ଗୋଡ଼ରେ ଆଘାତ ଯୋଗୁଁ ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ପିଟରସନ୍

ପୁନେ: ଗୋଡ଼ରେ ଆଘାତ ଯୋଗୁଁ ଇଂଲଣ୍ଡର ପୂର୍ବତନ ବ୍ୟାଟିଂ ଷ୍ଟାର କେଭିନ୍ ପିଟରସନ୍ ଆଇପିଏଲ୍‌ରୁ ବାଦ୍ ପଡ଼ିଛନ୍ତି। ସେ ଆଉ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକ ଖେଳି ପାରିବେ ନାହିଁ। ଫଳରେ ରାଇଜିଂ ପୁନେ ସୁପରଜାଏଣ୍ଟସ୍‌କୁ ବଡ଼ ଝଟ୍‌କା ଲାଗିଛି। ଗତ ଶୁକ୍ରବାର ରୋୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ବେଳେ ପିଟରସନ୍‌ଙ୍କ ଗୋଡ଼ର ପେଣ୍ଡାରେ ଆଘାତ ଲାଗିଥିଲା। ଏତେ ଜୋରରେ ଆଘାତ ଲାଗିଥିଲା ଯେ ତାଙ୍କୁ ଷ୍ଟ୍ରେଚରରେ ପଡ଼ିଆ ବାହାରକୁ ଅଣାଯାଇଥିଲା। ପିଟରସନ୍ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି,“ମୋ […]

peterson

Rakesh Mallick
  • Published: Sunday, 24 April 2016
  • , Updated: 24 April 2016, 06:30 AM IST

ପୁନେ: ଗୋଡ଼ରେ ଆଘାତ ଯୋଗୁଁ ଇଂଲଣ୍ଡର ପୂର୍ବତନ ବ୍ୟାଟିଂ ଷ୍ଟାର କେଭିନ୍ ପିଟରସନ୍ ଆଇପିଏଲ୍‌ରୁ ବାଦ୍ ପଡ଼ିଛନ୍ତି। ସେ ଆଉ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକ ଖେଳି ପାରିବେ ନାହିଁ। ଫଳରେ ରାଇଜିଂ ପୁନେ ସୁପରଜାଏଣ୍ଟସ୍‌କୁ ବଡ଼ ଝଟ୍‌କା ଲାଗିଛି।

ଗତ ଶୁକ୍ରବାର ରୋୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ବେଳେ ପିଟରସନ୍‌ଙ୍କ ଗୋଡ଼ର ପେଣ୍ଡାରେ ଆଘାତ ଲାଗିଥିଲା। ଏତେ ଜୋରରେ ଆଘାତ ଲାଗିଥିଲା ଯେ ତାଙ୍କୁ ଷ୍ଟ୍ରେଚରରେ ପଡ଼ିଆ ବାହାରକୁ ଅଣାଯାଇଥିଲା।

ପିଟରସନ୍ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି,“ମୋ ଗୋଡ଼ର ପେଣ୍ଡାରେ ଭୟଙ୍କର ଆଘାତ ଲାଗିଛି। ଏବେ ଲଣ୍ଡନ ଲେଉଟି ଯାଉଛି। ନଭେମ୍ବର ପର୍ଯ୍ୟନ୍ତ ଛୁଟି କାଟିବି।”

ସୂଚନାଯୋଗ୍ୟ, ପିଟରସନ୍‌ଙ୍କ ରାଇଜିଂ ପୁନେ ସୁପରଜାଏଣ୍ଟସ୍‌ ଚାରୋଟି ମ୍ୟାଚ୍ ଖେଳି ତିନିଟିରେ ହାରି ପଏଣ୍ଟ୍ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି।

Related story