ଇନ୍ଦୋର: ଭାରତ ବିପକ୍ଷ ଶୁକ୍ରବାର ଖେଳାଯିବାକୁଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରୁ ଶ୍ରୀଲଙ୍କାର ବାମହାତୀ ପେସ୍ ବୋଲର ଇସୁରୁ ଉଦାନା ଆହତ କାରଣରୁ ବାଦ୍ ପଡ଼ିପାରନ୍ତି। ମଙ୍ଗଳବାର ଇନ୍ଦୋର ଟି-୨୦ ମ୍ୟାଚରେ ଶ୍ରୀଲଙ୍କାର ବ୍ୟାଟିଂ ପରେ ୱାର୍ମଅପ୍ କରୁଥିବା ସମୟରେ ଉଦାନାଙ୍କୁ ପିଠିରେ ଆଘାତ ଲାଗିଥିଲା। ଏହି କାରଣରୁ ଭାରତ ଇନିଂସରେ ବୋଲିଂ କରିବାକୁ ଆସିନଥିଲେ।
ଏ ନେଇ ଶ୍ରୀଲଙ୍କା ଟିମର ମୁଖ୍ୟ କୋଚ୍ ମିକି ଆର୍ଥର୍ କହିଛନ୍ତି, ପ୍ରଥମତଃ ମୁଁ କୌଣସି ଡାକ୍ତର ନୁହଁ। ଡ୍ରେସିଂ ରୁମରେ ସେ (ଉଦାନା) ଖୁବ୍ ଯନ୍ତ୍ରଣା ଅନୁଭୂତ କରୁଥିଲେ। ତାଙ୍କୁ କେମିତି ଆଘାତ ଲାଗିଲା, ତାହା ମୁଁ ଜାଣିନାହିଁ। ମୁଁ କେବଳ ଏତିକି ଆଶା କରୁଛି ଯେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଖେଳିପାରିବେ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାର ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ରହିଛି ଏବଂ ଏଭଳି ସ୍ଥିତିରେ କୋଚ୍ ଆର୍ଥର୍ ଉଦାନାଙ୍କୁ ନେଇ କୌଣସି ରିସ୍କ ଉଠାଇବାକୁ ଚାହୁଁ ନାହାନ୍ତି। ଆର୍ଚର ଆହୁରି କହିଛନ୍ତି, "ଫେବୃଆରୀରେ ଆମେ ପ୍ରଚୁର କ୍ରିକେଟ୍ ଖେଳିବୁ। ଉଦାନା ଶୀଘ୍ର ଫିଟ୍ ହୁଅନ୍ତୁ ବୋଲି ଆମେ ଚାହୁଁ।"
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କବାଟ ଲକରେ କେମିତି ଝୁଲିଲେ ମହିଳା? ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।
Accident
ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକ ମୃତ, ଏକାଧିକ ଗୁରୁତର
ଲୋକପ୍ରିୟ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେ ଏକ ଶୁଟିଂ ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
National
ଦିଲ୍ଲୀରେ ୧୦୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବାୟୁ ମାନରେ ଆସିଲା ଉନ୍ନତି
ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଫଳରେ ଦିନର ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସକୁ ଖସିଛି। ବର୍ଷା କାରଣରୁ ବାୟୁ ଗୁଣବତ୍ତାରେ ଉନ୍ନତି ଘଟିଛି ଏବଂ ବର୍ତ୍ତମାନ ସହରରୁ GRAP-3ର ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି।
Politics
ଦିଲ୍ଲୀ ସରକାରଙ୍କ ଯୋଜନାର ତଦନ୍ତ ନିର୍ଦ୍ଦେଶ, ସମାଲୋଚନା କଲେ କେଜ୍ରିୱାଲ
ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିବାକୁ ପଞ୍ଜାବ ସରକାର ଟଙ୍କା ପଠାଉଥିବା ଅଭିଯୋଗ ଆଣିଲା କଂଗ୍ରେସ। 'ମହିଳା ସମ୍ମାନ ଯୋଜନା'ର ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ।
National
ଅଶ୍ଳୀଳ ଫଟୋ ଲିକ୍ କରିବାକୁ ଧମକ, ବନ୍ଧା ହେଲେ ଅଭିନେତା
ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା, ବ୍ୟକ୍ତିଗତ ଫଟୋ ଲିକ୍ କରିବାକୁ ଧମକ ଦେବା ଓ ଅମାନୁଷିକ ଭାବେ ମାଡ଼ ମରୁଥିବା ନେଇ ତାଙ୍କ ବିରୋଧରେ ଜଣେ ୨୯ ବର୍ଷୀୟ ଅଭିନେତ୍ରୀ ଅଭିଯୋଗ କରିଛନ୍ତି।