ଆଇସିସି ଇଭେଣ୍ଟର ପ୍ରଥମ ମହିଳା ମ୍ୟାଚ୍ ରେଫରୀ ହେଲେ ଜିଏସ୍ ଲକ୍ଷ୍ମୀ

ଦୁବାଇ: ଭାରତୀୟ ରେଫରୀ ଜିଏସ୍ ଲକ୍ଷ୍ମୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଇଭେଣ୍ଟର ପ୍ରଥମ ମହିଳା ରେଫରୀ ହୋଇଛନ୍ତି। ଗୁରୁବାର ଆଇସିସି ପକ୍ଷରୁ ପୁରୁଷ ଟି-୨୦ ବିଶ୍ୱକପ୍ କ୍ୱାଲିଫାୟରର ଲିଗ୍ ପର୍ଯ୍ୟାୟ ପାଇଁ ମ୍ୟାଚ୍ ଅଫିସିଆଲ୍ସର ତାଲିକା ଘୋଷଣା କରିଛି। ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ୟାପଟେନ୍ ଜେଫ୍ କ୍ରୋ’ ଓ ଲକ୍ଷ୍ମୀ ଟୁର୍ଣ୍ଣାମେଣ୍ଟ ପାଇଁ ମ୍ୟାଚ୍ ଅଫିସିଆଲ୍ସରେ ସାମିଲ୍ ହୋଇଛନ୍ତି। ଆଇସିସି ଏଲିଟ୍ ପ୍ୟାନେଲ୍ ରେଫରୀ କ୍ରୋ’ ତିନି ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ସମେତ ୪୮୮ ଅନ୍ତର୍ଜାତୀୟ […]

gs

gs

Ranjit Kumar Jena
  • Published: Thursday, 10 October 2019
  • Updated: 10 October 2019, 09:07 PM IST

Sports

Latest News

ଦୁବାଇ: ଭାରତୀୟ ରେଫରୀ ଜିଏସ୍ ଲକ୍ଷ୍ମୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଇଭେଣ୍ଟର ପ୍ରଥମ ମହିଳା ରେଫରୀ ହୋଇଛନ୍ତି। ଗୁରୁବାର ଆଇସିସି ପକ୍ଷରୁ ପୁରୁଷ ଟି-୨୦ ବିଶ୍ୱକପ୍ କ୍ୱାଲିଫାୟରର ଲିଗ୍ ପର୍ଯ୍ୟାୟ ପାଇଁ ମ୍ୟାଚ୍ ଅଫିସିଆଲ୍ସର ତାଲିକା ଘୋଷଣା କରିଛି। ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ୟାପଟେନ୍ ଜେଫ୍ କ୍ରୋ' ଓ ଲକ୍ଷ୍ମୀ ଟୁର୍ଣ୍ଣାମେଣ୍ଟ ପାଇଁ ମ୍ୟାଚ୍ ଅଫିସିଆଲ୍ସରେ ସାମିଲ୍ ହୋଇଛନ୍ତି।

ଆଇସିସି ଏଲିଟ୍ ପ୍ୟାନେଲ୍ ରେଫରୀ କ୍ରୋ' ତିନି ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ସମେତ ୪୮୮ ଅନ୍ତର୍ଜାତୀୟ ମ୍ୟାଚରେ ଅଫିସିଆଲ୍ସ ଭାବେ କାମ କରିଛନ୍ତି। ଏହି ଇଭେଣ୍ଟ ପାଇଁ ଦକ୍ଷିଣ ଆଫ୍ରିକାର ଗେରହାର୍ଡସ୍ ପିନ୍ନାରଙ୍କୁ ତୃତୀୟ ମ୍ୟାଚ୍ ରେଫରୀ ରହିଛନ୍ତି। ସେହିପରି ଏହି ତାଲିକାରେ ମୋଟ ୧୨ଜଣ ଅମ୍ପାୟାର ଅଛନ୍ତି। ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ କ୍ୱାଲିଫାୟର୍ ୨୦୧୯ର ଆୟୋଜନ ଚଳିତମାସ ୧୮ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ୟୁଏଇରେ ହେବ।

ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ମ୍ୟାଚ୍ ଅଫିସିଆଲ୍ସ
ମ୍ୟାଚ୍ ରେଫରୀ: ଜେଫ୍ କ୍ରୋ', ଜିଏସ୍ ଲକ୍ଷ୍ମୀ, ଗେରହାର୍ଡସ୍ ପିନ୍ନାର।
ଅମ୍ପାୟାର୍‌: ରୋଲାଣ୍ଡ ବ୍ଲାକ୍‌, କ୍ରିସ୍ ବ୍ରାଉନ୍‌, ଲିଣ୍ଡନ୍ ହାନ୍ନିବାଲ୍‌, ସାମ୍ ନୋଗାଜସ୍କି, ଅହମ୍ମଦ ଶାହ ପକତିନ୍‌, ଆଲ୍ଲାହୁଦ୍ଦିନ୍ ପାଲେକର, ରଶିଦ୍ ରିଆଜ୍‌, ସୁନ୍ଦରମ୍ ରବି, ଏହସାନ୍ ରାଜା, ଶର୍ଫୁଦ୍ଦୁଲା ଇବନେ ଶାହିଦ୍‌, ଆଲେକ୍ସ ହାର୍ଫ, ରବୀନ୍ଦ୍ର ୱିମାଲାରସିରି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos