ଟିମ୍ ଇଣ୍ଡିଆକୁ ପୁଣି ଝଟକା: ବ୍ରିସବେନ୍ ଟେଷ୍ଟରୁ ବୁମ୍ରା ବାଦ୍

ନୂଆଦିଲ୍ଲୀ: ସିଡନୀ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ମ୍ୟାଚ୍ ଡ୍ର ରଖିଥିବା ଭ୍ରମଣକାରୀ ଟିମ୍ ଇଣ୍ଡିଆକୁ ପୁଣି ଏକ ଶକ୍ତ ଝଟକା ଲାଗିଛି। ଦଳର ପ୍ରମୁଖ ଅସ୍ତ୍ର କୁହାଯାଉଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ୍ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ବ୍ରୁମ୍ରାଙ୍କ ମାଂସପେଶୀରେ ଆଘାତ ଲାଗିଥିବା ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିଥିବାବେଳେ ବୁମ୍ରାଙ୍କ ଅନୁପସ୍ଥିତି ବ୍ରିସେବନରେ ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିବାର […]

bumrha

bumrha

Subhransu Sekhar
  • Published: Tuesday, 12 January 2021
  • Updated: 12 January 2021, 01:33 PM IST

Sports

Latest News

ନୂଆଦିଲ୍ଲୀ: ସିଡନୀ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ମ୍ୟାଚ୍ ଡ୍ର ରଖିଥିବା ଭ୍ରମଣକାରୀ ଟିମ୍ ଇଣ୍ଡିଆକୁ ପୁଣି ଏକ ଶକ୍ତ ଝଟକା ଲାଗିଛି। ଦଳର ପ୍ରମୁଖ ଅସ୍ତ୍ର କୁହାଯାଉଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ୍ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ବ୍ରୁମ୍ରାଙ୍କ ମାଂସପେଶୀରେ ଆଘାତ ଲାଗିଥିବା ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି।

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିଥିବାବେଳେ ବୁମ୍ରାଙ୍କ ଅନୁପସ୍ଥିତି ବ୍ରିସେବନରେ ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିବାର ଆଶଙ୍କା କରାଯାଉଛି। ଏହା ପୂର୍ବରୁ ଦଳର ପ୍ରମୁଖ ବୋଲର ମହମ୍ମଦ ଶାମୀ ଓ ଉମେଶ ଯାଦବ ଆଘାତ କାରଣରୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଥିବାବେଳେ ଈଶାନ୍ତ ଶର୍ମା ସିରିଜ୍ ଆରମ୍ଭରୁ ଦଳ ସହ ନାହାନ୍ତି। ଏବେ ବୁମ୍ରାଙ୍କ ଆଘାତ ପରେ ନବାଗତ ମହମ୍ମଦ ସିରାଜ୍, ନବଦୀପ ସୈନି ଓ ଆଦୌ ଟେଷ୍ଟ ଖେଳି ନଥିବା ଟି. ନଟରାଜନଙ୍କ ଭଳି ଅନଭିଜ୍ଞ ଖେଳାଲି ଦଳୀୟ ଦ୍ରୁତ ବୋଲିଂର ମଙ୍ଗ ସମ୍ଭାଳିବେ। ଅନ୍ୟପକ୍ଷରେ ଆଘାତ ସତ୍ତ୍ୱେ ଲଢ଼ୁଆ ବ୍ୟାଟିଂ କରି ସବୁ  ମହଲରୁ ସାବାସି ପାଇଥିବା ହନୁମା ବିହାରୀ ଓ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଏପର୍ଯ୍ୟନ୍ତ ଶତପ୍ରତିଶତ ଫିଟ୍ ନାହାନ୍ତି।

ସୂଚନାଯୋଗ୍ୟ, ସିଡନୀରେ ତୃତୀୟ ଟେଷ୍ଟ ଡ୍ର ହେବାପରେ ବ୍ରିସବେନରେ ହେବାକୁ ଥିବା ଅନ୍ତିମ ମ୍ୟାଚ୍ ଚାରିଟିକିଆ ସିରିଜରେ ନିର୍ଣ୍ଣାୟକ ଭୂମିକା ନେବାର ସମସ୍ତ ସମ୍ଭାବନା ରହିଛି। ଏବେ ସିରିଜ ୧-୧ରେ ବରାବର ଥିବାବେଳେ ଜଣେ ପରେ ଅନ୍ୟ ଜଣଙ୍କ ଆଘାତ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା  ବଢ଼ାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos