ଆଇପିଏଲ୍‌ ବିବାଦ: ବମ୍ବେ ହାଇକୋର୍ଟଙ୍କ ରାୟ କାଏମ୍ ରଖିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ମେ’ ୧ ତାରିଖ ପରେ ମହାରାଷ୍ଟ୍ରରେ କୌଣସି ଆଇପିଏଲ୍‌ ମ୍ୟାଚ୍ ଖେଳାଯାଇପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଆଜି କାଏମ ରଖିଛନ୍ତି ସୁପ୍ରିମ୍‌କୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ରାଜ୍ୟର ହିତ ପାଇଁ ଏହି ରାୟ ଶୁଣାଯାଇଛି। ମେ’ ୧ ପରେ ମହାରଷ୍ଟ୍ରରେ କୌଣସି ଆଇପିଏଲ୍ ମ୍ୟାଚ୍‌ ଖେଳାଯାଇପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲା ଓ ମ୍ୟାଚ୍ କରାଇବାକୁ ଅନୁମତି […]

wankhade

Rakesh Mallick
  • Published: Wednesday, 27 April 2016
  • , Updated: 28 April 2016, 05:30 AM IST

ନୂଆଦିଲ୍ଲୀ: ମେ’ ୧ ତାରିଖ ପରେ ମହାରାଷ୍ଟ୍ରରେ କୌଣସି ଆଇପିଏଲ୍‌ ମ୍ୟାଚ୍ ଖେଳାଯାଇପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଆଜି କାଏମ ରଖିଛନ୍ତି ସୁପ୍ରିମ୍‌କୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ରାଜ୍ୟର ହିତ ପାଇଁ ଏହି ରାୟ ଶୁଣାଯାଇଛି।

ମେ’ ୧ ପରେ ମହାରଷ୍ଟ୍ରରେ କୌଣସି ଆଇପିଏଲ୍ ମ୍ୟାଚ୍‌ ଖେଳାଯାଇପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲା ଓ ମ୍ୟାଚ୍ କରାଇବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲା। ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିବା ପାଇଁ ବି ଆସୋସିଏସନ୍ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦାବି କରିଥିଲା। ତେବେ କୋର୍ଟ ଆଜି ଆସୋସିଏସନ୍‌ର ଆବେଦନକୁ ଖାରଜ କରି ଦେଇଛନ୍ତି।

ମହାରାଷ୍ଟ୍ରରେ ଭୟଙ୍କର ମରୁଡ଼ି ପଡ଼ି ଥିବା ବେଳେ ଆଇପିଏଲ୍ ମ୍ୟାଚ୍ ବେଳେ ପିଚ୍‌ରେ ପ୍ରଚୁର ପରିମାଣରେ ଜଳର ବ୍ୟବହାରକୁ ନେଇ ବମ୍ବେ ହାଇକୋର୍ଟ ଚିନ୍ତା ପ୍ରକଟ କରିଥିଲେ। କୋର୍ଟ କହିଥିଲେ,“ଲୋକଙ୍କ ପାଇଁ ପିଇବାକୁ ପାଣି ନାହିଁ। ଏମିତି ସ୍ଥିତିରେ ଷ୍ଟାଡିୟମ୍ ପାଇଁ ପାଣି ଦିଆଯାଇପାରିବ ନାହିଁ।” ଏହା ସହିତ ଏପ୍ରିଲ୍ ୩୦ ତାରିଖ ପରଠାରୁ ମହାରାଷ୍ଟ୍ରରେ କୌଣସି ମ୍ୟାଚ୍ ନ କରିବାକୁ ବିସିସିଆଇକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମେ’ ୧ ତାରିଖରେ ପୁନେରେ ହେବାକୁ ଥିବା ମ୍ୟାଚ୍‌କୁ କରିବାକୁ ଅନୁମତି ଦେବାକୁ ବିସିସିଆଇ ପକ୍ଷରୁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିଲେ। କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ। ତେବେ ମେ’ ୧ ପରେ ଆଉ କୌଣସି ମ୍ୟାଚ୍ ନ କରିବାକୁ ସ୍ପଷ୍ଟ ଭାବେ ଶୁଣାଇ ଦେଇଥିଲେ।

Related story