ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁଲତାନ ଜୋହର କପ ପାଇଁ ଭାରତୀୟ ଜୁନିୟର ହକି ଦଳ ଘୋଷଣା କରାଯାଇଛି। ବିବେକ ସାଗର ପ୍ରସାଦଙ୍କୁ ଦଳର ଅଧିନାୟକ ଘୋଷଣା କରାଯାଇଛି। ପ୍ରତାପ ଲାକ୍ରା ଉପ ଅଧିନାୟକ ରହିବେ। ଅକ୍ଟୋବର ୨୨ରୁ ମାଲେସିଆରେ ସୁଲତାନ ଜୋହର କପ୍ ଆରମ୍ଭ ହେବ। ଭାରତ ପ୍ରଥମ ମ୍ୟାଚରେ ଜାପାନକୁ ଭେଟିବ। ଟୁର୍ଣ୍ଣାମେଣ୍ଟରେ ମାଲେସିଆ, ଆମେରିକା ଓ ଅଷ୍ଟ୍ରେଲିଆ ଓ ବ୍ରିଟେନ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର ଟିମ୍ ସେମ୍ବେର ୧୧ରୁ ଲକ୍ଷୌର ସାଇ ଟ୍ରେନିଂ ସେଣ୍ଟରରେ ତାଲିମ ନେଉଛନ୍ତି। ଭାରତୀୟ ଦଳ ଗତ ବର୍ଷ ହୋଇଥିବା ସୁଲତାନ ଜୋହର କପରେ ଅଂଶ ଗ୍ରହଣ କରି ନଥିଲା। ୨୦୧୫ରେହୋଇଥିବା ଟୁର୍ଣ୍ଣାମେଣ୍ଟରେ ଭାରତ ଫାଇନାଲରେ ବ୍ରିଟେନଠାରୁ ହାରି ରନର୍ସଅପ୍ ହୋଇଥିଲା ତେଣୁ ଚଳିତବର୍ଷ ଭଲ ପ୍ରଦର୍ଶନ କରି ଟାଇଟଲ ହାସଲ କରିବାକୁ ଦଳ ଲକ୍ଷ୍ୟ ରଖିଛି ବୋଲି କୋଚ୍ ଜୁଡେ ଫେଲିକ୍ସ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।