ଡବ୍ଲୁଟିଏ ଫାଇନାଲ୍ସ ଟାଇଟଲ ଜିତିଲେ ସାନିଆ-ହିଙ୍ଗିସ୍

ସିଙ୍ଗାପୁର: ସିଙ୍ଗାପୁରରେ ଅନୁଷ୍ଠିତ ଡବ୍ଲୁଟିଏ ଫାଇନାଲ୍ସର ମହିଳା ଡବଲ୍ସ ଟାଇଟଲ ଜିତି ଯାଇଛନ୍ତି ଚଳିତ ବର୍ଷର ନମ୍ବର ୱାନ୍ ଯୋଡ଼ି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ୍। ଏହା ସହିତ ଏହି ଯୋଡ଼ି ଜିତିଛନ୍ତି ଚଳିତ ବର୍ଷର ନବମ ଡବଲ୍ସ ଟାଇଟଲ୍। ଏହି ଇଣ୍ଡୋ-ସ୍ୱିସ୍ ଯୋଡି ସ୍ପାନିଆର୍ଡସର ଗାବ୍ରିନ୍ ମୁଗୁରୁଜା ଓ କାର୍ଲା ସୁଆରେଜ୍ ନାଭାରୋଙ୍କୁ ୬-୦, ୬-୩ ପରାସ୍ତ କରିଛନ୍ତି। ପ୍ରଥମରୁ ହିଁ ସ୍ପେନର ଯୋଡି ଉପରେ ଭାରି ପଡିଥିଲେ ସାନିଆ-ହିଙ୍ଗିସ୍ ଯୋଡି। ଗତକାଲି ଚାଇନିଜ […]

Indiatimes|The Times of India|The Economic Times Sign In The Times of IndiaSports      Home     Sports     IPL     Cricket     Football     Tennis     Hockey     Golf     Racing     Badminton     More sports     Tournaments     TOISA     Buy@Amazon.in      Top Stories     Interviews     Wimbledon 2015     French Open 2015     Australian Open 2015     International Premier Tennis League     Chennai Open 2015  News Home » Sports » Tennis Sania Mirza, Martina Hingis

Rakesh Mallick
  • Published: Sunday, 01 November 2015
  • Updated: 01 November 2015, 03:24 PM IST

ସିଙ୍ଗାପୁର: ସିଙ୍ଗାପୁରରେ ଅନୁଷ୍ଠିତ ଡବ୍ଲୁଟିଏ ଫାଇନାଲ୍ସର ମହିଳା ଡବଲ୍ସ ଟାଇଟଲ ଜିତି ଯାଇଛନ୍ତି ଚଳିତ ବର୍ଷର ନମ୍ବର ୱାନ୍ ଯୋଡ଼ି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ୍। ଏହା ସହିତ ଏହି ଯୋଡ଼ି ଜିତିଛନ୍ତି ଚଳିତ ବର୍ଷର ନବମ ଡବଲ୍ସ ଟାଇଟଲ୍।

ଏହି ଇଣ୍ଡୋ-ସ୍ୱିସ୍ ଯୋଡି ସ୍ପାନିଆର୍ଡସର ଗାବ୍ରିନ୍ ମୁଗୁରୁଜା ଓ କାର୍ଲା ସୁଆରେଜ୍ ନାଭାରୋଙ୍କୁ ୬-୦, ୬-୩ ପରାସ୍ତ କରିଛନ୍ତି। ପ୍ରଥମରୁ ହିଁ ସ୍ପେନର ଯୋଡି ଉପରେ ଭାରି ପଡିଥିଲେ ସାନିଆ-ହିଙ୍ଗିସ୍ ଯୋଡି।

ଗତକାଲି ଚାଇନିଜ ତାଇପେଇ ଯୋଡି ଚାନ୍ ହାଓ ଚିଙ୍ଗ ଓ ଚାନ୍ ୟଙ୍ଗ ଜାନଙ୍କୁ ୬-୪,୬-୨ ପରାସ୍ତ କରି ଏହି ଯୋଡି ଫାଇନାଲରେ ପହଞ୍ଚିଥିଲେ।

ସୂଚନାଯୋଗ୍ୟ ଚଳିତ ବର୍ଷ ଏହି ଟାଇଟଲକୁ ମିଶାଇ ସାନିଆ ଓ ହିଙ୍ଗିସ ଯୋଡି ୯ଟି ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି। ଏଥି ମଧ୍ୟରେ ଦୁଇଟି ଗ୍ରାଣ୍ଡ ସ୍ଲାମ (ୱିମ୍ବଲଡନ୍ ଓ ୟୁଏସ ଓପନ୍) ଟାଇଟଲ୍, ୫ଟି ଡବ୍ଲୁଟିଏ ପ୍ରିମିୟର ଟାଇଟେଲ (ବିଏନପି ପରିବାସ ଓପନ୍, ଇଣ୍ଡିଆନ୍ ୱେଲସ, ମିଆମି ଓପନ୍ ଓ ବେଜିଂ) ଓ ଗୋଟିଏ ଡବ୍ଲୁଟିଏ ଅନ୍ତର୍ଜାତୀୟ ଟାଇଟଲ୍ (ଗୁଆଙ୍ଗଝୁ ଅନ୍ତର୍ଜାତୀୟ ମହିଳା ଓପନ୍ସ) ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos