ଆଇପିଏଲ-୮ର ଫାଇନାଲ୍ ଆଜି: ଚେନ୍ନାଇ-ମୁମ୍ବାଇ ହେବେ ମୁହାଁମୁହିଁ

କୋଲକାତା: ଆଜି ଇଣ୍ଡିଆନ ପ୍ରିମିଅର ଲିଗ୍ ୮ର ଫାଇନାଲ। କୋଲକାତାରଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ୍ ଏବଂ ମୁମ୍ୱାଇ ଇଣ୍ଡିଆନ୍ସ। ଟାଇଟଲ ବିଜୟୀ ହେବା ଲାଗି ଉଭୟ ଧୋନି ଓ ରୋହିତ ଶର୍ମାଙ୍କ ଟିମ୍ ଆଶା ରଖିଛନ୍ତି। ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ ଦୁଇ ଥର ଆଇପିଏଲ ଚାମ୍ପିଅନ ହୋଇଥିବା ବେଳେ ମୁମ୍ୱାଇ ଇଣ୍ଡିଆନ୍ସ ଥରେ ଚାମ୍ପିଅନ ହୋଇଛି। ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଚାମ୍ପିଅନ୍ ହୋଇଥିଲା। ଚଳିତ ସଂସ୍କରଣରେ ଚେନ୍ନାଇ ଟିମ୍ ଦମଦାର ପ୍ରଦର୍ଶନ […]

msdhoni

Rakesh Mallick
  • Published: Sunday, 24 May 2015
  • , Updated: 24 May 2015, 04:33 AM IST

କୋଲକାତା: ଆଜି ଇଣ୍ଡିଆନ ପ୍ରିମିଅର ଲିଗ୍ ୮ର ଫାଇନାଲ। କୋଲକାତାରଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ୍ ଏବଂ ମୁମ୍ୱାଇ ଇଣ୍ଡିଆନ୍ସ। ଟାଇଟଲ ବିଜୟୀ ହେବା ଲାଗି ଉଭୟ ଧୋନି ଓ ରୋହିତ ଶର୍ମାଙ୍କ ଟିମ୍ ଆଶା ରଖିଛନ୍ତି। ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ ଦୁଇ ଥର ଆଇପିଏଲ ଚାମ୍ପିଅନ ହୋଇଥିବା ବେଳେ ମୁମ୍ୱାଇ ଇଣ୍ଡିଆନ୍ସ ଥରେ ଚାମ୍ପିଅନ ହୋଇଛି। ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଚାମ୍ପିଅନ୍ ହୋଇଥିଲା। ଚଳିତ ସଂସ୍କରଣରେ ଚେନ୍ନାଇ ଟିମ୍ ଦମଦାର ପ୍ରଦର୍ଶନ କରିଥିଲା। ଅନ୍ୟପକ୍ଷରେ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ମୁମ୍ୱାଇ ୫ଟି ମ୍ୟାଚ ପରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଚେନ୍ନାଇ ସୁପରକିଙ୍ଗସ୍ ମୋଟ ୧୪ଟି ମ୍ୟାଚ୍ ଖେଳି ୯ଟିରେ ବିଜୟୀ ହେବା ସହିତ ୧୮ ପଏଣ୍ଟ ହାସଲ କରିଛି। ସେହିପରି ମୁମ୍ବାଇ ୧୪ଟି ମ୍ୟାଚ୍ ଖେଳି ୮ଟିରେ ବିଜୟୀ ହୋଇ ୧୬ ପଏଣ୍ଟ ପାଇଛି। ପ୍ରଥମ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ତେବେ ଦ୍ୱିତୀୟ କ୍ୱାଲିଫାୟରରେ ବାଙ୍ଗାଲୋରକୁ ଚେନ୍ନାଇ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଷଷ୍ଠ ଥର ପାଇଁ ଚେନ୍ନାଇ ଫାଇନାଲରେ ଖେଳୁଛି। ତେଣୁ ଆଜିର ମ୍ୟାଚରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଆଜି ରାତି ଆଠଟାରେ ଏହି ମ୍ୟାଚ୍ ଆରମ୍ଭ ହେବ।

Related story