ଉଲାନ୍ ଉଦେ (ରୁଷ୍): ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତର ଆଉ ତିନି ବ୍ରୋଞ୍ଜ ପଦକ ପକ୍କା ହୋଇଛି। ମ୍ୟାରୀ କମଙ୍କ ପରେ ଗୁରୁବାର ମଞ୍ଜୁ ରାନୀ, ଡେବ୍ୟୁଟାଣ୍ଟ ଯମୁନା ବୋରୋ ଏବଂ ଲୋଭଲିନା ବୋର୍ଗୋହେନ୍ ମଧ୍ୟ ଚାମ୍ପିୟନଶିପର ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି।
୨୨ ବର୍ଷୀୟ ଯମୁନା ୫୪ କେଜି ବର୍ଗର କ୍ୱାର୍ଟରଫାଇନାଲରେ ଜର୍ମାନୀର ଉର୍ସୁଲା ଗୋଟ୍ଟଲବଙ୍କୁ ୪-୧ ପଏଣ୍ଟରେ ପରାସ୍ତ କରିଛନ୍ତି। ଏହା ପୂର୍ବରୁ ଯମୁନା ଆଲଜେରିଆର ଆଫ୍ରିକାନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୫-୦ରେ ହରାଇ ଅନ୍ତିମ-୮ରେ ପହଞ୍ଚିଥିଲେ।
ମଞ୍ଜୁ ରାନୀ ଅନ୍ତିମ-୮ରେ ଉତ୍ତର କୋରିଆର କିମ୍ ହ୍ୟାଙ୍ଗ୍-ମି'ଙ୍କୁ ହରାଇ ୪୮ କେଜି ବର୍ଗରେ ଭାରତ ପାଇଁ ପଦକ ପକ୍କା କରିଛନ୍ତି। ସେହିପରି ଲୋଭଲିନା ୬୯ କେଜି ବର୍ଗର କ୍ୱାର୍ଟର୍ ମୁକାବିଲାରେ ପୋଲାଣ୍ଡର କାରୋଲିନା କୋଜେସ୍କାଙ୍କୁ ୪-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଲିଫ୍ଟ ଦେଉଥିଲା, ଜୀବନ ନେଉଥିଲା: ୧୧ ଜଣଙ୍କୁ ମାରିବା ପରେ ଧରାପଡ଼ିଲା
ଜଣେ ମୃତକଙ୍କ ପୀଠରେ ଅଭିଯୁକ୍ତ ଜଣକ ପିଠିରେ ଧୋକା ବାଜ ବୋଲି ଲେଖିଥିଲା। ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ। ସେ ଗୋଟିଏ ଘରୋଇ ଫ୍ୟାକ୍ଟ୍ରୀରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।
Politics
କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ହମଲା, କହିଲେ ଏମିତି କଥା
ମୋଦି ଦାବି କରିଛନ୍ତି ଯେ ବାବା ସାହେବ ଆମ୍ବେଦକର ଭାରତର ଜଳ ସଂରକ୍ଷଣ ନୀତିକୁ ଉପଯୁକ୍ତ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ନିୟମିତ ଭାବେ ତାଙ୍କ ଅବଦାନକୁ ଅଣଦେଖା କରି ଆସୁଥିଲା।
Politics
ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ମନ୍ତବ୍ୟ; କହିଲେ- ନବୀନ ଓ ନୀତୀଶଙ୍କୁ ଭାରତରତ୍ନ ମିଳିବା ଉଚିତ
ନୀତୀଶ କୁମାରଙ୍କ ଦଳ ଏବେ ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ଅଛି। ନବୀନଙ୍କ ନେତୃତ୍ୱାଧୀନ ବିଜେଡି ଏକଦା ଏନ୍ଡିଏରେ ଥିଲା।
National
୬ ଜଣଙ୍କୁ ବାହା ହୋଇ ଟଙ୍କା ଓ ଅଳଙ୍କାର ନେଇ ପଳାଇଥିଲେ, ୭ମ ଉଦ୍ୟମରେ ଧରା ପଡ଼ିଲେ ମହିଳା
ମହିଳା ଜଣଙ୍କ ଧରା ପଡ଼ିବା ପରେ ତାଙ୍କ ପଛରେ କାମ କରୁଥିବା ପୂରା ରାକେଟର ପର୍ଦ୍ଦାଫାସ ହୋଇଛି।
Politics
‘ମୌକା ମୌକା ହର ବାର ଧୋକା’: ଆପ ଓ ବିଜେପି ପାଇଁ କଂଗ୍ରେସ ଜାରି କଲା ବହି
ଦିଲ୍ଲୀ ପାଇଁ ବିଜେପି ଓ ଆପ୍ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବାରମ୍ବାର ବିଫଳ ହୋଇଥିବାରୁ କଂଗ୍ରେସ ମୌକା ମୌକା ହର ବାର ଧୋକା ବହି ରିଲିଜ କରିଥିବା କହିଛି।