ଶନିବାର ଭାରତ-ସ୍ପେନ୍‌ ହକି ମୁକାବିଲା, ମ୍ୟାଚ୍‌ ସମୟ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍‌ ଆସନ୍ତାକାଲିଠାରୁ ତା’ର ସ୍ପେନ୍‌ ବିପକ୍ଷ ଅଭିଯାନ ଆରମ୍ଭ କରିବ। ୨୦୧୯ରେ ଏହା ମହିଳା ଦଳର ପ୍ରଥମ ମ୍ୟାଚ୍‌ ହେବ। ଶନିବାର ଭାରତୀୟ ସମୟ ରାତି ୧୧ଟାରେ ଏହି ମ୍ୟାଚ୍‌ଟି ଆରମ୍ଭ ହେବ। ବିଶ୍ୱ ମହିଳା ହକିରେ ସ୍ପେନ୍‌ ବ୍ରୋଞ୍ଜ ପଦକ ଜିତିଥିଲା। ତେଣୁ ରାଣୀ ରାମପାଲଙ୍କ ଭାରତୀୟ ଦଳକୁ ଏହି ମ୍ୟାଚ୍‌ ଜିତିବା ସହଜ ହେବନାହିଁ। ମହିଳା ଟିମ୍‌ ଗୁରୁବାର ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ପେନ୍‌ ଗସ୍ତ କରିଛି। […]

h

Hemant Lenka
  • Published: Friday, 25 January 2019
  • , Updated: 25 January 2019, 07:14 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍‌ ଆସନ୍ତାକାଲିଠାରୁ ତା’ର ସ୍ପେନ୍‌ ବିପକ୍ଷ ଅଭିଯାନ ଆରମ୍ଭ କରିବ। ୨୦୧୯ରେ ଏହା ମହିଳା ଦଳର ପ୍ରଥମ ମ୍ୟାଚ୍‌ ହେବ। ଶନିବାର ଭାରତୀୟ ସମୟ ରାତି ୧୧ଟାରେ ଏହି ମ୍ୟାଚ୍‌ଟି ଆରମ୍ଭ ହେବ।

ବିଶ୍ୱ ମହିଳା ହକିରେ ସ୍ପେନ୍‌ ବ୍ରୋଞ୍ଜ ପଦକ ଜିତିଥିଲା। ତେଣୁ ରାଣୀ ରାମପାଲଙ୍କ ଭାରତୀୟ ଦଳକୁ ଏହି ମ୍ୟାଚ୍‌ ଜିତିବା ସହଜ ହେବନାହିଁ। ମହିଳା ଟିମ୍‌ ଗୁରୁବାର ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ପେନ୍‌ ଗସ୍ତ କରିଛି। ଏହି ୧୦ ଦିନିଆ ଗସ୍ତ ବେଳେ ଦଳ ସ୍ପେନ୍‌ ବିପକ୍ଷରେ ୪ଟି ଓ ବିଶ୍ୱ ବିଜେତା ଆୟର୍ଲ୍ୟାଣ୍ଡ ବିପକ୍ଷରେ ୨ଟି ମ୍ୟାଚ୍‌ ଖେଳିବ। ଚଳିତ ବର୍ଷ ଅଲିମ୍ପିକ୍ କ୍ୱାଲିଫାଇଙ୍ଗ ପାଇଁ ମ୍ୟାଚ୍‌ ହେବ। ତେଣୁ ଏହି ଗସ୍ତ ଭାରତୀୟ ମହିଳା ଟିମ୍‌ ପାଇଁ ବେଶ ଗୁରୁତ୍ୱ ବହନ କରୁଛି। ସ୍ପେନ୍‌ ବିପକ୍ଷରେ ଭାରତ ୨୬ରୁ ୩୧ ପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳିବ। ସେହିପରି ୨ ଓ ୩ ଫେବୃଆରୀରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ୨ଟି ମ୍ୟାଚ୍‌ ଖେଳିବ।

ଭାରତୀୟ ଟିମ୍‌ରେ ଦୁଇ ଜଣ ଓଡ଼ିଆ ଖେଳାଳି ରହିଛନ୍ତି। ସେମାନେ ହେଲେ ଦୀପଗ୍ରେସ୍‌ ଏକା ଓ ନୀଳିମା ମିଞ୍ଜ।

Related story