ଆଇପିଏଲ ସ୍ପଟ ଫିକ୍ସିଂ ଏବଂ ବେଟିଂ ମାମଲା: ଆଜି ଆସିବ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଆଇପିଏଲ ସ୍ପଟ ଫିକ୍ସିଂ ଏବଂ ବେଟିଂ ମାମଲାରେ ଆଜି ଆସିବ ଗୁରୁତ୍ୱପୂର୍ଣ୍ଣ ରାୟ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ୟାନେଲ ଏହି ମାମଲାର ଦଣ୍ଡବିଧାନ କରିବେ। ମାମଲାର ଦୋଷୀ ସାବ୍ୟସ୍ତ ଚେନ୍ନାଇ ସୁପର କିଙ୍ଗସର ଟପ୍ ଅଫିସିଆଲ ଗୁରୁନାଥ ମୈୟାପାନ ଏବଂ ରାଜସ୍ଥାନ ରୟାଲ୍ସର କୋ-ଓନର ରାଜ କୁନ୍ଦ୍ରାଙ୍କ ଦଣ୍ଡର ପରିମାଣ ସହ ଦୁଇଟି ଟିମରେ ମଧ୍ୟ ହେବ ଭାଗ୍ୟ ନିର୍ଦ୍ଧାରଣ ହେବ। ଆଜିର ଶୁଣାଣି ଉପରେ ମଧ୍ୟ ନିର୍ଭର କରୁଛି ଆଇପିଏଲର ଦୁଇ ପ୍ରମୁଖ ଟିମ […]

-kundra-guru-

Rakesh Mallick
  • Published: Tuesday, 14 July 2015
  • , Updated: 14 July 2015, 04:22 AM IST

ନୂଆଦିଲ୍ଲୀ: ଆଇପିଏଲ ସ୍ପଟ ଫିକ୍ସିଂ ଏବଂ ବେଟିଂ ମାମଲାରେ ଆଜି ଆସିବ ଗୁରୁତ୍ୱପୂର୍ଣ୍ଣ ରାୟ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ୟାନେଲ ଏହି ମାମଲାର ଦଣ୍ଡବିଧାନ କରିବେ। ମାମଲାର ଦୋଷୀ ସାବ୍ୟସ୍ତ ଚେନ୍ନାଇ ସୁପର କିଙ୍ଗସର ଟପ୍ ଅଫିସିଆଲ ଗୁରୁନାଥ ମୈୟାପାନ ଏବଂ ରାଜସ୍ଥାନ ରୟାଲ୍ସର କୋ-ଓନର ରାଜ କୁନ୍ଦ୍ରାଙ୍କ ଦଣ୍ଡର ପରିମାଣ ସହ ଦୁଇଟି ଟିମରେ ମଧ୍ୟ ହେବ ଭାଗ୍ୟ ନିର୍ଦ୍ଧାରଣ ହେବ। ଆଜିର ଶୁଣାଣି ଉପରେ ମଧ୍ୟ ନିର୍ଭର କରୁଛି ଆଇପିଏଲର ଦୁଇ ପ୍ରମୁଖ ଟିମ ଚେନ୍ନାଇ ସୁପରକିଙ୍ଗ ଓ ରାଜସ୍ଥାନ ରୟାଲସ୍ସର ଭାଗ୍ୟ। ଏହି ଦୁଇଟି ଟିମ୍ ବ୍ୟାନ ହେବ ନା ଜୋରିମାନାରେ ଦଣ୍ଡିତ ହେବେ ତାକୁ ନେଇ ଆଶା ଆଶଙ୍କାରେ କ୍ରିକେଟର।

୨୦୧୩ ଆଇପିଏଲ ସିଜିନର ସାମ୍ମାନକୁ ଆସିଥିଲା ଏହି ବିବାଦ। ସ୍ପଟ୍ ଫିକ୍ସିଂ ଅଭିଯୋଗରେ ଦିଲ୍ଳୀ ପୋଲିସ ଦ୍ୱାରା ଗିରଫ ହୋଇଥିଲେ ୩ ଜଣ କ୍ରିକେଟର। ସେମାନେ ହେଲେ ଏସ୍ ଶ୍ରୀଶାନ୍ଥ, ଅଙ୍କିତ ଚ୍ୱହାନ୍ ଓ ଅଜିତ୍ ଚାନ୍ଦେଲା। ଏମାନଙ୍କ ସହ ଗିରଫ ହୋଇଥିଲେ ୧୧ ଜଣ ବୁକି। ତେବେ ପରେ ଏହି ୩ କ୍ରିକେଟର ଜାମନରେ ମୁକୁଳି ଯାଇଥିଲେ।

ଏହି ମାମଲାରେ ପୁଣି ବିବାଦ ମୁଣ୍ଡ ଟେକିଥିଲା ଯେତେବେଳେ ବିସିସିଆଇର ପୂର୍ବତନ ସଭାପତି ଏନ୍ ଶ୍ରୀନିବାସଙ୍କ ଜ୍ୱାଇଁ ଗୁରୁନାଥ ମୈୟାପାନଙ୍କ ସପୃକ୍ତି ନେଇ ପୋଲିସ ସମନ  କରିଥିଲା। ପରେ ତାଙ୍କୁ ଏହି ମାମଲାରେ ଗୁରୁନାଥ ମୈୟାପାନଙ୍କୁ ଗିରଫ କରାଯାଇଥିଲା। ଏହାପରେ ଏହି ମାମଲାରେ ରାଜସ୍ଥାନ ରୟାଲସ ସହ ମାଲିକ ରାଜ କୁନ୍ଦ୍ରାଙ୍କ ନାଁ ମଧ୍ୟ ବିବାଦ ଘେରକୁ ଆସିଥିଲା। ବେଟିଂରେ ତାଙ୍କ ସଂପୃକ୍ତି ନେଇ ଦୋଷ ସ୍ୱିକାର କରିଥିବା ଦିଲ୍ଲୀ ପୋଲିସ କହିଥିଲା।

ତେବେ ବିସିସିଆଇ ଦ୍ୱାରା ଗଠିତ ତଦନ୍ତ ପ୍ୟାନେଲ ଏହି ଦୁଇ ଅଧିକାରୀଙ୍କ ବିରୋଧରେ ପ୍ରମାଣ ମିଳିନଥିବା କହିଥିଲା। ପରେ ସୁପ୍ରିମକୋର୍ଟ ଏହି ମାମଲାର ତଦନ୍ତ ପାଇଁ ଜଷ୍ଟିସ ମୁକୁଳ ମୁଦଗରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ।  ଚଳିତବର୍ଷ ଜାନୁଆରୀରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ ମୈୟାପାନ ଏବଂ କୁଦ୍ରାଙ୍କ ଦଣ୍ଡ ବିଧାନ ପାଇଁ ଜଷ୍ଟିସ ଲୋଧାଙ୍କ ଅଧ୍ୟକ୍ଷତାରେ ଏକ କମିଟି  ଗଠନ କରିଥିଲେ।

Related story