ଆଇପିଏଲ୍‌ରେ ପାକିସ୍ତାନୀ କ୍ରିକେଟରଙ୍କ ଅଂଶଗ୍ରହଣ ସମ୍ପର୍କରେ ବିସିସିଆଇ ସହ ଆଲୋଚନା କରିବି: ଜାହୀର ଆବାସ୍‌

କରାଚି: ଆଇପିଏଲ୍‌ରେ ପୁଣି ଥରେ ପାକିସ୍ତାନ କ୍ରିକେଟରଙ୍କୁ ଭାଗ ନେବା ନେଇ ବିସିସିଆଇର ଉଚ୍ଚପଦସ୍ଥ ଅଫିସରଙ୍କ ସହ ଆଲୋଚନା କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ସଭାପତି ଜାହୀର ଆବାସ୍‌ ଇଚ୍ଛା ପ୍ରକାଶ କରିଛନ୍ତି। ରବିବାର ସେ ବାଙ୍ଗାଲୋରରେ ଏକ ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ପରେ ଆଜି  ଏହି ଇଚ୍ଛା ପ୍ରକାଶ କରିଛନ୍ତି। ସେ ଆଜି ଲାହୋରରେ କହିଛନ୍ତି,“ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲ୍‌ରେ ସାମିଲ କରାଗଲେ ଏହି ଟୁର୍ଣ୍ଣାମେଣ୍ଟର ଉନ୍ନତି ହେବ।” ଅନ୍ୟପକ୍ଷରେ ବିସିସିଆଇ ସଭାପତି ଅନୁରାଗ ଠାକୁରଙ୍କ ନିମନ୍ତ୍ରଣରେ […]

Zaheer_abbas1

Rakesh Mallick
  • Published: Wednesday, 25 May 2016
  • , Updated: 25 May 2016, 05:28 PM IST

କରାଚି: ଆଇପିଏଲ୍‌ରେ ପୁଣି ଥରେ ପାକିସ୍ତାନ କ୍ରିକେଟରଙ୍କୁ ଭାଗ ନେବା ନେଇ ବିସିସିଆଇର ଉଚ୍ଚପଦସ୍ଥ ଅଫିସରଙ୍କ ସହ ଆଲୋଚନା କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ସଭାପତି ଜାହୀର ଆବାସ୍‌ ଇଚ୍ଛା ପ୍ରକାଶ କରିଛନ୍ତି। ରବିବାର ସେ ବାଙ୍ଗାଲୋରରେ ଏକ ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ପରେ ଆଜି  ଏହି ଇଚ୍ଛା ପ୍ରକାଶ କରିଛନ୍ତି।

ସେ ଆଜି ଲାହୋରରେ କହିଛନ୍ତି,“ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲ୍‌ରେ ସାମିଲ କରାଗଲେ ଏହି ଟୁର୍ଣ୍ଣାମେଣ୍ଟର ଉନ୍ନତି ହେବ।”

ଅନ୍ୟପକ୍ଷରେ ବିସିସିଆଇ ସଭାପତି ଅନୁରାଗ ଠାକୁରଙ୍କ ନିମନ୍ତ୍ରଣରେ ସେ ଆସନ୍ତା ସପ୍ତାହରେ ଭାରତକୁ ଆସି ଆଇପିଏଲ୍-୯ର ଫାଇନାଲ ମ୍ୟାଚ୍‌ ଦେଖିବେ।

ଏହାସହ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ କ୍ରିକେଟ ମ୍ୟାଚ୍‌ ପୁଣି ଆରମ୍ଭ କରିବାକୁ ଆଶା ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି,“ ଆଇପିଏଲ୍‌ ଫାଇନାଲ ମ୍ୟାଚ୍‌ ଦେଖିବାକୁ ବିସିସିଆଇ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଥିବାରୁ ଉଚ୍ଚପଦସ୍ତ ଅଧିକାରୀଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି। ଏହି ସମୟରେ ମୁଁ ଦୁଇ ଦେଶ ମଧ୍ୟରେ ଏକ ଦ୍ୱିପାକ୍ଷିକ ସିରିଜ୍‌ କରେଇବାକୁ ସରକାରଙ୍କ ଅନୁମତି ଲୋଡିବି।”

ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ପାକିସ୍ତାନୀ ଖେଳାଳି ଭାଗ ନେଇଥିଲେ। କିନ୍ତୁ ୨୦୦୮ ମୁମ୍ବାଇ ଆକ୍ରମଣ ପରେ ବିସିସିଆଇ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲ୍‌ରେ ଭାଗ ନେବା କଟକଣା କରିଥିଲା।

Related story