ମୁମ୍ବାଇ: ଆଇପିଏଲରେ ଗତକାଲି ରାତିରେ କୋଲାକତାକୁ ୫ ରନ୍ ରେ ହରାଇଛି ମୁମ୍ୱାଇ ଇଣ୍ଡିଆନ୍ସ । ଏହା ଦ୍ୱାରା ମୁମ୍ୱାଇ ଇଣ୍ଡିଆନ୍ସ ୧୪ ପଏଣ୍ଟ ପାଇ ଚତୁର୍ଥ ସ୍ଥାନକୁ ଉଠିଥିବାବେଳେ କୋଲକାତା ୧୫ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ଆଉ ଏହା ସହିତ ପ୍ଲେଅଫରେ ନିଜର ଆଶାକୁ ଉଜ୍ଜୀବିତ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ।
ପ୍ରଥମେ ମୁମ୍ୱାଇ ଇଣ୍ଡିଆନ୍ସ ୨୦ ଓଭରେ ୪ ୱକେଟ ହରାଇ ୧୭୧ ରନ୍ ରେ କରିଥିବାବେଳେ କୋଲାକାତା ଏହାକୁ ଟାର୍ଗେଟ କରି ୭ ୱକେଟ ହରାଇ କରିଥିଲା ମାତ୍ର ୧୬୭ ରନ୍ । ଶେଷ ଓଭରରେ ପୋଲାର୍ଡଙ୍କ ଚତୁର ବୋଲିଂ କରି ପୀୟୁଷ ଚାୱାଲା ଓ ଉମେଶ ଯାଦବଙ୍କୁ ଚକମା ଦେଇ ଦେଇଥିଲେ।
ଆଇପିଏଲରେ ଆଜି ସନ୍ ରାଇଜର୍ସ ହାଇଦ୍ରାବାଦ ଓ ରାୟଲ ଚ୍ୟାଲେଞ୍ଜର୍ସ, ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ। ହାଇବ୍ରାଦରେ ରାତି ୮ ଟାରେ ଏହି ମ୍ୟାଚ୍ ଖେଳାଯିବ।