ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୯ରେ ଭାରତୀୟ ଟିମ୍ ଚୟନ

ମୁମ୍ବାଇ: ୨୦୧୬ ଜାନୁଆରୀ ମାସରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତୀୟ କ୍ରିକେଟ୍ ଦଳ। ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଓ ୩ଟି ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟିଟ୍ୱେଣ୍ଟି ସିରିଜ୍ ଖେଳା ଯିବ। ଏହି ଗସ୍ତ ପାଇଁ ଆସନ୍ତା ଶନିବାର (ଡିସେମ୍ବର ୧୯)ରେ ଟିମ୍ ଘୋଷଣା କରାଯିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ଶନିବାର ଚୟନ କମିଟି ମୁଖ୍ୟ ସନ୍ଦୀପ ପାଟିଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ବୈଠକ ବସିବ। […]

virat-dhoni

virat-dhoni

Rakesh Mallick
  • Published: Wednesday, 16 December 2015
  • Updated: 16 December 2015, 12:01 PM IST

Sports

Latest News

ମୁମ୍ବାଇ: ୨୦୧୬ ଜାନୁଆରୀ ମାସରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତୀୟ କ୍ରିକେଟ୍ ଦଳ। ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଓ ୩ଟି ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟିଟ୍ୱେଣ୍ଟି ସିରିଜ୍ ଖେଳା ଯିବ। ଏହି ଗସ୍ତ ପାଇଁ ଆସନ୍ତା ଶନିବାର (ଡିସେମ୍ବର ୧୯)ରେ ଟିମ୍ ଘୋଷଣା କରାଯିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ଶନିବାର ଚୟନ କମିଟି ମୁଖ୍ୟ ସନ୍ଦୀପ ପାଟିଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ବୈଠକ ବସିବ। ଏହି ବୈଠକରେ ଟିମ୍ ଚୟନ କରାଯିବ।

ଜାନୁଆରୀ ୧୨ରୁ ୩୧ ମଧ୍ୟରେ ଦୁଇ ଦେଶ ମଧ୍ୟରେ ୫ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟିଟ୍ୱେଣ୍ଟି ମ୍ୟାଚ୍ ଖେଳା ଯିବ। ପର୍ଥ, ବ୍ରିସବେନ୍,ମେଲବୋର୍ଣ୍ଣ, କାନବେରା ଓ ସିଡନୀରେ ଦିନିକିଆ ମ୍ୟାଚଗୁଡ଼ିକ ଖେଳା ଯିବାକୁ ଥିବା ବେଳେ ଟ୍ୱେଣ୍ଟିଟ୍ୱେଣ୍ଟି ମ୍ୟାଚଗୁଡ଼ିକ ଆଡିଲେଡ୍, ମେଲବୋର୍ଣ୍ଣ ଓ ସିଡନୀରେ ଖେଳାଯିବ ବୋଲି ଜଣାପଡ଼ିଛି। ଏହି ଦୁଇ ସିରିଜ୍ ପାଇଁ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ଦଳର ଅଧିନାୟକ ପଦ ବଜାୟ ରଖିବେ ବୋଲି ଆଶା କରାଯାଉଛି।

ଜାନୁଆରୀ ୬ ତାରିଖରେ ଭାରତୀୟ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos