ଆଇସିସି ଟେଷ୍ଟ ମାନ୍ୟତା : ଟପ୍ ଟ୍ୱେଣ୍ଟିରେ ଇଶାନ୍ତ ଓ ପୂଜାରା

ଦୁବାଇ: ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ବ୍ୟାଟ୍ସମ୍ୟାନ ଚେତ୍ତେଶ୍ୱର ପୂଜାରା ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ପ୍ରଥମ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ପ୍ରଥମ ୨୦ ଜଣ ଟେଷ୍ଟ ବୋଲରଙ୍କ ମଧ୍ୟରେ ୧୮ ତମ ସ୍ଥାନରେ ରହିଛନ୍ତି ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା। ସେହିପରି ପ୍ରଥମ ୨୦ ଜଣ ବ୍ୟାଟ୍ସମ୍ୟାନ ତାଲିକାର ୨୦ତମ ସ୍ଥାନରେ ରହିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଚେତ୍ତେଶ୍ୱର ପୂଜାରା। ଆଇସିସି ଟେଷ୍ଟ ବୋଲରର ତାଲିକାର ପ୍ରଥମ ୨୦ଜଣଙ୍କ […]

ISHANT_AND_PUJARA

Rakesh Mallick
  • Published: Wednesday, 02 September 2015
  • , Updated: 02 September 2015, 11:25 AM IST

ଦୁବାଇ: ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ବ୍ୟାଟ୍ସମ୍ୟାନ ଚେତ୍ତେଶ୍ୱର ପୂଜାରା ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ପ୍ରଥମ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ପ୍ରଥମ ୨୦ ଜଣ ଟେଷ୍ଟ ବୋଲରଙ୍କ ମଧ୍ୟରେ ୧୮ ତମ ସ୍ଥାନରେ ରହିଛନ୍ତି ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା। ସେହିପରି ପ୍ରଥମ ୨୦ ଜଣ ବ୍ୟାଟ୍ସମ୍ୟାନ ତାଲିକାର ୨୦ତମ ସ୍ଥାନରେ ରହିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଚେତ୍ତେଶ୍ୱର ପୂଜାରା। ଆଇସିସି ଟେଷ୍ଟ ବୋଲରର ତାଲିକାର ପ୍ରଥମ ୨୦ଜଣଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଡେଲ ଷ୍ଟେନ ରହିଥିବା ବେଳେ ୮ମ ସ୍ଥାନରେ ରହିଛନ୍ତି ନିକଟରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ପାଣି ପିଆଇଥିବା ଭାରତୀୟ ସ୍ପିନର ଆର.ଅଶ୍ୱୀନ।  ସେହିପରି  ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ୨୦ଜଣଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ ରହିଥିବା ବେଳେ ୧୯ ତମ ସ୍ଥାନରେ ରହିଛନ୍ତି ପାକିସ୍ତାନର ବ୍ୟାଟ୍ସମ୍ୟାନ ଅଶଦ୍ ଶାଫିକ୍ୟୁ। ସେହିପରି ତାଙ୍କ ତଳକୁ ଭାରତୀୟ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ଓ ଆଜିଙ୍କ୍ୟ ରାହାଣେ ରହିଛନ୍ତି। ତେବେ ପ୍ରଥମ୧୦ଟି ସ୍ଥାନରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ସ୍ଥାନ ପାଇନାହାନ୍ତି। ପୂର୍ବରୁ ୧୦ ନମ୍ବର ସ୍ଥାନରେ ଥିବା ବିରାଟ କୋହଲି ୦୧୧ ତମ ସ୍ଥାନକୁ ଖସିଆସିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଭାରତ  ଶ୍ରୀଲଙ୍କାରେ ଅନୁଷ୍ଠିତ ୩ଟି ଟିକିଆ ଟେଷ୍ଟ ଶୃଙ୍ଗଳାକୁ ୨-୧ରେ ଜିତିଛି। ଏହି ବିଜୟ ସହିତ ୨୨ ବର୍ଷ ପରେ ଶ୍ରୀଲଙ୍କାକୁ ତା’ମାଟିରେ ହରାଇ ୨-୧ରେ ସିରିଜ ଜିତିଛି ଭାରତ।

Related story