ଈଶାନ୍ତ ଶର୍ମାଙ୍କ ନୂଆ କୀର୍ତ୍ତିମାନ

କୋଲକାତା: ନିଜର ପ୍ରଥମ ପିଙ୍କ୍ ବଲ୍ ଟେଷ୍ଟରେ ଭାରତୀୟ ପେସ୍ ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। କୋଲକାତାର ଇଡେନ୍ ଗାର୍ଡେନ୍ସରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ଭ୍ରମଣକାରୀ ଟିମକୁ ୧୦୬ ରନରେ ସୀମିତ ରଖିଛି। ତେବେ ଏହି ମ୍ୟାଚରେ ଭାରତୀୟ ପେସର ଈଶାନ୍ତ ଶର୍ମା ନୂଆ କୀର୍ତ୍ତିମାନ କରିଛନ୍ତି। ଈଶାନ୍ତ ପ୍ରଥମ ଭାରତୀୟ ବୋଲର ଭାବେ ଦିବାରାତ୍ର ଟେଷ୍ଟରେ ୫ ୱିକେଟ୍ ସଫଳତା ଅର୍ଜନ କରିଛନ୍ତି। ଈଶାନ୍ତ ଏହି ମ୍ୟାଚରେ ୨୨ ରନ୍ ଦେଇ ୫ଟି […]

ishant

Ranjit Kumar Jena
  • Published: Friday, 22 November 2019
  • , Updated: 22 November 2019, 08:15 PM IST

କୋଲକାତା: ନିଜର ପ୍ରଥମ ପିଙ୍କ୍ ବଲ୍ ଟେଷ୍ଟରେ ଭାରତୀୟ ପେସ୍ ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। କୋଲକାତାର ଇଡେନ୍ ଗାର୍ଡେନ୍ସରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ଭ୍ରମଣକାରୀ ଟିମକୁ ୧୦୬ ରନରେ ସୀମିତ ରଖିଛି। ତେବେ ଏହି ମ୍ୟାଚରେ ଭାରତୀୟ ପେସର ଈଶାନ୍ତ ଶର୍ମା ନୂଆ କୀର୍ତ୍ତିମାନ କରିଛନ୍ତି।

ଈଶାନ୍ତ ପ୍ରଥମ ଭାରତୀୟ ବୋଲର ଭାବେ ଦିବାରାତ୍ର ଟେଷ୍ଟରେ ୫ ୱିକେଟ୍ ସଫଳତା ଅର୍ଜନ କରିଛନ୍ତି। ଈଶାନ୍ତ ଏହି ମ୍ୟାଚରେ ୨୨ ରନ୍ ଦେଇ ୫ଟି ୱିକେଟ୍ ନେଇଛନ୍ତି। ଈଶାନ୍ତ ଟେଷ୍ଟରେ ଦଶମଥର ଲାଗି ୫ରୁ ଅଧିକ ୱିକେଟ୍ ନେଇଛନ୍ତି। ତେବେ ଘରୋଇ କ୍ରିକେଟରେ ସେ ୧୨ ବର୍ଷ ପରେ ଏହି କାରନାମା କରିଛନ୍ତି।

ଈଶାନ୍ତ ୨୦୦୭ରେ ପାକିସ୍ତାନ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ୧୧୮ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। ଏହା ପରେ ଈଶାନ୍ତ ନିଜର ସବୁଯାକ ୫ ୱିକେଟ୍ ବିଦେଶରେ ନେଇଥିଲେ। ୨୦୦୭ରେ ବାଂଲାଦେଶ ବିପକ୍ଷ ଢ଼ାକାରେ ଡେବ୍ୟୁ କରିଥିବା ଈଶାନ୍ତ ୯୫ ଟେଷ୍ଟ ୨୮୩ (ଏହି ମ୍ୟାଚ୍ ପୂର୍ବରୁ) ୱିକେଟ୍ ନେଇଥିଲେ। ତେବେ ଭାରତର ପ୍ରଥମ ପେସ୍ ବୋଲର ଭାବେ ମହମ୍ମଦ ନିସାର ୧୯୩୨ରେ ଇଂଲଣ୍ଡ ବିପକ୍ଷ ଲର୍ଡ୍ସରେ ୫ ୱିକେଟର ସଫଳତା ହାସଲ କରିଥିଲେ।

Related story