ରାଜ୍ୟଗୋଷ୍ଠୀ କ୍ରୀଡ଼ା: ପୁରୁଷ ହକିରେ ମାଲେସିଆକୁ ହରାଇ ସେମିରେ ଭାରତ

ନୂଆଦିଲ୍ଲୀ: ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ପୁରୁଷ ହକିରେ  ମାଲେସିଆକୁ ୨-୧ ଗୋଲରେ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ବିଭିନ୍ନ ଇଭେଣ୍ଟରେ ପଦକ ଜିତି ଭାରତର ଗୌରବ ବଜାୟ ରଖିଛନ୍ତି ଭାରତୀୟ ଖେଳାଳି। ଏବେ ସୁଦ୍ଧା ଭାରତ ହାତକୁ ମୋଟ ୧୯ ପଦକ ଆସିଥିବା ବେଳେ ସେଥିରୁ ୧୦ଟି ସ୍ୱର୍ଣ୍ଣ ପଦକ ରହିଛି। ଗତକାଲି ଭାରତକୁ ମିଳିଥିଲା ୩ଟି ଗୋଲ୍ଡ। ଜିତୁ ରାୟ ୧୦ ମିଟର ଏୟାର ପିସ୍ତଲରେ ଗୋଲ୍ଡ ମେଡାଲ୍ ଜିତିଥିବା ବେଳେ […]

hockey

Rakesh Mallick
  • Published: Tuesday, 10 April 2018
  • , Updated: 10 April 2018, 08:02 AM IST

ନୂଆଦିଲ୍ଲୀ: ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ପୁରୁଷ ହକିରେ  ମାଲେସିଆକୁ ୨-୧ ଗୋଲରେ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ବିଭିନ୍ନ ଇଭେଣ୍ଟରେ ପଦକ ଜିତି ଭାରତର ଗୌରବ ବଜାୟ ରଖିଛନ୍ତି ଭାରତୀୟ ଖେଳାଳି। ଏବେ ସୁଦ୍ଧା ଭାରତ ହାତକୁ ମୋଟ ୧୯ ପଦକ ଆସିଥିବା ବେଳେ ସେଥିରୁ ୧୦ଟି ସ୍ୱର୍ଣ୍ଣ ପଦକ ରହିଛି। ଗତକାଲି ଭାରତକୁ ମିଳିଥିଲା ୩ଟି ଗୋଲ୍ଡ। ଜିତୁ ରାୟ ୧୦ ମିଟର ଏୟାର ପିସ୍ତଲରେ ଗୋଲ୍ଡ ମେଡାଲ୍ ଜିତିଥିବା ବେଳେ ବ୍ୟାଡମିଣ୍ଟନ ଓ ଟେବୁଲ୍ ଟେନିସ୍ ଟିମ୍ ଇଭେଣ୍ଟରେ ବି ଦେଶକୁ ମିଳିଥିଲା ସ୍ୱର୍ଣ୍ଣ ପଦକ। ମୋଟ ୧୦ଟି ସ୍ୱର୍ଣ୍ଣ ସହ  ମେଡାଲ୍ ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ପ୍ରଥମରେ ଅଷ୍ଟ୍ରେଲିଆ ଓ ଦ୍ୱିତୀୟରେ ଇଂଲଣ୍ଡ ନିଜ ସ୍ଥାନ ବଜାୟ ରଖିଛନ୍ତି।

ଆଜି ୫୦ ମିଟର ରାଇଫଲ୍ ପ୍ରୋନ୍‌ରେ ଗଗନ ନାରଙ୍ଗ ଏବଂ ମହିଳା ୨୫ ମିଟର ପିସ୍ତଲ୍‌ରେ ଅନୁ  ସିଂ ଓ ହିନା ସିଧୁଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।

Related story