୩୨ ବର୍ଷ ବୟସରେ ପାଦ ଥାପିଲେ ପୂଜାରା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଆଜି ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ତାଙ୍କ ଜନ୍ମ ଦିନରେ ତାଙ୍କୁ ବହୁ କ୍ରିକେଟର ଓ ବନ୍ଧୁ ଶୁଭେଚ୍ଛା ଜଣାଇଛନ୍ତି। ଅଷ୍ଟ୍ରେଲିଆରେ ଟିମ୍‌ ଇଣ୍ଡିଆ ୨୦୧୮-୧୯ରେ ପ୍ରଥମଥର ପାଇଁ ଟେଷ୍ଟ ସିରିଜ ଜିତିଥିଲା। ଏଥିରେ ପୂଜାରାଙ୍କ ଅବଦାନ ଉଲ୍ଲେଖନୀୟ ରହିଥିଲା। ସିରିଜ୍‌ର ୪ଟି ମ୍ୟାଚ୍‌ରୁ ପୂଜାରା ୩ଟି ଶତକ ସହ ୫୨୯ ରନ କରିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ସିରିଜ ମିଳିଥିଲା। […]

c

Hemant Lenka
  • Published: Saturday, 25 January 2020
  • , Updated: 25 January 2020, 04:11 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଆଜି ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ତାଙ୍କ ଜନ୍ମ ଦିନରେ ତାଙ୍କୁ ବହୁ କ୍ରିକେଟର ଓ ବନ୍ଧୁ ଶୁଭେଚ୍ଛା ଜଣାଇଛନ୍ତି। ଅଷ୍ଟ୍ରେଲିଆରେ ଟିମ୍‌ ଇଣ୍ଡିଆ ୨୦୧୮-୧୯ରେ ପ୍ରଥମଥର ପାଇଁ ଟେଷ୍ଟ ସିରିଜ ଜିତିଥିଲା। ଏଥିରେ ପୂଜାରାଙ୍କ ଅବଦାନ ଉଲ୍ଲେଖନୀୟ ରହିଥିଲା।

ସିରିଜ୍‌ର ୪ଟି ମ୍ୟାଚ୍‌ରୁ ପୂଜାରା ୩ଟି ଶତକ ସହ ୫୨୯ ରନ କରିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ସିରିଜ ମିଳିଥିଲା। ପୂଜାରା ଭାରତ ପାଇଁ ୭୫ଟି ଟେଷ୍ଟ ଖେଳିବା ସହ ୪୯.୪୮ ହାରରେ ୫,୭୪୦ ରନ କରିଛନ୍ତି।

୨୦୧୦ ଅକ୍ଟୋବର ମାସରେ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିବା ପୂଜାରା ଏଯାଏ ୧୮ଟି ଶତକ ଓ ୨୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବସିସିଆଇ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ଜଣେ କ୍ଲାସ, କମ୍ପୋଜର ଓ ଟେକ୍ନିକରେ ଶୀର୍ଷରେ ପହଞ୍ଚିଥିବା ଚେତେଶ୍ୱର ପୂଜାରାଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

ବସିସିଆଇ ବ୍ୟତୀତ ସଚିନ ତେନ୍ଦୁଲକର, ମହମ୍ମଦ କୈଫ, ରୁଦ୍ଧିମାନ ଶାହ, ରବିଚନ୍ଦ୍ରନ ଅଶ୍ୱିନ, ମୟଙ୍କ ଅଗ୍ରୱାଲ, ବୀରେନ୍ଦ୍ର ସେହୱାଗ ପ୍ରମୁଖ ଟ୍ୱିଟ କରି ପୂଜାରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related story