ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ବ୍ରେଣ୍ଡନ୍ ମ୍ୟାକକୁଲମ ଆଇପିଏଲ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ସେ ପ୍ରଥମେ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କେକେଆର ପକ୍ଷରୁ ଆଇପିଏଲ୍ ଖେଳିଥିଲେ ଏବଂ ଏହା ପରେ ୨୦୧୨-୧୩ରେ ମଧ୍ୟ ଏହି ଟିମ୍ ପାଇଁ ଖେଳିଥିଲେ।
ସେ ୨୦୧୨ରେ ଆଇପିଏଲ୍ ବିଜେତା ଟିମର ସଦସ୍ୟ ମଧ୍ୟ ଥିଲେ। ସେ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ୍)ରେ ୨୦୧୬-୧୮ ପର୍ଯ୍ୟନ୍ତ ତ୍ରିନବାଗୋ ନାଇଟ୍ ରାଇଡର୍ସ ଟିମର ସଦସ୍ୟ ଥିଲେ। ଏହା ମଧ୍ୟରେ ୨୦୧୭ ଓ ୨୦୧୮ରେ ଏହି ଟିମ୍ ବିଜେତା ହୋଇଥିଲା।
ମ୍ୟାକକୁଲମ୍ କହିଛନ୍ତି, "ଏହି ଦାୟିତ୍ୱକୁ ସମ୍ଭାଳିବା ମୋ ପାଇଁ ବଡ଼ ସମ୍ମାନର କଥା। ଆଇପିଏଲରେ କେକେଆର୍ ଏହ ପ୍ରତିଷ୍ଠିତ ଟିମ୍। ଆମ ପାଖରେ ଆଇପିଏଲରେ କେକେଆର୍ ଏବଂ ସିପିଏଲରେ ଟିକେଆର୍ ଭଳି ଦମଦାର ଟିମ୍ ଅଛି। ମୁଁ ସହଯୋଗୀ ଷ୍ଟାଫଙ୍କ ସହ ମିଶି ଫ୍ରାଞ୍ଚାଇଜିର ସଫଳତାକୁ ଆଗକୁ ବଢ଼ାଇବାକୁ ପ୍ରୟାସ କରିବି।"
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୬ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଆଲୋଚନା।
National
ବଢ଼ିଲା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ, ପୁଲିସ କଲା ସମନ
ଆସନ୍ତାକାଲି ଦିନ ୧୧ଟାରେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।
National
ହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ସେକ୍ସ କରିବା ଦୁଷ୍କର୍ମ ନୁହେଁ
ଜଣେ ନାବାଳିକାଙ୍କ ମୃତଦେହ ସହ ଦୁଷ୍କର୍ମ କରିବା ଅଭିଯୋଗରେ ନୀଲୁ ନାଗେଶ ନିକଟରେ ତଳ କୋର୍ଟରେ ଦୋଷମୁକ୍ତ ହୋଇଥିଲେ।
National
୫୦ ଲକ୍ଷ ଟଙ୍କା ଦେଲେ ପୁଷ୍ପା-୨ ନିର୍ମାତା; ଅଲ୍ଲୁ ଅର୍ଜୁନ ଦାୟୀ ନୁହନ୍ତି କହିଲେ ମୃତକଙ୍କ ସ୍ୱାମୀ
ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇନେବାକୁ ପ୍ରସ୍ତୁତ ଥିବା କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ପୁଅ ୨୦ ଦିନ ହେଲା କୋମାରେ, କିଛି ଜାଣିପାରୁନି।
National
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଜୁନ ୧ରେ ଶେଷ ହୋଇଥିଲା।