମଦାର ଓପନର ରୋହିତ ଶର୍ମାଙ୍କ ପତ୍ନୀ ହେଲେ ରିତିକା । ସେ ବିବାହ ପୂର୍ବରୁ ଜଣେ ସ୍ପୋର୍ଟସ୍ ମ୍ୟାନେଜର ଥିଲେ । ତାଙ୍କ ପାଖରେ ଅନେକ ଖେଳାଳୀଙ୍କ ତାଲିକା ରହିଥିଲା।  ସେ ସେମାନଙ୍କ କାମ ତଦାରଖ କରୁଥିଲେ। ସେମାନଙ୍କ ମଧ୍ୟରେ ରୋହିତ ଶର୍ମା ମଧ୍ୟ ଥିଲେ। ଖେଳ ସମାରୋହ ଏବଂ ଅନେକ ମ୍ୟାଚରେ ତାଙ୍କୁ ଦେଖିବାକୁ ମିଳିଛି।

ଗୀତା ବାସ୍ରା: ହରଭଜନ ସିଂହ ଓ ଗୀତା ବାସ୍ରା ଅନେକ ଦିନ ଧରି ଅଫେୟାର ଚାଲିଥିଲା। ଏହାପରେ ସେମାନେ ୨୦୧୫ ମସିହା ଅକ୍ଟୋବର ୨୯ରେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ। ତାଙ୍କର ହିନାୟା ନାମକ ଝିଅଟିଏ ବି ଅଛି । ବିବାହ ପୂର୍ବରୁ ଗୀତା ବଲିଉଡ ହିରୋଇନ ଥିଲେ। ୨୦୦୬ରେ ଇମରାନ୍ ହାସମୀ ଷ୍ଟାରର୍ ଫିଲ୍ମ 'ଦିଲ୍ ଦିଆ ହେ'ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ। ୨୦୦୭ରେ ତାଙ୍କର ଆଉଏକ ଫିଲ୍ମ 'ଦି ଟ୍ରେନ୍' ରିଲିଜ୍ ହୋଇଥିଲା । ଏହାବ୍ୟତୀତ ସେ ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ କାମ କରିଥିଲେ।

ପ୍ରିୟଙ୍କା ଚୌଧୁରୀ: ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ବିବାହ ପୂର୍ବରୁ ନେଦରଲ୍ୟାଣ୍ଡର ଏକ ବ୍ୟାଙ୍କରେ ଆଇଟି ପ୍ରଫେସନାଲ୍ ଥିଲେ। ସେମାନେ ଦୁହେଁ ହେଲେ ପିଲାବେଳର ବନ୍ଧୁ । ସେମାନେ ୩ ଏପ୍ରିଲ ୨୦୧୫ରେ ବିବାହ କରିଥିଲେ। ତାଙ୍କର ଏକ ଝିଅ ମଧ୍ୟ ଅଛି , ଯାହାର ନାଁ ଗ୍ରୋସିୟା।  ଗ୍ରୋସିୟା 2016ରେ ନେଦରଲ୍ୟାଣ୍ଡରେ ଜନ୍ମ ଗ୍ରହଣ କରିଥିଲା।

ଦୀପିକା ପଲ୍ଲୀକଲ୍: ଦିନେଶ୍ କାର୍ତ୍ତିକଙ୍କ ଦ୍ୱିତୀୟ ପତ୍ନୀ ଦୀପିକା ଏକ ସ୍କ୍ୱାଶ ଖେଳାଳୀ । ଦିନେଶଙ୍କର ପ୍ରଥମ ପତ୍ନୀଙ୍କ ସହ ବିହାହ ବିଚ୍ଛେଦ ହୋଇସାରିଛି। ସେ ବର୍ତ୍ତମାନ କ୍ରିକେଟର ମୁରଲୀ ବିଜୟଙ୍କ ଧର୍ମ ପତ୍ନୀ। ଦୀପିକା ଏବଂ ଦିନେଶ ଉଭୟ ହିନ୍ଦୁ ଓ ଖ୍ରାଷ୍ଟିୟାନ । ପରସ୍ପରର ଧର୍ମକୁ ସମ୍ମାନ ଜଣାଇ  ୨୦୧୫ମସିହା ଅଗଷ୍ଟ ୧୮ ଓ ଅଗଷ୍ଟ ୨୦ରେ ଦୁଇ ଦୁଇଥର ବିବାହ କରିଥିଲେ। ଦୀପିକାଙ୍କର ଇ କମର୍ସ୍  ସ୍ପୋର୍ଟସ୍ ବିଜନେସ୍ ମଧ୍ୟ ରହିଛି । ଏଥିସହ ସେ ସ୍ପୋର୍ଟସ୍ ୩୬୫ଡଟ୍ ଇନ୍ ନାମକ ଏକ ଅନଲାଇନ ସ୍ପୋର୍ଟସ୍ ଷ୍ଟୋରର ବ୍ରାଣ୍ଡ ଆମ୍ବାସାଡର୍ ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos