ଆଇପିଏଲ୍ ୯: ବାଙ୍ଗାଲୋରକୁ ହରାଇ ସନ୍‌ ରାଇଜର୍ସ ଚାମ୍ପିଅନ୍

ବାଙ୍ଗାଲୋର: ଶେଷ ହୋଇଛି ଆଇପିଏଲ୍ ସିଜିନ୍ ନାଇନ୍। ଏବର୍ଷ ପ୍ରଥମ ଥର ଚାମ୍ପିଅନ୍ ହୋଇଛି ସନ୍ ରାଇଜର୍ସ ହାଇଦ୍ରାବାଦ। ଟସ୍‌ ଜିତି ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ କ୍ୟାପଟେନ୍ ଡେଭିଡ୍‌ ୱାର୍ନର ୩୮ ବଲ୍‌ରେ ଧୂଆଁଧାର ୬୯ ରନ୍‌ କରିଥିଲେ। ସେହିଭଳି ବେନ୍‌ କଟିଂ ମଧ୍ୟ ୧୫ ବଲ୍‌ରେ ୩୯ ରନ୍‌ କରିଥିଲେ। ନିର୍ଦ୍ଧାରିତ ଓଭରରେ ଦଳ  ୨୦୮ ରନ୍‌ କରିଥିଲା। ବିଜୟ ପାଇଁ ୨୦୯ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିଲା ବିରାଟ […]

IPL

Rakesh Mallick
  • Published: Monday, 30 May 2016
  • , Updated: 30 May 2016, 04:09 AM IST

ବାଙ୍ଗାଲୋର: ଶେଷ ହୋଇଛି ଆଇପିଏଲ୍ ସିଜିନ୍ ନାଇନ୍। ଏବର୍ଷ ପ୍ରଥମ ଥର ଚାମ୍ପିଅନ୍ ହୋଇଛି ସନ୍ ରାଇଜର୍ସ ହାଇଦ୍ରାବାଦ। ଟସ୍‌ ଜିତି ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ କ୍ୟାପଟେନ୍ ଡେଭିଡ୍‌ ୱାର୍ନର ୩୮ ବଲ୍‌ରେ ଧୂଆଁଧାର ୬୯ ରନ୍‌ କରିଥିଲେ। ସେହିଭଳି ବେନ୍‌ କଟିଂ ମଧ୍ୟ ୧୫ ବଲ୍‌ରେ ୩୯ ରନ୍‌ କରିଥିଲେ। ନିର୍ଦ୍ଧାରିତ ଓଭରରେ ଦଳ  ୨୦୮ ରନ୍‌ କରିଥିଲା।

ବିଜୟ ପାଇଁ ୨୦୯ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିଲା ବିରାଟ କୋହଲିଙ୍କ ବାଙ୍ଗାଲୋର ଦଳ। ଓପନର କ୍ରିସ୍‌ ଗେଲ୍‌ ଓ କୋହଲିଙ୍କ ଯୋଡ଼ି ଆରମ୍ଭରୁ ରନ୍‌ ବର୍ଷା କରିଥିଲେ। ଗେଲ୍‌ ୩୮ ବଲ୍‌ରୁ ୭୬ ଏବଂ କୋହଲି ୩୫ ବଲ୍‌ରୁ ୫୪ ରନ୍‌ କରିବା ପରେ ବାଙ୍ଗାଲୋର ସପକ୍ଷରେ ଯାଇଥିଲା ମ୍ୟାଚ୍। କିନ୍ତୁ ପ୍ରଥମ ୱିକେଟ୍‌ ଯୋଡ଼ିରେ ୧୧୪ ରନ୍‌ ସଂଗ୍ରହ ପରେ  ନିରାଶ କରିଥିଲେ ଏବି ଡିଭିଲିୟର୍ସ। ସେ ମାତ୍ର ୫ ରନ୍‌ କରି ପାଭିଲିଅୟନ୍‌ ଫେରିଥିଲେ। ସେହିଭଳି ୱାଟସନ୍‌, ସଚିନ ବେବି କିମ୍ୱା ଷ୍ଟୁଆର୍ଟ ବିନ୍ନିଙ୍କ ମଧ୍ୟରୁ କେହି ବି ବଡ଼ ସ୍କୋର କରିବାରେ ସଫଳ ହୋଇନଥିଲେ। ଶେଷ ଓଭରରେ ଦଳ ବିଜୟ ପାଇଁ ୧୮ ରନ୍‌ ଆବଶ୍ୟକ କରିଥିଲା।  ଭୁବନେଶ୍ୱର କୁମାରଙ୍କ ଚମତ୍କାର ବୋଲିଂ ବାଙ୍ଗାଲୋର ଆଶାକୁ ଧୂଳିସାତ୍ କରିଥିଲା। ୨୦ ଓଭରରେ ଦଳ ୭ ୱିକେଟ୍‌ ହରାଇ ଦଳ କେବଳ ୨୦୦ ରନ୍‌ ହିଁ କରିପାରିଥିଲା। ଫଳରେ ହାଇଦ୍ରାବାଦ ୮ ରନ୍‌ରେ ମ୍ୟାଚ୍‌ ଜିତି ପ୍ରଥମ ଥର ପାଇଁ ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଛି।

ଏସ୍‌ଆରରଏଚର ବେନ୍‌ କଟିଂ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିବା ବେଳେ ସିଜିନ୍‌ରେ ସର୍ବାଧିକ ୯୭୩ ରନ୍‌ କରିଥିବା କୋହଲିଙ୍କୁ ପ୍ଲେୟାର ଅଫ୍‌ ଦି ସିରିଜ୍‌ ଘୋଷଣା କରାଯାଇଥିଲା।

Related story