ରାଉରକେଲାରେ ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ବାସୀଙ୍କ ପାଇଁ ଖୁସି ଖବର। ଜିଲ୍ଲାର ରାଉରକେଲା ସହରରେ ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଏହି ଷ୍ଟାଡିୟମ ୨୦୨୩ ପୁରୁଷ ହକି ବିଶ୍ୱକପ୍ ମ୍ୟାଚର ଆୟୋଜନ କରିବ। ଏହି ଷ୍ଟାଡିୟମରେ ଏକକାଳୀନ ୨୦ହଜାରରୁ ଅଧିକ ଦର୍ଶକ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ। ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ପୂର୍ବରୁ ଘୋଷଣା କରିସାରିଛୁ ଯେ ଓଡ଼ିଶା […]

hockey

hockey

Ranjit Kumar Jena
  • Published: Thursday, 24 December 2020
  • Updated: 24 December 2020, 10:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ବାସୀଙ୍କ ପାଇଁ ଖୁସି ଖବର। ଜିଲ୍ଲାର ରାଉରକେଲା ସହରରେ ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଏହି ଷ୍ଟାଡିୟମ ୨୦୨୩ ପୁରୁଷ ହକି ବିଶ୍ୱକପ୍ ମ୍ୟାଚର ଆୟୋଜନ କରିବ। ଏହି ଷ୍ଟାଡିୟମରେ ଏକକାଳୀନ ୨୦ହଜାରରୁ ଅଧିକ ଦର୍ଶକ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ।

ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ପୂର୍ବରୁ ଘୋଷଣା କରିସାରିଛୁ ଯେ ଓଡ଼ିଶା ପୁଣିଥରେ ୨୦୨୩ରେ ପ୍ରତିଷ୍ଠିତ ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବାର ସୁଯୋଗ ହେବ। ଟୁର୍ଣ୍ଣାମେଣ୍ଟର ଆୟୋଜନ ଭୁବନେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ଆୟୋଜିତ ହେବ। ସୁନ୍ଦରଗଡ଼ ହେଉଛି ହକି ପ୍ରତିଭାର ଭୂମି। ସୁନ୍ଦରଗଡ଼ ଦେଶକୁ ଅନେକ ମହାନ୍ ହକି ଖେଳାଳି ଦେଇଛି ଏବଂ ସେମାନେ ଜାତୀୟ ସ୍ତରରେ ଦେଶ ପାଇଁ ଗୌରବ ଆଣିଛନ୍ତି।

ଏହି ଜିଲ୍ଲାର ଦିଲୀପ ତିର୍କୀ ଓ ସୁନିତା ଲାକ୍ରାଙ୍କ ଭଳି ଅନେକ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଆମେ ରାଉରକେଲାରେ ୨୦ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ ନୂଆ ଅନ୍ତର୍ଜାତୀୟ ସ୍ତରର ଷ୍ଟାଡିୟମ ନିର୍ମାଣ କରିବୁ। ଷ୍ଟାଡିୟମରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବ। ଏହାସହ ଦର୍ଶକଙ୍କ ପାଇଁ ଏହି ଷ୍ଟାଡିୟମ ଏକ ନିଆରା ଅଭିଜ୍ଞତା ଆଣିଦେବ।

ସୂଚନାଯୋଗ୍ୟ, କିଛି ଦିନ ତଳେ ରାଜ୍ୟ ସରକାରଙ୍କ ତରଫରୁ କିଛି ସିନିୟର ଅଫିସର୍, ଅନ୍ତର୍ଜାତୀୟ ହକି ଫେଡେରେସନ୍ (FIH) ଓ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ହକି ଇଣ୍ଡିଆର ସଦସ୍ୟ ରାଉରକେଲା ପରିଭ୍ରମଣ କରି ସେଠାକାର ଭିତ୍ତିଭୂମି ପରଖିଥିଲେ। ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ହକି ୱାଲ୍‌ର୍ଡ କପ୍ ଆୟୋଜିତ ହୋଇଥିଲା। ଯାହା ପରେ ଓଡ଼ିଶାକୁ ପୁଣିଥରେ ହକି ମହାକୁମ୍ଭ ଆୟୋଜନ କରିବାର ସୁଯୋଗ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos