ଇଂଲଣ୍ଡ କବଜାରେ ଦ୍ଵିତୀୟ ଟେଷ୍ଟ

ଲଣ୍ଡନ୍: ପାଗ ବଦଳିବା ସହିତ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ପାଇଁ କମ୍-ବ୍ୟାକ୍ କରିବାର ଆଶା ମଧ୍ୟ ମଉଳିବାରେ ଲାଗିଛି। ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଇଂଲଣ୍ଡ 6 ୱିକେଟ୍ ହରାଇ 357 ରନ୍ କରିଛି। ଏବେବି ଇଂଲଣ୍ଡ ବ୍ୟାଟିଂ ଲାଇନ୍ ଅପର ମଙ୍ଗ ସମ୍ଭାଳିଥିବା ଅଲରାଉଣ୍ଡର କ୍ରିସ୍ ୱକସ୍ 120 ରନ୍ କରି କ୍ରିଜରେ ଅପରାଜିତ ରହିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିଅରର ପ୍ରଥମ ଶତକ। […]

FC27FCF6-C6E2-49D9-ACB8-2FDF044B9D3A-811-000000E6DDE906D9

FC27FCF6-C6E2-49D9-ACB8-2FDF044B9D3A-811-000000E6DDE906D9

Ordigital Desk
  • Published: Sunday, 12 August 2018
  • Updated: 12 August 2018, 12:39 PM IST

ଲଣ୍ଡନ୍: ପାଗ ବଦଳିବା ସହିତ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ପାଇଁ କମ୍-ବ୍ୟାକ୍ କରିବାର ଆଶା ମଧ୍ୟ ମଉଳିବାରେ ଲାଗିଛି। ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଇଂଲଣ୍ଡ 6 ୱିକେଟ୍ ହରାଇ 357 ରନ୍ କରିଛି। ଏବେବି ଇଂଲଣ୍ଡ ବ୍ୟାଟିଂ ଲାଇନ୍ ଅପର ମଙ୍ଗ ସମ୍ଭାଳିଥିବା ଅଲରାଉଣ୍ଡର କ୍ରିସ୍ ୱକସ୍ 120 ରନ୍ କରି କ୍ରିଜରେ ଅପରାଜିତ ରହିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିଅରର ପ୍ରଥମ ଶତକ।

ୱକସଙ୍କ ସହ ସାମ କରାନ ଅପରାଜିତ 22 ରନ କରି ଭରପୁର ସହଯୋଗ ଦେଇଛନ୍ତି।

ଭାରତ ପ୍ରଥମ ଇନିଂସରେ 107 ରନ୍ କରିଥିବାବେଳେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ 250 ରନର ଅଗ୍ରଣୀ ଲାଭ କରିଛି। ଏବେ ୱକସ୍ ଭାରତୀୟ ବୋଲରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ 250 ରନର ଅଗ୍ରଣୀ ନେଇଥିବାରୁ ଏବେ ମ୍ୟାଚ୍ ବଞ୍ଚାଇବା ବିରାଟ ବାହିନୀ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ଭାରତ ପ୍ରଥମ ଇନିଂସ ସ୍କୋର 107 ରନ୍ ଜବାବରେ ଶନିବାର ବ୍ୟାଟିଂ ଆରମ୍ଭ କରିଥିବା ଟିମ୍ ଇଂଲଣ୍ଡକୁ ପ୍ରଥମ ଝଟକା ଦେଇଥିଲେ ଭାରତୀୟ ସ୍ପିଡଷ୍ଟର ମହମ୍ମଦ ଶାମି ଇଶାନ୍ତ ଶର୍ମା ଅନ୍ୟତମ ଓପନର୍ ଆଲିଷ୍ଟର କୁକଙ୍କୁ 21 ରନରେ ଦୀନେଶ କାର୍ତ୍ତିକଙ୍କ ହାତରେ ଆଉଟ୍ କରି ପାଭିଲିଅନ୍ ରାସ୍ତା ଦେଖାଇଥିଲେ।

ତୃତୀୟ ଓ୍ୱିକେଟ୍ ପାଇଁ ଅଧିନାୟକ ଜୋ ରୁଟ୍ ଏବଂ ଓଲି ପୋପଙ୍କ ମଧ୍ୟରେ ଏକ ଭଲ ଭାଗିଦାରୀ ସୃଷ୍ଟି ହୋଇଥିଲା। ତେବେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୋପଙ୍କୁ ଆଉଟ୍ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ।

ଏହା ପରେ ରୁଟଙ୍କୁ ଆଉଟ କରି ଶାମି ମ୍ୟାଚରେ ଭାରତର ପ୍ରତ୍ୟାବର୍ତ୍ତନର ଆଶା ସୃଷ୍ଟି କରିଥିଲେ । କିନ୍ତୁ ବେୟାରଷ୍ଟୋ ଓ ବାଟଲରଙ୍କ ପଞ୍ଚମ ୱିକେଟ ଯୋଡ଼ି 45 ରନ ସଂଗ୍ରହ କରି ଭାରତକୁ ପୁଣି ସମସ୍ୟାରେ ପକାଇ ଦେଇଥିଲେ।

ଇଂଲଣ୍ଡ ବିଶାଳ ସ୍କୋର ଆଡକୁ ଅଗ୍ରସର ହେଉଥିବା ବେଳେ ଶାମି ବଟଲରଙ୍କୁ ଆଉଟ କରିଦେଇଥିଲେ । କିନ୍ତୁ ବେୟାରଷ୍ଟୋ ଓ ୱକସ ଷଷ୍ଠ ୱିକେଟ ପାଇଁ 189 ରନର ବୃହତ ଭାଗିଦାରୀ ଜରିଆରେ ଭାରତ ଠାରୁ ମ୍ୟାଚ ଛଡ଼ାଇ ନେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ।

ତୃତୀୟ ଦିନର ଖେଳ ସରିବା ବେଳକୁ ପାଣ୍ଡ୍ୟା ବେୟାରଷ୍ଟୋଙ୍କୁ ଆଉଟ କରିବାରେ ସଫଳ ହୋଇଥିଲେ ।

ଭାରତ ପକ୍ଷରୁ ଶାମି 3ଟି, ପାଣ୍ଡ୍ୟା 2ଟି ଓ ଇଶାନ୍ତ ଗୋଟିଏ ୱିକେଟ ହାସଲ କରିଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos