ପ୍ରଥମ ଟେଷ୍ଟର ପ୍ରଥମ ଦିନ : ଶ୍ରୀଲଙ୍କା ୧୮୩ରେ ଅଲଆଉଟ,ଭାରତ ୧୨୮/୨

ଗାଲ୍ଲେ: ବୁଧବାର ଗାଲ୍ଲେଠାରେ ଖେଳାଯାଉଥିବା ଭାରତ ଓ ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଲଙ୍କାବାହିନୀ ୧୮୩ରେ ଅଲଆଉଟ ହୋଇଯାଇଛି। ଦଳପକ୍ଷରୁ ପ୍ରଥମ ଇନିଙ୍ଗିସରେ ଏଙ୍ଗଲୋ ମ୍ୟାଥ୍ୟୁସ ୯୨ ବଲରୁ ୬୪ ରନ ଓ ଦିନେଶ ଚାଣ୍ଡିମାଲ ୭୭ ବଲରୁ ୫୯ ରନକୁ ଛାଡିଦେଲେ କୌଣସି ଖେଳାଳି ଆଖିଦୃଶିଆ ସ୍କୋର କରିପାରି ନ ଥିଲେ। ରବି ଚନ୍ଦ୍ରନ ଅଶ୍ୱୀନି ଘାତକ ବୋଲିଂ ସଠିକ ମୁକାବିଲା କରିପାରି ନ ଥିଲେ ଲଙ୍କା ବାହିନୀ। ସେ ୧୩.୪ ଓଭର ବୋଲିଂ […]

chandimal_reuters_m1

chandimal_reuters_m1

Rakesh Mallick
  • Published: Wednesday, 12 August 2015
  • Updated: 12 August 2015, 05:13 PM IST

Sports

Latest News

ind vs srilankaଗାଲ୍ଲେ: ବୁଧବାର ଗାଲ୍ଲେଠାରେ ଖେଳାଯାଉଥିବା ଭାରତ ଓ ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଲଙ୍କାବାହିନୀ ୧୮୩ରେ ଅଲଆଉଟ ହୋଇଯାଇଛି। ଦଳପକ୍ଷରୁ ପ୍ରଥମ ଇନିଙ୍ଗିସରେ ଏଙ୍ଗଲୋ ମ୍ୟାଥ୍ୟୁସ ୯୨ ବଲରୁ ୬୪ ରନ ଓ ଦିନେଶ ଚାଣ୍ଡିମାଲ ୭୭ ବଲରୁ ୫୯ ରନକୁ ଛାଡିଦେଲେ କୌଣସି ଖେଳାଳି ଆଖିଦୃଶିଆ ସ୍କୋର କରିପାରି ନ ଥିଲେ। ରବି ଚନ୍ଦ୍ରନ ଅଶ୍ୱୀନି ଘାତକ ବୋଲିଂ ସଠିକ ମୁକାବିଲା କରିପାରି ନ ଥିଲେ ଲଙ୍କା ବାହିନୀ। ସେ ୧୩.୪ ଓଭର ବୋଲିଂ କରି ୬ଟି ୱିକେଟ ନେଇ ଶ୍ରୀଲଙ୍କା ଦଳର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଅମିତ ଶର୍ମା ୬ ଓଭରରେ ୨ଟି, ଇଶାନ୍ତ ଶର୍ମା ଓ ବରୁଣ ଆରୋନ୍ ୧୧ ଓଭର ଲେଖାଏଁ ବୋଲିଂ କରି ଗୋଟିଏ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଭାରତ ୩୪ ଓଭରରେ ୨ଟି ୱିକେଟ ହରାଇ ୧୨୮ ରନ ସଂଗ୍ରହ କରିଛି । ଭାରତ ପକ୍ଷରୁ ରାକେଶ ରାଉଲ ୭ଟି ବଲ ଖେଳି ୭ ରନ ଓ ରୋହିତ ଶର୍ମା ୨୪ ବଲ ଖେଳି ୯ ରନ କରି ଆଉଟ ହୋଇଛନ୍ତି। ଖେଳ ଶେଷ ବେଳକୁ ଶିଖର ଧୱାନ ୫୩ ଓ ବିରାଟ କୋହିଲ ୩୫ ରନ କରି ଅପରାଜିତ ରହିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଧମ୍ମିକା ପ୍ରସାଦ ଓ ଏଙ୍ଗଲୋ ମ୍ୟାଥ୍ୟୁସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos