ନୂଆଦିଲ୍ଲୀ: ଆଇପିଏଲ ସ୍ପଷ୍ଟ ଫିକ୍ସିଂରେ ଛନ୍ଦି ହୋଇଥିବା ଶାନ୍ତାକୁମାରରନ୍ ଶ୍ରୀସନ୍ଥ, ଅଙ୍କିତ ଚଭନ ଓ ଅଜିତ ଚାଣ୍ଡେଲାଙ୍କ ଉପରେ ବିସିସିଆଇ ଲାଗୁ କରିଥିବା ଆଜୀବନ ବାସନ୍ଦ ବଳବତ୍ତର ରହିବ। ଦିଲ୍ଲୀର ଟ୍ରାଏଲ କୋର୍ଟ ଆବଶ୍ୟକ ପ୍ରମାଣ ଅଭାବରୁ ଏହି ତିନି ଖେଳାଳିଙ୍କୁ ଆଇପିଏଲ ସ୍ପଷ୍ଟ ପିକ୍ସିଂରେ କ୍ଲିନ ଚିଟ୍ ଦେଇଥିଲେ ମଧ୍ୟ ଏହି କ୍ରିକେଟର ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବୁଧବାର ଏହା କହିଛନ୍ତି ବିସିସିଆଇ ସମ୍ପାଦକ ଅନୁରାଗ ଠାକୁର। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ଏହି ୩ ଖେଳାଳିଙ୍କ ପକ୍ଷରୁ କୌଣସି ଭାରତୀୟ ଦଳରେ ସ୍ଥାନ ପାଇବା ନେଇ କୌଣସି ଆବେଦନ କରାଯାଇନାହିଁ। ସେମାନଙ୍କ ପକ୍ଷରୁ ଆବେଦନ ପାଇବା ପରେ ବିସିସିଆଇ ତାହାର ବିଚାର କରିବ ।
ଅନ୍ୟପକ୍ଷେ ୩୨ ବର୍ଷିୟ ଶ୍ରୀସନ୍ଥ ବିସିସିଆଇ ବିରୋଧରେ ଯିବେ ନାହିଁ ବୋଲି କହିଛନ୍ତି। ନିଜର ଦୃଢ ବିଶ୍ୱାସ ଓ ମନବଳକୁ ପାଥେୟ କରି ଚୟନକର୍ତ୍ତାଙ୍କ ମନ ଜିତିବି ବୋଲି ସେ ପ୍ରକାଶ କରିଛନ୍ତି । କେରଳ କ୍ରିକେଟ ଆସୋସିଏସନ ଶ୍ରୀସନ୍ଥଙ୍କୁ ନିଜର ସର୍ମଥନ ଜଣାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।