IPL ଆରମ୍ଭ ପୂର୍ବରୁ ଦୁଇଟି ଟିମ୍‌କୁ ଝଟ୍‌କା: ଓପ୍‌ନିଂ ମ୍ୟାଚ୍‌ରେ ଖେଳିବେ ନାହିଁ ଏହି ଷ୍ଟାର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ-୧୧ ସିଜିନ ଏପ୍ରିଲ ୭ ତାରିଖ ଠାରୁ ଖେଳାଯିବ। ଏଥିପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍ ନିଜି ନିଜ ପସନ୍ଦର ଖେଳାଳିଙ୍କୁ ଚଢ଼ା ଦରରେ ନିଜ ଟିମ୍‌ରେ ସାମିଲ କରିଛି। ହେଲେ ନିକଟରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ ଡୟାର ଡେଭିଲ୍ସ ଟିମ୍‌କୁ ଝଟ୍‌କା ଲାଗିଛି। ପଞ୍ଜାବ ଟିମ୍‌ର ଷ୍ଟାର ପ୍ଲେୟାର ଫିଞ୍ଚ୍‌ ଓପନିଂ ମ୍ୟାଚ୍‌ ଖେଳିବେ ନାହିଁ। ଫିଞ୍ଚ ୭ ଏପ୍ରିଲକୁ ବିବାହ କରୁଥିବାରୁ ଏପ୍ରିଲ ୮ ତାରିଖରେ ହେବାକୁ ଥିବା ପଞ୍ଜାବର ପ୍ରଥମ […]

1

Rakesh Mallick
  • Published: Friday, 16 February 2018
  • , Updated: 16 February 2018, 11:35 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ-୧୧ ସିଜିନ ଏପ୍ରିଲ ୭ ତାରିଖ ଠାରୁ ଖେଳାଯିବ। ଏଥିପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍ ନିଜି ନିଜ ପସନ୍ଦର ଖେଳାଳିଙ୍କୁ ଚଢ଼ା ଦରରେ ନିଜ ଟିମ୍‌ରେ ସାମିଲ କରିଛି। ହେଲେ ନିକଟରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ ଡୟାର ଡେଭିଲ୍ସ ଟିମ୍‌କୁ ଝଟ୍‌କା ଲାଗିଛି। ପଞ୍ଜାବ ଟିମ୍‌ର ଷ୍ଟାର ପ୍ଲେୟାର ଫିଞ୍ଚ୍‌ ଓପନିଂ ମ୍ୟାଚ୍‌ ଖେଳିବେ ନାହିଁ। ଫିଞ୍ଚ ୭ ଏପ୍ରିଲକୁ ବିବାହ କରୁଥିବାରୁ ଏପ୍ରିଲ ୮ ତାରିଖରେ ହେବାକୁ ଥିବା ପଞ୍ଜାବର ପ୍ରଥମ ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ପଞ୍ଜାବର ଦ୍ୱିତୀୟ ମ୍ୟାଚ୍‌ ୧୩ ଏପ୍ରିଲରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ୍‌ରେ ସେ ଟିମ୍‌ ସହ ଯୋଡ଼ି ହେବେ ବୋଲି କହିଛନ୍ତି।

ସେହିପରି ଦିଲ୍ଲୀ ଡେୟାର ଡେଭିଲ୍ସ ଟିମ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟନ୍‌ ମ୍ୟାକ୍ସୱେଲ୍‌ ମଧ୍ୟ ପ୍ରଥମ ମ୍ୟାଚ୍‌ ଖେଳିପାରିବେନି। ଏପ୍ରିଲ ୮ ତାରିଖ ଦିନ ପଞ୍ଜାବ ସହିତ ଦିଲ୍ଲୀ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଅଷ୍ଟ୍ରେଲିଆର ଏହି ଦୁଇ ଖେଳାଳି ବ୍ୟକ୍ତିଗତ କାରଣରୁ ନିଜ ଟିମର ପ୍ରଥମ ମ୍ୟାଚ୍‌ ଖେଳିପାରିବେନି ବୋଲି କହିଛନ୍ତି। ପୂର୍ବରୁ ଦୀର୍ଘ ବର୍ଷ ଧରି ମ୍ୟାକ୍ସୱେଲ୍‌ ପଞ୍ଜାବ ଦଳରେ ଖେଳିଆସୁଥିଲେ।

Related story