ଆଇପିଏଲ ମହାସମର: ପଞ୍ଜାବ ଓ ଚେନ୍ନାଇ ଏବଂ ରାଜସ୍ଥାନ ଓ କୋଲକତା ମଧ୍ୟରେ ମୁକାବିଲା

ଭୁବନେଶ୍ୱର: ଦିନକୁ ଦିନ ଜମୁଛି ଆଇପିଏଲ-୮ର ଟି-ଟ୍ୱଣ୍ଟି ମ୍ୟାଚ । ପରସ୍ପରକୁ ଟକ୍କର ଦେଉଛନ୍ତି ବିଭିନ୍ନ ରଣନୀତିରେ ସଜ୍ଜିତ ଦଳ। ଅଦ୍ୟବିଧି ଆଇପିଏଲରେ ୫୨ଟି ମ୍ୟାଚ ଖେଳାଯାଇ ସାରିଥିବାବେଳେ ଫାଇନାଲ ମ୍ୟାଚ ଖେଳାଯିବାକୁ ବାକି ରହିଛି ଆଉ ମାତ୍ର ୫ ଟି ମ୍ୟାଚ । ପ୍ରତିଦିନ ପ୍ରତିଦଳ ପକ୍ଷରୁ ବର୍ଷୁଛି ଚଉକା ଆଉ ଛକା। ପ୍ରତିଦିନ ସ୍ଥାପିତ ହେଉଛି  ନୂଆ ରେକର୍ଡ ଆଜି ମଧ୍ୟ ଏହି ଚଉକା ଆଉ ଛକା ଦେଖିବାକୁ ମିଳିବ। ଆଜି ଆଇପିଏଲରେ ଦୁଇଟି ମ୍ୟାଚ […]

CSK-vs-KXIP-Prediction-24th-match-IPL-Who-Will-Win-Sat-Apr-25

Rakesh Mallick
  • Published: Saturday, 16 May 2015
  • , Updated: 16 May 2015, 04:56 AM IST

ଭୁବନେଶ୍ୱର: ଦିନକୁ ଦିନ ଜମୁଛି ଆଇପିଏଲ-୮ର ଟି-ଟ୍ୱଣ୍ଟି ମ୍ୟାଚ । ପରସ୍ପରକୁ ଟକ୍କର ଦେଉଛନ୍ତି ବିଭିନ୍ନ ରଣନୀତିରେ ସଜ୍ଜିତ ଦଳ। ଅଦ୍ୟବିଧି ଆଇପିଏଲରେ ୫୨ଟି ମ୍ୟାଚ ଖେଳାଯାଇ ସାରିଥିବାବେଳେ ଫାଇନାଲ ମ୍ୟାଚ ଖେଳାଯିବାକୁ ବାକି ରହିଛି ଆଉ ମାତ୍ର ଟି ମ୍ୟାଚ । ପ୍ରତିଦିନ ପ୍ରତିଦଳ ପକ୍ଷରୁ ବର୍ଷୁଛି ଚଉକା ଆଉ ଛକା। ପ୍ରତିଦିନ ସ୍ଥାପିତ ହେଉଛି  ନୂଆ ରେକର୍ଡ
ଆଜି ମଧ୍ୟ ଏହି ଚଉକା ଆଉ ଛକା ଦେଖିବାକୁ ମିଳିବ। ଆଜି ଆଇପିଏଲରେ ଦୁଇଟି ମ୍ୟାଚ ଖେଳାଯିବ। ପଞ୍ଜାବର ହୋମଗ୍ରାଉଣ୍ଡ ମହାଲିରେ ଅପରାହ୍ଣ ୪ଟାରେ ପଞ୍ଜାବ ଏକାଦଶକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ। ଚେନ୍ନାଇ ୧୩ଟି ମ୍ୟାଚରୁ ୮ଟି ଜିତିଥିବାବେଳେ ୫ଟି ପରାଜିତ ହୋଇ ୧୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଏଥିପାଇଁ ଦଳର ମନବଳ ଦୃଢ ରହିଛି। ଅନ୍ୟପକ୍ଷରେ ପଞ୍ଜାବ୧୩ଟି ମ୍ୟାଚ ଖେଳି ମାତ୍ର ୩ଟି ମ୍ୟାଚରେ ବିଜୟୀ ହୋଇ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶେଷରେ ରହିଛି। ଚଳିତ ଆପିଏଲରେ ଦଳକୁ ସବୁବିଭାଗ ଫେଲ ମାରିଛି। ଦଳକୁ ସବୁ ବର୍ଗରେ ଉନ୍ନତି ଆଣିଲେ ଏହି ମ୍ୟାଚକୁ ଜିତିବାରେ ସକ୍ଷମ ହେବ।।

ଅନ୍ୟପକ୍ଷରେ ଆଜି ରାତି ୮ଟାରେ ମୁମ୍ବାଇରେ ରାଜସ୍ଥାନକୁ ଭେଟିବ କୋଲକତା। କୋଲକତା ୧୩ଟି ମ୍ୟାଚ ଖେଳି ୭ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ୫ଟିରେ ପରାଜିତ ହୋଇ ୧୫ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଅନ୍ୟପକ୍ଷରେ ରାଜସ୍ଥାନ ୧୩ଟି ମ୍ୟାଚ ଖେଳି ୬ଟିରେ ଜିତିଥିବାବେଳେ ୫ଟିରେ ପରାଜିତ ହୋଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ଆଇପିଏଲ୍ରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ରୟାଲ ଚାଲେଞର୍ସ ବାଙ୍ଗ।ଲୋର ୬ ୱିକେଟ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚକୁ ୧୧ ଓଭରକୁ କମାଇ ଦିଆଯାଇଥିଲା। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ହରାଇ ୧୩୫ ରନ ସଂଗ୍ରହ କରିଥିଲା। ହେନରିକ ଓ ଡେଭିଡ ୱାର୍ଣ୍ଣର ଅର୍ଦ୍ଧ ଶତକ ହାସଲ କରିଥିଲେ। ଡକୱର୍ଥ ଲୁଇସ ମେଥଡରେ ବାଙ୍ଗ।ଲୋର ପାଇଁ ଟାର୍ଗେଟ ୬ ଓଭରରେ ୮୧କୁ ନିର୍ଦ୍ଧାରିତ ହୋଇଥିଲା। ବାଙ୍ଗ।ଲୋର ଦଳ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

Related story