ନୂଆଦିଲ୍ଲୀ: କରୋନା ଭାଇରସ କାରଣରୁ ବିସିସିଆଇ ଆଇପିଏଲର ୧୩ଶ ସଂସ୍କରଣକୁ ପ୍ରାୟ ଦୁଇ ସପ୍ତାହ ଅର୍ଥାତ୍ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛି। ତେବେ ଏହି ସମୟ ମଧ୍ୟରେ କରୋନା ଭାଇରସ କାୟା କମ୍ ହେଉଛି କି ନାହିଁ, ଏହା ଉପରେ ବିସିସିଆଇ ନଜର ରଖିଛି। ଯଦି ଏପ୍ରିଲ୍ ୧୫ ତାରିଖ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣକୁ ନଆସେ, ତାହେଲେ ଆଇପିଏଲକୁ ବାତିଲ୍ କରାଯାଇପାରେ।
ଏଭଳି ସ୍ଥିତିରେ ଯଦି ଆଇପିଏଲ୍ ବାତିଲ ହୁଏ, ତାହେଲେ ବିସିସିଆଇକୁ କେତେ କ୍ଷତି ସହିବାକୁ ପଡ଼ିବ। ଯଦି ଆମେ ସଂଖ୍ୟାକୁ ଦେଖିବା, ତାହେଲେ ଆଇପିଏଲ୍ ବାତିଲ୍ ହେବା ଦ୍ୱାରା ବିସିସିଆଇକୁ ପ୍ରାୟ ୧୦ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ।
ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇକୁ ୧୦ହଜାର କୋଟି ଟଙ୍କାର କ୍ଷତି ହେବା ସହ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ସ୍ପନସରଶିପ୍, ମିଡିଆ ରାଇଟ୍ସ, ଫ୍ରାଞ୍ଚାଇଜି ରେଭିନ୍ୟୁ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ବିପୁଳ କ୍ଷତି ହୋଇପାରେ। ତେବେ ସବୁଠାରୁ ବଡ଼ କଥା ହେଉଛି, ଏସବୁ କ୍ଷତିର ଭରଣା ବିସିସିଆଇ ଓ ଆୟୋଜକଙ୍କୁ ହିଁ କରିବାକୁ ପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଜିତ କୁମାରଙ୍କ ଭୟଙ୍କର କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଜୀବନ
ଦୁବାଇ ଗ୍ରାଣ୍ଡ ଫିକ୍ସରେ ଅଭ୍ୟାସ ବେଳେ ନିୟନ୍ତ୍ରଣ ହରାଇ ରେସିଂ ଟ୍ରାକ୍ କଡ଼ରେ ଥିବା କାନ୍ଥରେ ପିଟି ହୋଇଥିଲା ଅଜିତଙ୍କ କାର। ଦୁର୍ଘଟଣାରେ ଅଭିନେତାଙ୍କର ବିଶେଷ କିଛି କ୍ଷତି ହୋଇନାହିଁ।
Crime
ଘରେ ଚୋରି କରିବାକୁ ପଶିଥିଲା ଚୋର, କିଛି ନମିଳିବାରୁ ମହିଳାଙ୍କୁ...
ଚୋରି କରିବାକୁ କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।
National
ବ୍ରିଜ ଉପରୁ ୩୧ଟି କୁକୁରଙ୍କୁ ଫୋପାଡ଼ି ଦେଲେ
ଗୋଟିଏ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏନେଇ ପୁଲିସ୍ରେ ଅଭିଯୋଗ କରାଯାଇଛି। ସେମାନଙ୍କ କହିବା କଥା ଯେ ଜାନୁଆରୀ ୪ ତାରିଖରେ ଇଡୁମୈଲାରାମ ଗାଁ ନିକଟ ବ୍ରିଜରେ ପୂରା ଘଟଣା ଘଟିଛି।
National
ସଲମାନ୍ ଖାନଙ୍କ ଘରେ ଲାଗିଲା ବୁଲେଟ୍ ପ୍ରୁଫ୍ ଗ୍ଲାସ୍
ସଲମାନଙ୍କ ଘର ସମ୍ମୁଖରେ ପୁଣିଥରେ ସନ୍ଦିଗ୍ଧ ଗତିବିଧି ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ବାନ୍ଦ୍ରାସ୍ଥିତ ଘରେ ଏଥର ଜନ୍ମଦିନ ପାଳନ କରିନଥିଲେ ସଲମାନ।
National
ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ହେବ ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ
୨୦୨୦ ମସିହା ଅଗଷ୍ଟ ମାସରେ ଶ୍ରୀ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ଏହାର ୪ ବର୍ଷ ପରେ କେନ୍ଦ୍ର ସରକାର ପ୍ରଣବ ଦା’ଙ୍କ ସ୍ମାରକୀ ପାଇଁ ଜମି ଦେଇଛନ୍ତି।