ଶାମିଙ୍କୁ କ’ଣ ପାଇଁ ସମାଲୋଚନା କଲେ କଟ୍ଟରେଲ୍

ଲଣ୍ଡନ: ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ଦ୍ରୁତ ବୋଲର ଶେଲଡନ୍‌ କଟ୍ଟରେଲ୍‌ ଟ୍ୱିଟ୍‌ କରି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସମାଲୋଚନା କରିଛନ୍ତି। ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଘଟିଥିବା ଏକ ଘଟଣାକୁ ନେଇ କଟ୍ଟରେଲ ଶାମିଙ୍କୁ ସମାଲୋଚନା କରିଛନ୍ତି। କଟ୍ଟରେଲ୍‌ ପ୍ରତିଟି ୱିକେଟ୍‌ ନେବା ପରେ ଏକ ନିଆରା ଢଙ୍ଗରେ ସାଲ୍ୟୁଟ ମାରି ସେଲିବ୍ରେଟ କରନ୍ତି। ଗୁରୁବାର ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାମିଙ୍କ ୱିକେଟ୍‌ ନେବା ପରେ ସେ ଅନୁରୂପ ଢଙ୍ଗରେ ସାଲ୍ୟୁଟ […]

sha

Hemant Lenka
  • Published: Saturday, 29 June 2019
  • , Updated: 29 June 2019, 06:03 PM IST

ଲଣ୍ଡନ: ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ଦ୍ରୁତ ବୋଲର ଶେଲଡନ୍‌ କଟ୍ଟରେଲ୍‌ ଟ୍ୱିଟ୍‌ କରି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସମାଲୋଚନା କରିଛନ୍ତି। ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଘଟିଥିବା ଏକ ଘଟଣାକୁ ନେଇ କଟ୍ଟରେଲ ଶାମିଙ୍କୁ ସମାଲୋଚନା କରିଛନ୍ତି। କଟ୍ଟରେଲ୍‌ ପ୍ରତିଟି ୱିକେଟ୍‌ ନେବା ପରେ ଏକ ନିଆରା ଢଙ୍ଗରେ ସାଲ୍ୟୁଟ ମାରି ସେଲିବ୍ରେଟ କରନ୍ତି। ଗୁରୁବାର ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାମିଙ୍କ ୱିକେଟ୍‌ ନେବା ପରେ ସେ ଅନୁରୂପ ଢଙ୍ଗରେ ସାଲ୍ୟୁଟ ମାରିଥିଲେ।

ଭାରତର ବୋଲିଂ ବେଳେ ବ୍ୟାଟିଂ କରୁଥିବା କଟ୍ଟରେଲ୍‌ଙ୍କୁ ଚହଲ ଆଉଟ୍‌ କରିବା ପରେ ଶାମି ସାଲ୍ୟୁଟ ମାରି ତାଙ୍କୁ ଚିଡ଼ାଇଥିଲେ। ଏହାକୁ ନେଇ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଚହଲ ମଧ୍ୟ ହସିହସି ବେଦମ ହୋଇଥିଲେ।

ଏହି ଘଟଣାକୁ କେନ୍ଦ୍ର କରି କଟ୍ଟରେଲ୍‌ ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି, “ବହୁତ ମଜା ହେଲା। ବହୁତ ଭଲ ବୋଲିଂ କଲେ। କିନ୍ତୁ କାହାକୁ ନକଲ କରିବା ହିଁ ସବୁଠାରୁ ବଡ଼ ଖୋସାମତିଆ କଥା।” କଟ୍ଟରେଲ କାରିବିୟାନ ହୋଇଥିଲେ ହେଁ ହିନ୍ଦୀରେ ଏହା ଟ୍ୱିଟ୍‌ କରିଛନ୍ତି।

Related story