ତ୍ରିରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ: ଭାରତୀୟ ଜୁନିୟର ମହିଳା ଟିମର ଅଭିଯାନ ଆରମ୍ଭ

କ୍ୟାନବେରା (ଅଷ୍ଟ୍ରେଲିଆ): ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଜୁନିୟର ମହିଳା ଟିମ୍ ତ୍ରିରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ବୁଧବାର ଭାରତୀୟ ଜୁନିୟର ମହିଳା ହକି ଟିମ୍ ତା’ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଛି। ଷ୍ଟ୍ରାଇକର୍ ଲାଲରିଣ୍ଡିକି ୧୫ତମ ମିନିଟରେ ପ୍ରଥମ ଗୋଲ୍ ଦେଇଥିବା ବେଳେ ମିଡଫିଲ୍ଡର ପ୍ରଭଲୀନ୍ କୌର୍ ୬୦ତମ ମିନିଟରେ ଦ୍ୱିତୀୟ ଗୋଲ୍ ଦେଇ ଭାରତର ବିଜୟରେ ପ୍ରମୁଖ ଯୋଗଦାନ କରିଛନ୍ତି। ଭାରତ ଆରମ୍ଭରୁ ହିଁ […]

india-junior-women-hockey

india-junior-women-hockey

Ranjit Kumar Jena
  • Published: Wednesday, 04 December 2019
  • Updated: 04 December 2019, 06:02 PM IST

Sports

Latest News

କ୍ୟାନବେରା (ଅଷ୍ଟ୍ରେଲିଆ): ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଜୁନିୟର ମହିଳା ଟିମ୍ ତ୍ରିରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ବୁଧବାର ଭାରତୀୟ ଜୁନିୟର ମହିଳା ହକି ଟିମ୍ ତା'ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଛି। ଷ୍ଟ୍ରାଇକର୍ ଲାଲରିଣ୍ଡିକି ୧୫ତମ ମିନିଟରେ ପ୍ରଥମ ଗୋଲ୍ ଦେଇଥିବା ବେଳେ ମିଡଫିଲ୍ଡର ପ୍ରଭଲୀନ୍ କୌର୍ ୬୦ତମ ମିନିଟରେ ଦ୍ୱିତୀୟ ଗୋଲ୍ ଦେଇ ଭାରତର ବିଜୟରେ ପ୍ରମୁଖ ଯୋଗଦାନ କରିଛନ୍ତି।

ଭାରତ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲା ଏବଂ ମଙ୍ଗଳବାର ଅଷ୍ଟ୍ରେଲିଆକୁ ୩-୧ ଗୋଲରେ ହରାଇଥିବା ନ୍ୟୁଜିଲ୍ୟାଣ୍ଡର ପ୍ରତିଟି ଯୋଜନାକୁ ବିଫଳ କରିଥିଲା। ଭାରତକୁ ତୃତୀୟ ମିନିଟରେ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଏହାକୁ ସେମାନେ ଗୋଲରେ ପରିଣତ କରିପାରିନଥିଲେ। ପ୍ରଥମ କ୍ୱାର୍ଟର ଶେଷ ହେବାର ଠିକ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଡିଫେନ୍ସ ଭୁଲ୍ କାରଣରୁ ଭାରତକୁ ଗୋଲ୍ କରିବା ସୁବର୍ଣ୍ଣ ସୁଯୋଗ ମିଳିଥିଲା ଏବଂ ଲାଲରିଣ୍ଡିକ୍ ଏହାର ଫାଇଦା ଉଠାଇ ଟିମକୁ ୧-୦ରେ ଆଗୁଆ କରାଇଥିଲେ। ଗୋଲକିପର ବିଚୁ ଦେବୀ ଖାରିବାମ୍ ଦ୍ୱିତୀୟ କ୍ୱାର୍ଟରରେ କିଛି ଭଲ୍ ସେଭ୍ କରି ନ୍ୟୁଜିଲ୍ୟାଣ୍ଡକୁ ବରାବର କରିବାରୁ ରୋକିଥିଲେ।

ତୃତୀୟ କ୍ୱାର୍ଟରରେ ଉଭୟ ଦଳକୁ ଭଲ ସୁଯୋଗ ମିଳିଥିଲେ ହେଁ, କେହିବି ଗୋଲ୍ କରିପାରିନଥିଲେ। ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ପରସ୍ପର ଉପରକୁ ଘନଘନ ଆକ୍ରମଣ କରିଥିଲେ। ଏହା ମଧ୍ୟରେ ଭାରତ ୪୮ତମ ମିନିଟରେ ଚମତ୍କାର ପେନାଲ୍ଟି କର୍ଣ୍ଣର ବଞ୍ଚାଇଥିଲା । ଖେଳ ଶେଷ ହେବାକୁ ୩୦ ସେକେଣ୍ଡ ବାକିଥିବା ବେଳେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ପ୍ରଭଲୀନ୍ କୌଣସି ଭୁଲ୍ ନକରି ଗୋଲରେ ପରିଣତ କରିଥିଲେ। ଏହି ଗୋଲ୍ ସହ ଭାରତ ମୁକାବିଲାକୁ ୨-୦ ଗୋଲରେ ଜିତି ନେଇଥିଲା। ଗୁରୁବାର ଭାରତ ତା'ର ପରବର୍ତ୍ତୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story