ଆଇପିଏଲ ମହାସମର:ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି

ଭୁବନେଶ୍ୱର: ମୁହାଁମୁହିଁ ହେବେ ଲିଗ୍ ପର୍ଯ୍ୟାୟର ପ୍ରଥମ ୨ଟି ଦଳ ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ୱାଇ ଇଣ୍ଡିଆନ୍ସ। ପୁଣି ଦୁଇଦଳର ହିଟରଙ୍କଠାରୁ ବ୍ୟାଟରୁ  ଦେଖିବାକୁ ମଳିବ ଚଉକା ଆଉ ଛକା। ଏହି ମ୍ୟାଚର ବିଜେତା ସିଧାସଳଖ ୨୪ ତାରିଖ ଇଡେନ୍ ଗାର୍ଡେନରେ ହେବାକୁ ଥିବା ଫ।ଇନାଲ ମ୍ୟାଚରେ ସମାନା ସମାନି ହେବେ। ତେବେ ପରାଜିତ ଦଳ ଆଉ ଥରେ ସୁଯୋଗ ପାଇବ। ମାତ୍ର ଦଳକୁ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଚର ବାଙ୍ଗଲୋର ମଧ୍ୟରେ ହେବାକୁଥିବା ମ୍ୟାଚରେ […]

ipl-

Rakesh Mallick
  • Published: Tuesday, 19 May 2015
  • , Updated: 19 May 2015, 06:39 AM IST

ଭୁବନେଶ୍ୱର: ମୁହାଁମୁହିଁ ହେବେ ଲିଗ୍ ପର୍ଯ୍ୟାୟର ପ୍ରଥମ ୨ଟି ଦଳ ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ୱାଇ ଇଣ୍ଡିଆନ୍ସ। ପୁଣି ଦୁଇଦଳର ହିଟରଙ୍କଠାରୁ ବ୍ୟାଟରୁ  ଦେଖିବାକୁ ମଳିବ ଚଉକା ଆଉ ଛକା। ଏହି ମ୍ୟାଚର ବିଜେତା ସିଧାସଳଖ ୨୪ ତାରିଖ ଇଡେନ୍ ଗାର୍ଡେନରେ ହେବାକୁ ଥିବା ଫ।ଇନାଲ ମ୍ୟାଚରେ ସମାନା ସମାନି ହେବେ। ତେବେ ପରାଜିତ ଦଳ ଆଉ ଥରେ ସୁଯୋଗ ପାଇବ। ମାତ୍ର ଦଳକୁ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଚର ବାଙ୍ଗଲୋର ମଧ୍ୟରେ ହେବାକୁଥିବା ମ୍ୟାଚରେ ବିଜେତାକୁ ପରାସ୍ତ କରିବାକୁ ହେବ। ମୁମ୍ୱାଇ ଚଳିତ ଆପିଏଲରେ ଦୁର୍ବଳ ଆରମ୍ଭ କରିଥିଲେ ସୁଦ୍ଧା ଶେଷ ଆଡକୁ ଜବରଦସ୍ତ ପ୍ରଦର୍ଶନ କରି ପ୍ଲେ ଅଫରେ ସ୍ଥାନ ସୁରକ୍ଷିତ ରଖିବାରେ ସଫଳ ହୋଇଛି। ଅନ୍ୟପଟେ ଚେନ୍ନାଇ ସବୁ ଥର ଭଳି ଏଥର ମଧ୍ୟ ସ୍ଥିର ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି। ହେଲେ ଆଇପିଏଲ୍ ସିଜିନ୍ ୮ରେ ଏହା ମହାମୁକାବିଲା ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି।

Related story