ଅଭ୍ୟାସ ମ୍ୟାଚ୍: ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ

କୁଲିଜ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଚାଲିଥିବା ଅଭ୍ୟାସ ମ୍ୟାଚରେ ଭ୍ରମଣକାରୀ ଟିମର ବୋଲରମାନେ ଭଲ ପ୍ରଦର୍ଶନ କରିଛନ୍ତି। ଭାରତ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୨୯୭ ରନ୍ କରି ପାଳି ଘୋଷଣା କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ବୋର୍ଡ ସଭାପତି ଏକାଦଶ ପ୍ରଥମ ଇନିଂସରେ ମାତ୍ର ୧୮୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ଭାରତକୁ ପ୍ରଥମ ଇନିଂସରେ ୧୧୬ ରନର ଲିଡ୍ ମିଳିଥିଲା। ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ […]

india

india

Ranjit Kumar Jena
  • Published: Monday, 19 August 2019
  • Updated: 19 August 2019, 08:12 PM IST

Sports

Latest News

କୁଲିଜ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଚାଲିଥିବା ଅଭ୍ୟାସ ମ୍ୟାଚରେ ଭ୍ରମଣକାରୀ ଟିମର ବୋଲରମାନେ ଭଲ ପ୍ରଦର୍ଶନ କରିଛନ୍ତି। ଭାରତ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୨୯୭ ରନ୍ କରି ପାଳି ଘୋଷଣା କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ବୋର୍ଡ ସଭାପତି ଏକାଦଶ ପ୍ରଥମ ଇନିଂସରେ ମାତ୍ର ୧୮୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ଭାରତକୁ ପ୍ରଥମ ଇନିଂସରେ ୧୧୬ ରନର ଲିଡ୍ ମିଳିଥିଲା।

ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୧ ୱିକେଟ୍ ହରାଇ ୮୪ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ୨୦ ଓ ହନୁମା ବିହାରୀ ୪୮ ରନରେ ଅପରାଜିତ ଥିଲେ। ଭାରତ ମୋଟ ୨୦୦ ରନରେ ଆଗୁଆ ଥିବା ବେଳେ ହାତରେ ଆହୁରି ୯ ୱିକେଟ୍ ବାକି ରହିଛି।

ଦ୍ୱିତୀୟ ଦିବସରେ ଭାରତ ତା'ର ପୂର୍ବଦିନର ସ୍କୋର ୨୯୭/୫ରେ ହିଁ ପାଳି ଘୋଷଣା କରିଦେଇଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍-ଏ ଟିମ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଓପ୍ନର୍ କାଭେନ୍ ହଜଙ୍କ ଅର୍ଦ୍ଧଶତକକୁ ଛାଡ଼ିଦେଲେ ଟିମର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ହଜ୍ ୧୦୦ ବଲରେ ୮ ଚୌକା ସହ ସର୍ବାଧିକ ୫୧ ରନ୍ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ୍ ଜେହମାର୍ ହାମିଲଟନ୍ ୩୩, ଜୋନାଥନ୍ କାର୍ଟର୍ ୨୬, ଖାରୀ ପିଏରୀ ୧୭, ରୋଭମ୍ୟାନ୍ ପାୱେଲ୍ ୧୬, ଡାରେନ୍ ବ୍ରାଭୋ ୧୧, ଜେରେମୀ ସୋଲୋଜାନୋ ୯, ଜେସନ୍ ମହମ୍ମଦ ୬ ଓ ବ୍ରେଣ୍ଡନ୍ କିଙ୍ଗ୍ ୪ ରନ୍ କରି ଆଉଟ୍ ହୋଇଥିଲେ। କିଅନ୍ ହାର୍ଡିଙ୍ଗ୍ ୪ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଈଶାନ୍ତ ଶର୍ମା, ଉମେଶ ଯାଦବ ଓ କୁଲଦୀପ ଯାଦବ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ପ୍ରଥମ ଇନିଂସରେ ୧୧୬ ରନରେ ଆଗୁଆ ଥିବା ଭାରତ ଦ୍ୱିତୀୟ ଇନିଂସରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପ୍ନର ମୟଙ୍କ ଅଗ୍ରୱାଲ୍ (୧୩) ପୁଣିଥରେ ନିରାଶ କରିଥିଲେ। ତେବେ ରାହାଣେ ଓ ବିହାରୀ ଦ୍ୱିତୀୟ ୱିକେଟ୍ ପାଇଁ ଅପରାଜିତ ୬୨ ରନ୍ ଯୋଡ଼ି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos