ଆଇପିଏଲ ସିଓଓ ପଦ ଛାଡ଼ିଲେ ସୁନ୍ଦର ରମଣ 

ନୂଆଦିଲ୍ଲୀ: ଆଇପିଏଲ ସିଓଓ ସୁନ୍ଦର ରମଣ  ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିସିସିଆଇ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିନେଇଛି। ରମଣ ନଭେମ୍ବର ୫ରେ ଆନୁଷ୍ଠାନିକ ଭାବେ ନିଜ ପଦ ଛାଡିବେ। ସେ ଗତକାଲି ନାଗପୁରରେ ବିସିସିଆଇ ମୁଖ୍ୟ ଶଶାଙ୍କ ମନୋହରଙ୍କୁ  ଭେଟି ନିଜ ଇସ୍ତଫା ସମ୍ପର୍କରେ ଅବଗତ କରାଇଥିଲେ। ସୂଚନାଯୋଗ୍ୟ, ୨୦୧୩ରେ ଆଇପିଏଲ ସ୍ପଟ୍ ଫିକ୍ସିଂ ମାମଲା ସାମ୍ନାକୁ ଆସିବା ପରେ ରମଣଙ୍କ ଉପରକୁ ଆଙ୍ଗୁଠି ଉଠାଇଥିଲେ ଶଶାଙ୍କ। ଆଇପିଏଲ ଉପରେ ଲୋକଙ୍କ ଭରସାକୁ ବଜାୟ […]

sundarraman

sundarraman

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 09:44 AM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ ସିଓଓ ସୁନ୍ଦର ରମଣ  ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିସିସିଆଇ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିନେଇଛି। ରମଣ ନଭେମ୍ବର ୫ରେ ଆନୁଷ୍ଠାନିକ ଭାବେ ନିଜ ପଦ ଛାଡିବେ। ସେ ଗତକାଲି ନାଗପୁରରେ ବିସିସିଆଇ ମୁଖ୍ୟ ଶଶାଙ୍କ ମନୋହରଙ୍କୁ  ଭେଟି ନିଜ ଇସ୍ତଫା ସମ୍ପର୍କରେ ଅବଗତ କରାଇଥିଲେ।

ସୂଚନାଯୋଗ୍ୟ, ୨୦୧୩ରେ ଆଇପିଏଲ ସ୍ପଟ୍ ଫିକ୍ସିଂ ମାମଲା ସାମ୍ନାକୁ ଆସିବା ପରେ ରମଣଙ୍କ ଉପରକୁ ଆଙ୍ଗୁଠି ଉଠାଇଥିଲେ ଶଶାଙ୍କ। ଆଇପିଏଲ ଉପରେ ଲୋକଙ୍କ ଭରସାକୁ ବଜାୟ ରଖିବାକୁ ରମଣ ତାଙ୍କ ପଦ ଛାଡି ଦେବା ଉଚିତ୍ ବୋଲି ସେ କହିଥିଲେ।

ରମଣଙ୍କ ବିରୋଧରେ ଏହି ମାମଲାରେ ତଦନ୍ତ ମଧ୍ୟ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos