ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ ବ୍ୟୟ ବହୁଳ ଆଇପିଏଲ। ମହାମାରୀ କରୋନା ସଂକ୍ରମଣ ଯୋଗୁ ଆଇପିଏଲର ୧୩ତମ ସଂସ୍କରଣ ଭାରତରେ ନ ହୋଇ ୟୁଏଇରେ ଆୟୋଜନ କରାଯାଉଛି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ଏହା ନେଭମ୍ବର ୧୦ ଯାଏ ଚାଲିବ। ସନ୍ଧ୍ୟାରେ ଥିବା ମ୍ୟାଚ୍‌ ଗୁଡ଼ିକ ଭାରତୀୟ ସମୟ ୭.୩୦ ଓ ଅପରାହ୍ଣରେ ଥିବା ମ୍ୟାଚ୍‌ ଗୁଡ଼ିକ ୩.୩୦ରେ ଆରମ୍ଭ ହେବ। ଅଗଷ୍ଟ ୨୬ ପରେ ଖେଳାଳିମାନଙ୍କୁ ଚାର୍ଟାର୍ଡା ବିମାନରେ ୟୁଏଇ ଯିବାକୁ […]

f

Hemant Lenka
  • Published: Thursday, 06 August 2020
  • , Updated: 06 August 2020, 03:05 PM IST

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ ବ୍ୟୟ ବହୁଳ ଆଇପିଏଲ। ମହାମାରୀ କରୋନା ସଂକ୍ରମଣ ଯୋଗୁ ଆଇପିଏଲର ୧୩ତମ ସଂସ୍କରଣ ଭାରତରେ ନ ହୋଇ ୟୁଏଇରେ ଆୟୋଜନ କରାଯାଉଛି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ଏହା ନେଭମ୍ବର ୧୦ ଯାଏ ଚାଲିବ।

ସନ୍ଧ୍ୟାରେ ଥିବା ମ୍ୟାଚ୍‌ ଗୁଡ଼ିକ ଭାରତୀୟ ସମୟ ୭.୩୦ ଓ ଅପରାହ୍ଣରେ ଥିବା ମ୍ୟାଚ୍‌ ଗୁଡ଼ିକ ୩.୩୦ରେ ଆରମ୍ଭ ହେବ। ଅଗଷ୍ଟ ୨୬ ପରେ ଖେଳାଳିମାନଙ୍କୁ ଚାର୍ଟାର୍ଡା ବିମାନରେ ୟୁଏଇ ଯିବାକୁ ଅନୁମତି ମିଳିବ।

ତେବେ ଆଇପିଏଲ ପୂର୍ବରୁ ବିସିସିଆଇ ସବୁ ଦଳ ପାଇଁ ସ୍ୱତନ୍ତ୍ର କରୋନା ଗାଇଡଲାଇନ ଜାରି କରିଛି। ୧୬ ପୃଷ୍ଟା ବଶିଷ୍ଟ ଏହି ନିୟମକୁ ପାଳନ କରିବାକୁ ସମସ୍ତେ ବାଧ୍ୟ।

ଖେଳାଳି, ସର୍ପୋଟ ଷ୍ଟାଫ ଓ ଏହା ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଜାରି ଏସଓପିରେ ବ୍ୟବସ୍ଥା କରାଯାଇଛି।

୧-ସମସ୍ତ ଖେଳାଳି ଓ ସର୍ପୋଟ ଷ୍ଟାଫ ବାଓ ସିକ୍ୟୁୟର ପରିବେଶ ବା ସୁରକ୍ଷା ବଳୟକୁ ଯିବା ପୂର୍ବରୁ ଅତି କମରେ ବାଧ୍ୟତାମୂଳକ ଭାବେ ୫ ଥର କୋଭିଡ-୧୯ ପିସିଆର ଟେଷ୍ଟର ସମ୍ମୁଖୀନ ହେବେ।

୨-ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ପ୍ରତି ୫ ଦିନରେ ଖେଳାଳିଙ୍କ କରୋନା ଟେଷ୍ଟ କରାଯିବ।

୩-ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କର ଶରୀରର ତାପାମାତ୍ରା ନିୟମିତ ଚେକିଂ ହେବ। ସେମାନେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ତଥ୍ୟ ଦେବେ।

୪-ପ୍ରତି ଟିମ ପାଖରେ ସ୍ୱତନ୍ତ୍ର ଭାବେ ମେଡିକାଲ ଟିମ୍‌ ରହିବ, ଯେଉଁମାନେ ଖେଳାଳିଙ୍କର ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବେ।

୫-ତାପାମାତ୍ରା ସ୍ୱାଭାବିକ ଥିଲେ ହିଁ ଜଣେ ଖେଳାଳିଙ୍କୁ ପଡ଼ିଆ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିବ।

୬-ଯଦି କୌଣସି ଖେଳାଳିଙ୍କ ତାପାମାତ୍ରା ଅଧିକ ରହିବ କିମ୍ବା ସେ ସ୍ୱାସ୍ଥ୍ୟଗତ ସମସ୍ୟାରେ ଥିବେ, ତା’ହେଲେ କରୋନା ଟେଷ୍ଟ ହେବ।

୭-ଖେଳାଳିମାନେ ନିଜ କିଟ୍‌ରେ ଅଭ୍ୟାସ କରିବା ପରେ ଏଗୁଡ଼ିକୁ ଭଲ ଭାବେ ପ୍ୟାକ୍‌ କରିବେ ଓ ଗ୍ରାଉଣ୍ଡରେ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥିବା ସ୍ଥାନରେ ରଖିବେ। ଫଳରେ ଏହାକୁ ବିଶୋଧନ କରାଯାଇ ପାରିବ।

୮-ମ୍ୟାଚ୍‌ ବେଳେ କୌଣସି ଖେଳାଳି ବଲ୍‌ରେ ଲାଳ ମାରିପାରିବେ ନାହିଁ।

୯- ମ୍ୟାଚ୍‌ ସମୟରେ ଗ୍ରାଉଣ୍ଡ ବାହାରେ ଥିବା ଖେଳାଳି, ଅଧିକାରୀ ଓ ସର୍ପୋଟ ଷ୍ଟାଫ ମାସ୍କ ପିନ୍ଧିବାକୁ ବାଧ୍ୟ।

୧୦- ଡଗଆଉଟ୍ସରେ ଖେଳାଳିମାନେ ସାମାଜିକ ଦୂରତା ସହ ପ୍ରସ୍ତୁତ ହୋଇଥିବା ବେଞ୍ଚରେ ହିଁ ବସି ପାରିବେ।

୧୧-ମ୍ୟାଚ୍‌ ବେଳେ ବି ଖେଳାଳି ମାନେ ସାମାଜିକ ଦୂରତା ନିୟମକୁ ଯଥାସମ୍ଭବ ପାଳନ କରିବାକୁ କୁହାଯାଇଛି।

୧୨-ଟସ୍‌ ବେଳେ ଦୁଇ ଅଧିନାୟକ ପରସ୍ପରକୁ କାଗଜ ଦେବେ ନାହିଁ। ବୈଦ୍ୟୁତିକ ଯନ୍ତ୍ର ମାଧ୍ୟମରେ ଖେଳାଳି ଲିଷ୍ଟ ଅଦଳବଦଳ ହେବ।

୧୩-ମ୍ୟାଚ୍‌ ଦିନ ଅଭ୍ୟାସ କରିବା ପରେ ଖେଳାଳିମାନେ ନିୟମିତ ହାତ ଧୋଇବେ।

୧୪-ଖେଳାଳିମାନେ ସେମାନଙ୍କ ମୁହଁକୁ ଛୁଇଁବେ ନାହିଁ।

୧୫-ଟସ୍‌ ବେଳେ କୌଣସି ମାସ୍କଟ ରହିବ ନାହିଁ।

୧୬-ଟସ୍‌ ବେଳେ ଦୁଇ ଅଧିନାୟକ ହାତ ମିଳାଇବେ ନାହିଁ।

୧୭-ଟିଭି କ୍ୟାମେରା ଅପରେଟର ଖେଳାଳିଙ୍କ ଠାରୁ ଦୂରରେ ରହିବେ।

୧୮-ଡ୍ରିଙ୍କ୍ସ ବ୍ରେକ ବେଳେ ପାଣି ନେଇ ଆସୁଥିବା ଦ୍ୱାଦଶ ଖେଳାଳି ଏହା ପୂର୍ବରୁ ଓ ପରେ ହାତ ଧୋଇବେ।

୧୯-ଡ୍ରିଙ୍କ୍ସ ବ୍ରେକ ପରେ ଓ ପୂର୍ବରୁ ପ୍ରତ୍ୟେକ ଖେଳାଳି ହାତ ସାନିଟାଇଜ କରିବେ।

୨୦-ଜଣେ ଖେଳାଳି ନିଜ ନାଁ ଲେଖାଯାଇଥିବା ବୋତଲରୁ ପାଣି ପିଇବେ ଓ ନିଜର ଟାୱେଲ ବ୍ୟବହାର କରିବେ।

୨୧-ଗୋଟିଏ ଟାୱେଲକୁ ବାରମ୍ବାର ବ୍ୟବହାର କରାଯିବ ନାହିଁ। ତେଣୁ ପର୍ଯ୍ୟାପ୍ତ ପରିମାଣର ଟାୱେଲ ରଖିବାକୁ କୁହାଯାଇଛି।

୨୨- ମ୍ୟାଚ୍‌ ପରେ ଦୁଇ ଦଳର ଖେଳାଳି ପରସ୍ପର ସହ ହାତ ମିଳାଇ ପାରିବେ ନାହିଁ।

୨୧-ଟ୍ରଫି ଓ ପୁରସ୍କାର ସମ୍ପର୍କିତ ଜିନିଷକୁ ଭଲ ଭାବେ ସାନିଟାଇଜ କରି ରଖାଯିବ।

୨୨-ଭିଡିଓ କନଫରେନ୍ସିଂ ଜରିଆରେ ସାମ୍ବାଦିକ ସମ୍ମଳନୀ କରାଯିବ।

୨୩-ଷ୍ଟାଡିୟମରେ ଭିତରେ ଥିବା ବାଥରୁମରେ ଖେଳାଳି, ସର୍ପୋଟ ଷ୍ଟାଫ କିମ୍ବା ଅନ୍ୟ ସଦସ୍ୟମାନେ ଗାଧୋଇ ପାରିବେ ନାହିଁ।

୨୪-ପ୍ରବେଶ ଓ ପ୍ରସ୍ଥାନ ସମୟରେ ଖେଳାଳିମାନେ ଏକାଠି ନ ଯିବାକୁ ପରାମର୍ଶ ଦିଆଯାଛି।

Related story