ଡିସେମ୍ବର ୧୯ରେ ଆଇପିଏଲ ପାଇଁ ଖେଳାଳି ନିଲାମ, ଜାଣନ୍ତୁ କାହା ପାଖରେ କେତେ ଟଙ୍କା ଅଛି

ମୁମ୍ବାଇ: ୨୦୨୦ ଆଇପିଏଲ ସଂସ୍କରଣ ପାଇଁ ଆସନ୍ତା ଡିସେମ୍ବର ୧୯ରେ ଖେଳାଳି ନିଲାମ ପ୍ରକ୍ରିୟା ହେବ। ପ୍ରତିବର୍ଷ ବେଙ୍ଗାଲୁରୁରେ ନିଲାମ ପ୍ରକ୍ରିୟା ହେଉଥିବା ବେଳେ ଏଥର କୋଲକାତାରେ ଏହା ଅନୁଷ୍ଠିତ ହେବ। ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଜଣେ ସଦସ୍ୟ କହିଛନ୍ତି, “ପ୍ରଥମଥର ପାଇଁ ବେଙ୍ଗାଲୁରୁ ବଦଳରେ କୋଲକାତାରେ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଡିସେମ୍ବର ୧୯ରେ ହେବାକୁ ଥିବା ନିଲାମ ପ୍ରକ୍ରିୟାରେ ସବୁ ଦଳର ଫ୍ରାଞ୍ଚାଇଜ୍‌ମାନେ ସାମିଲ ହୋଇ ସେମାନଙ୍କ ପାଖରେ ଥିବା ବଳକା ଟଙ୍କା […]

w

Hemant Lenka
  • Published: Tuesday, 05 November 2019
  • , Updated: 05 November 2019, 06:14 PM IST

ମୁମ୍ବାଇ: ୨୦୨୦ ଆଇପିଏଲ ସଂସ୍କରଣ ପାଇଁ ଆସନ୍ତା ଡିସେମ୍ବର ୧୯ରେ ଖେଳାଳି ନିଲାମ ପ୍ରକ୍ରିୟା ହେବ। ପ୍ରତିବର୍ଷ ବେଙ୍ଗାଲୁରୁରେ ନିଲାମ ପ୍ରକ୍ରିୟା ହେଉଥିବା ବେଳେ ଏଥର କୋଲକାତାରେ ଏହା ଅନୁଷ୍ଠିତ ହେବ।

ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଜଣେ ସଦସ୍ୟ କହିଛନ୍ତି, “ପ୍ରଥମଥର ପାଇଁ ବେଙ୍ଗାଲୁରୁ ବଦଳରେ କୋଲକାତାରେ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଡିସେମ୍ବର ୧୯ରେ ହେବାକୁ ଥିବା ନିଲାମ ପ୍ରକ୍ରିୟାରେ ସବୁ ଦଳର ଫ୍ରାଞ୍ଚାଇଜ୍‌ମାନେ ସାମିଲ ହୋଇ ସେମାନଙ୍କ ପାଖରେ ଥିବା ବଳକା ଟଙ୍କା ଅନୁସାରେ ଖେଳାଳି କିଣି ପାରିବେ।

ପ୍ରତିବର୍ଷ ପ୍ରାଞ୍ଚାଇଜମାନଙ୍କୁ ୮୨ କୋଟି ଟଙ୍କା ମଧ୍ୟରେ ଖେଳାଳି କିଣିବା ପାଇଁ ଅନୁମତି ଥିବା ବେଳେ ୨୦୨୦ରେ ଏହାକୁ ୮୫ କୋଟି କରାଯାଇଛି।”

ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ଦଳଗୁଡ଼ିକ ମଧ୍ୟରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ସର୍ବାଧିକ ୮.୨ କୋଟି ଟଙ୍କା ରହିଛି। ସେହିପରି ରାଜସ୍ଥାନ ରୟାଲ୍ସ ପାଖରେ ୭.୧୫ କୋଟି, କୋଲକାତା ପାଖରେ ୬.୦୫ କୋଟି, ଚେନ୍ନାଇ ସୁପରକିଙ୍ଗସ ପାଖରେ ୩.୨ କୋଟି, କିଙ୍ଗସ ଏକାଦଶ ପଞ୍ଜାବ ପାଖରେ ୩.୭ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୩.୫୫ କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଖରେ ୧.୮୦ କୋଟି ଓ ସନ ରାଇଜର୍ସ ହାଇଦ୍ରାବାଦ ପାଖରେ ୫.୩୦ କୋଟି ଟଙ୍କା ରହିଛି।

Related story