ପ୍ରଥମରୁ IPL ହେବ ରୋମାଞ୍ଚଭରା, ସାମ୍ନାସାମ୍ନି ହେବେ ଦୁଇ ଚାମ୍ପିୟନ: ଜାଣନ୍ତୁ କାହାର ପଲ୍ଲା ଭାରି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଦିନ କେଇଟା ପରେ ଆଇପିଏଲ୍‌ର କ୍ରେଜ୍‌ ଦେଖିବାକୁ ମିଳିବ। ଏପ୍ରିଲ ୭ ତାରିଖ ଠାରୁ ଆଇପିଏଲ୍‌ର ୧୧ ତମ ସିଜିନ ଆରମ୍ଭ ହେଉଛି। ଉଦ୍‌ଘାଟନୀ ଉତ୍ସବ ୬ ଏପ୍ରିଲରେ ଦେଖିବାକୁ ମିଳିବ। ଏବଂ ପରଦିନ ଏପ୍ରିଲ ୭ ତାରିଖ ଉଦ୍‌ଘାଟନୀ ମ୍ୟାଚ୍ ଆରମ୍ଭ ହେବ। ଏହି ଉଦ୍‌ଘାଟନୀ ମ୍ୟାଚ୍‌ରେ ସାମ୍ନସାମ୍ନି ହେବେ ଆଇପିଏଲ୍‌ର ଦୁଇ ସଫଳ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ। ପୂର୍ବ ରେକର୍ଡକୁ ଯଦି ଲକ୍ଷ୍ୟ କରାଯାଏ […]

df5259f094d03fb9ce4ebea839f62b08

Rakesh Mallick
  • Published: Wednesday, 28 February 2018
  • , Updated: 28 February 2018, 12:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଦିନ କେଇଟା ପରେ ଆଇପିଏଲ୍‌ର କ୍ରେଜ୍‌ ଦେଖିବାକୁ ମିଳିବ। ଏପ୍ରିଲ ୭ ତାରିଖ ଠାରୁ ଆଇପିଏଲ୍‌ର ୧୧ ତମ ସିଜିନ ଆରମ୍ଭ ହେଉଛି। ଉଦ୍‌ଘାଟନୀ ଉତ୍ସବ ୬ ଏପ୍ରିଲରେ ଦେଖିବାକୁ ମିଳିବ। ଏବଂ ପରଦିନ ଏପ୍ରିଲ ୭ ତାରିଖ ଉଦ୍‌ଘାଟନୀ ମ୍ୟାଚ୍ ଆରମ୍ଭ ହେବ। ଏହି ଉଦ୍‌ଘାଟନୀ ମ୍ୟାଚ୍‌ରେ ସାମ୍ନସାମ୍ନି ହେବେ ଆଇପିଏଲ୍‌ର ଦୁଇ ସଫଳ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ। ପୂର୍ବ ରେକର୍ଡକୁ ଯଦି ଲକ୍ଷ୍ୟ କରାଯାଏ ତେବେ ମୁମ୍ବାଇ ଟିମ୍‌ ଭାରି ପଡ଼ିବ ଚେନ୍ନାଇ ଉପରେ।

ଏପର୍ଯ୍ୟନ୍ତ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ୨୪ ଥର ମୁକାବିଲା ହୋଇଛି, ଯେଉଁଥିରେ ମୁମ୍ବାଇ ୧୩ ଥର ଜିତିଥିବା ବେଳେ ଚେନ୍ନାଇ ୧୧ ଥର ଜିତିଛି। ଚେନ୍ନାଇରେ ୬ ଟି ମ୍ୟାଚ୍‌ ଖେଳାଯାଇଛି ଏବଂ ଏହି ୬ଟିରୁ ୪ଟି ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିବା ବେଳେ ୨ ଟିରେ ସିଏସ୍‌କେ ଜିତିଛି। ସେହିପରି ମୁମ୍ବାଇରେ ୧୦ ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ୬ଟିରେ ମୁମ୍ବାଇ ଇଣ୍ଡିଆନ୍ସ ଜିତିଛି ଏବଂ  ୪ଟିରେ ସିଏସ୍‌କେ ଜିତିଛି। ଆଇପିଏଲ୍‌ ଇତିହାସରେ ସର୍ବାଧିକ ଥର ଚମ୍ପିୟନ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ହିଁ ହୋଇଛି । ମୁମ୍ବାଇ ଆଇପିଏଲରେ ୩ଥର ଚାମ୍ପିୟନ ହୋଇସାରିଛି। ୨୦୧୩, ୨୦୧୫ ଓ ୨୦୧୭ରେ ମୁମ୍ବାଇ ଚାମ୍ପିୟନ ହୋଇଛି। ସେହିପରି ଚେନ୍ନାଇ  ୨୦୧୦ ଓ ୨୦୧୧ ମସିହାରେ ଲଗାତାର ଚାମ୍ପିୟନ ହୋଇଥିଲା।

Related story