ଭାରତୀୟ ମହିଳା କ୍ରିକେଟ୍ ଟିମର ଇଂଲଣ୍ଡ ଗସ୍ତ ବାତିଲ୍

ଲଣ୍ଡନ: କରୋନାଭାଇରସ୍ ମହାମାରୀ ଯୋଗୁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଶୁକ୍ରବାର ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଦେଶରେ ପେସାଦାର କ୍ରିକେଟର ସବୁ ଫର୍ମାଟକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ଇସିବିର ଏହି ନିଷ୍ପତ୍ତି ପରେ ଭାରତୀୟ ମହିଳା କ୍ରିକେଟ୍ ଟିମର ଇଂଲଣ୍ଡ ଗସ୍ତ ବାତିଲ୍ ହୋଇଛି। ଭାରତୀୟ ମହିଳା ଟିମକୁ ଜୁନ୍ ୨୫ ତାରିଖେ ଇଂଲଣ୍ଡ ବିପକ୍ଷରେ ସୀମିତ ଓଭର କ୍ରିକେଟ୍ ଖେଳିବାର ଥିଲା। ଭାରତୀୟ ମହିଳା ଟିମ୍ ଏହି ସଂକ୍ଷିପ୍ତ ଗସ୍ତରେ […]

indian-women-team

Ranjit Kumar Jena
  • Published: Friday, 24 April 2020
  • , Updated: 24 April 2020, 06:01 PM IST

ଲଣ୍ଡନ: କରୋନାଭାଇରସ୍ ମହାମାରୀ ଯୋଗୁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଶୁକ୍ରବାର ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଦେଶରେ ପେସାଦାର କ୍ରିକେଟର ସବୁ ଫର୍ମାଟକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ଇସିବିର ଏହି ନିଷ୍ପତ୍ତି ପରେ ଭାରତୀୟ ମହିଳା କ୍ରିକେଟ୍ ଟିମର ଇଂଲଣ୍ଡ ଗସ୍ତ ବାତିଲ୍ ହୋଇଛି।

ଭାରତୀୟ ମହିଳା ଟିମକୁ ଜୁନ୍ ୨୫ ତାରିଖେ ଇଂଲଣ୍ଡ ବିପକ୍ଷରେ ସୀମିତ ଓଭର କ୍ରିକେଟ୍ ଖେଳିବାର ଥିଲା। ଭାରତୀୟ ମହିଳା ଟିମ୍ ଏହି ସଂକ୍ଷିପ୍ତ ଗସ୍ତରେ ଚାରୋଟି ଦିନିକିଆ ମ୍ୟାଚ୍ ଏବଂ ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥାନ୍ତା, ଯାହା ଜୁଲାଇ ୯ ତାରିଖରେ ଶେଷ ହୋଇଥାନ୍ତା।

ଭାରତ ଦୁଇଟି ଯାକ ଟି-୨୦ ମ୍ୟାଚ୍ ଯଥାକ୍ରମେ ଟଣ୍ଟନ ଓ ବ୍ରିଷ୍ଟଲରେ ଏବଂ ୱର୍ସେଷ୍ଟର, ଚେଲମ୍ସଫର୍ଡ, କ୍ୟାଣ୍ଟବୁରୀ ଓ ହୋଭରେ ଦିନିକିଆ ମ୍ୟାଚ୍ ଖେଳିଥାନ୍ତା। ଇସିବି ସ୍ପଷ୍ଟ କରିଛି ଯେ କାଉଣ୍ଟି ଚାର୍ମ୍ପିୟନଶିପ୍ ସିଜନରେ ୯ଟି ରାଉଣ୍ଡର ମ୍ୟାଚ୍ ହେବ ନାହିଁ, କିନ୍ତୁ ନାଲି ବଲ୍ ଏବଂ ଧଳା କ୍ରିକେଟକୁ ସଂଶୋଧିତ କାର୍ଯ୍ୟକ୍ରମ ଅନୁଯାୟୀ ଆୟୋଜିତ କରାଯିବ।

Related story